ନୂଆଦିଲ୍ଲୀ: ଟାଟା ସନ୍ସରେ ୧୮ ପ୍ରତିଶତର ମାଲିକାନା। ୫୦ ଦେଶରେ ରହିଛି କାରବାର। ଭାଇଙ୍କ ସହ ଥିଲା ରତନ ଟାଟାଙ୍କ ବିବାଦ। ଶାପୁର ମିସ୍ତ୍ରି। ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କ ଭାଇ। ବର୍ଷ ବର୍ଷ ଧରି ଦେଶରେ ରି-ଇଷ୍ଟେଟ୍ ଉପରେ ରାଜ କରୁଥିବା ମିସ୍ତ୍ରି ଫ୍ୟାମିଲି। ଟାଟା ଗ୍ରୁପ୍ ସହିତ ବ୍ୟବସାୟିକ ବିବାଦକୁ ନେଇ ଚର୍ଚ୍ଚାରେ ରହିଆସିଛି ଏହି ପରିବାର। ଟାଟା ସନ୍ସ କମ୍ପାନି ଓ ବିବାଦ ପ୍ରସଙ୍ଗ ଆସିଲେ ପ୍ରଥମେ ଚାଲିଆସେ ସାଇରସ ମିସ୍ତ୍ରିଙ୍କ ନାଁ। ୨୦୨୨ରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମୃତ୍ୟୁ ପରେ ଗ୍ରୁପ୍ର ଦାୟିତ୍ୱ ନେଇଥିଲେ ଭାଇ ଶାପୁର ମିସ୍ତ୍ରି।
୧୮୬୫ ମସିହାରେ ପାଲୋନଜୀ ମିସ୍ତ୍ରୀଙ୍କ ଦ୍ୱାରା ଶାପୁରଜୀ ପାଲୋନଜୀ ଗ୍ରୁପର ପ୍ରତିଷ୍ଠା କରାଯାଇଥିଲା। ଏହି ଗ୍ରୁପ ୧୫୯ ବର୍ଷ ଧରି ଇନଫ୍ରାଷ୍ଟକଚର ଓ ରିୟଲ ଇଷ୍ଟେଟରେ ସାମ୍ରାଜ୍ୟ ବିସ୍ତାର କରିଆସିଛି। ବର୍ତ୍ତମାନ ଶାପୁରଜୀ ପାଲୋଞ୍ଜୀ ଗ୍ରୁପ୍ ହେଉଛି ଭାରତର ସର୍ବବୃହତ୍ ବିଜନେସ ଗ୍ରୁପ ମଧ୍ୟରେ ଅନ୍ୟତମ।
ପାଲୋଞ୍ଜୀ ମିସ୍ତ୍ରୀଙ୍କ ବଡ ପୁଅ ଶାପୁର ମିସ୍ତ୍ରି। ୧୯୬୪ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଦୁଇ ଭଉଣୀ ଅଛନ୍ତି। ଏକ ସଡ଼କ ଦୁର୍ଘଟଣାରେ ସାନ ଭାଇ ସାଇରସ୍ ମିସ୍ତ୍ରୀଙ୍କ ଦେହାନ୍ତ ହୋଇଥିଲା। ପିତା ଏବଂ ଭାଇଙ୍କ ଦେହାନ୍ତ ପରେ ଦେଶର ପ୍ରମୁଖ ଇଞ୍ଜିନିୟରିଂ ଏବଂ ନିର୍ମାଣକାରୀ ସଂସ୍ଥା ଶାପୁରଜୀ ପାଲୋନଜୀ ଗ୍ରୁପ୍ର ଭାର ସମ୍ଭାଳିଲେ।
କମ୍ପାନିର ଖରାପ ସ୍ଥିତି ସମୟରେ ନେତୃତ୍ୱ ନେଇଥିଲେ ଶାପୁର। Shapoorji Pallonji Company Private Limited (SPCPL) ଅଧୀନରେ S.P. Finance and S.C. Finance ନାଁ ଦୁଇଟି କମ୍ପାନୀ ପ୍ରତିଷ୍ଠା କଲେ। ଏହି ଦୁଇ କମ୍ପାନି ବିନିର୍ମାଣ ଓ ଭିତ୍ତିଭୂମି କ୍ଷେତ୍ରରେ ସୃଷ୍ଟି କରିଛି ପରିଚୟ। ଫୋର୍ବସ୍ ରିପୋର୍ଟ ଅନୁଯାୟୀ ଏବେ କମ୍ପାନିର ମୂଲ୍ୟ ୧୩୦ ବିଲିୟନ ଡଲାର ହେବ। ୧୮.୪% ଟାଟା ସନ୍ସରେ ଅଂଶଧନ ରହିଛି।
ଆଜିବି ସେ ଶାପୁରଜୀ ପାଲୋନଜୀ ଗ୍ରୁପର ମୁଖ୍ୟ। ସେ ଶାପୁରଜୀ ଗ୍ରୁପର ଅନେକ କମ୍ପାନିକୁ ସେ ପରିଚାଳନା କରୁଛନ୍ତି। ଶାପୁର ମିସ୍ତ୍ରି ଆୟର୍ଲାଣ୍ଡ ଦେଶର ନାଗରିକ। କିନ୍ତୁ ସେ ଅଧିକାଂଶ ସମୟ ଭାରତରେ ହିଁ ରହୁଛନ୍ତି।
ତାଙ୍କ କମ୍ପାନୀ ଆରବିଆଇ ବିଲଡିଂ, ଟାଟା ଗ୍ରୁପ୍ ବିଲ୍ଡିଂ, ତାଜମହଲ ଟାୱାର, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଅନ୍ୟାନ୍ୟ ଅଟ୍ଟାଳିକା ନିର୍ମାଣ କରିଛି। ଏସପି ଗ୍ରୁପର ଇଞ୍ଜିନିୟରିଂ ଗ୍ରୁପ୍ ଦେଶର ପ୍ରଥମ ମେଟ୍ରୋ ରେଳ, କୋଲକାତା ମେଟ୍ରୋ ମଧ୍ୟ ନିର୍ମାଣ କରିଛି। ଏହା ସହିତ ଏହି ଗ୍ରୁପ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟାଳୟ, ବିଏସଇ ଟାୱାର, ମୁମ୍ବାଇର ଓବରୋଇ ହୋଟେଲ ଏବଂ ଓମାନର ସୁଲତାନଙ୍କ ପାଇଁ ବ୍ଲୁ ଆଣ୍ଡ୍ ଗୋଲ୍ଡ ଅଲ ଆଲାମ ପ୍ୟାଲେସ ନିର୍ମାଣ କରିଛି। କମ୍ପାନୀ ରାଜସ୍ଥାନର ନାଥୱାରା ଠାରେ ବିଶ୍ୱର ଚତୁର୍ଥ ବୃହତ୍ତମ ପ୍ରତିମୂର୍ତ୍ତି ତଥା ବିଶ୍ୱର ଉଚ୍ଚତମ ଶିବ ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରିଛି।
ଏସପି ଗ୍ରୁପ୍ ଦୁବାଇର ଜୁମୈରା ଲେକ ଟାୱାର ଏବଂ ମରିସସ୍ ଇବାନ୍ ସାଇବର ସିଟି ମଧ୍ୟ ନିର୍ମାଣ କରାଯାଇଛି। ଭାରତରେ ଚେନାବ ନଦୀ, ଅଟଳ ଟନେଲ, ଢାକା ଚିତ୍ରକୋଣ୍ଡା ରେଳ ଟନେଲ କରିଡର ଉପରେ ରେଳ ବ୍ରିଜ ନିର୍ମାଣ କରାଯାଇଛି। ଏହି ସଂଗଠନ ଏସିଆ, ଆଫ୍ରିକା ଏବଂ ମଧ୍ୟ ପୂର୍ବରେ ନିଜର ଉପସ୍ଥିତି ଜାହିର କରିଛି। କମ୍ପାନି ୭୦ ହଜାରରୁ ଅଧିକ କର୍ମଚାରୀ ଅଛନ୍ତି। ବର୍ତ୍ତମାନ ୪୦ଟି ଦେଶରେ ଏହାର ବିନିର୍ମାଣ କାର୍ଯ୍ୟକ୍ରମ ଜାରି ରହିଛି।