ମାଉସୀ ମା’ ଛକରେ ବୋମାମାଡ଼ : ଜଣେ ଗିରଫ, ଏବେବି ୪ ଜଣ ଫେରାର

NEWS7
mastermind-behind-trump-tariffs-economist-stephen-miran

ଭୁବନେଶ୍ବର ୮।୧: ଭୁବନେଶ୍ବର ମାଉସୀ ମା’ ଛକରେ ବୋମାମାଡ଼ ଘଟଣାରେ ଜଣେ ଗିରଫ । ଅଭିଯୁକ୍ତକୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । ଅନ୍ୟ ୪ ଜଣ ଏବେବି ଫେରାର ଅଛନ୍ତି । ପୋଲିସ ଏ ଘଟଣାରେ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଦୁଇଟି ବାଇକ୍ରେ ୫ ଜଣ ଗୋଡାଗୋଡି ହୋଇ ଆସିଥିଲେ । ମାଉସୀ ମା’ ଛକ ନିକଟରେ ଗାଡି ରଖି ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ କହ୍ନେଇ ନାୟକ ନାମକ ଯୁବକ ହଠାତ୍ ବ୍ୟାଗ୍ ଭିତରୁ ବୋମା ବାହାର କରି ଅନ୍ୟ ଗୋଷ୍ଠୀକୁ ଫିଙ୍ଗିବା ସମୟରେ ତାଙ୍କ ହାତରେ ବୋମାଟି ଫୁଟି ଯାଇଥିଲା । ପ୍ରାଥମିକ ଚିକିତ୍ସା ପାଇଁ ଗୁରୁତର ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । କହ୍ନେଇ ନାୟକର ଡାହାଣ ହାତର କହୁଣି ଠାରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଏ ଘଟଣାରେ ପୂର୍ବରୁ ମାମଲା ଥିବା ଜଣଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଅନ୍ୟ ୪ ଜଣ ଏବେବି ଫେରାର ଅଛନ୍ତି । ଗତ ୮ ଦିନ ତଳେ ମଧ୍ୟ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଗୋଶାଳାରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।