LIVE TV

ବିଶ୍ୱର ଅଷ୍ଟମ ସବୁଠାରୁ ମୂଲ୍ୟବାନ ଅଟୋମୋବାଇଲ୍ କମ୍ପାନୀ ହେଲା ମାରୁତି ସୁଜୁକି: ନମ୍ବର-୧ କିଏ ?

NEWS7
maruti suzuki worlds  eighth most valuable carmakers

ନୂଆଦିଲ୍ଲୀ: ଭାରତର ସର୍ବବୃହତ କାର୍ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଏବେ ୫୭.୬ ବିଲିୟନ ଡଲାର ବା ୫.୧୦ ଲକ୍ଷ କୋଟି ଟଙ୍କାର ମାର୍କେଟ ଭାଲ୍ୟୁ ସହିତ ବିଶ୍ୱର ଅଷ୍ଟମ ସବୁଠାରୁ ମୂଲ୍ୟବାନ ଅଟୋମୋବାଇଲ୍ କମ୍ପାନୀ ହୋଇଛି। ଏନେଇ  ଇକୋନୋମିକ୍ ଟାଇମ୍ସର ରିପୋର୍ଟ ପ୍ରକାଶ ପାଇଛି।

ଫୋର୍ଡ ମୋଟର, ଜେନେରାଲ ମୋଟରସ୍ ଏବଂ ଭୋକ୍ସୱାଗନ୍ ଭଳି ବଡ଼ କମ୍ପାନୀଗୁଡ଼ିକୁ ପଛରେ ପକାଇ ମାରୁତି ସୁଜୁକି ଏହି ସ୍ଥାନ ହାସଲ କରିଛି। ସବୁଠାରୁ ବଡ଼ କଥା ହେଲା ମାରୁତି ଇଣ୍ଡିଆ ଏହାର ଜାପାନୀ ପ୍ୟାରେଣ୍ଟ କମ୍ପାନୀ, ସୁଜୁକି ମୋଟର (.୫୭ ଲକ୍ଷ କୋଟି)ର ମାର୍କେଟ ଭାଲ୍ୟୁକୁ ପଛରେ ପକାଇ ଦେଇଛି। ତେବେ ବିଶ୍ୱ ଅଟୋମୋବାଇଲ ଶିଳ୍ପରେ ଏଲନ୍ ମସ୍କଙ୍କ ଟେସଲା ସର୍ବାଧିକ ମାର୍କେଟ ଭାଲ୍ୟୁ ସହ ଶୀର୍ଷରେ ରହିଛି। ଟେସଲାର ମାର୍କେଟ ଭାଲ୍ୟୁ ବର୍ତ୍ତମାନ $.୪୭ ଟ୍ରିଲିୟନ ଡଲାର କିମ୍ବା ୧୩୦.୩୮ ଲକ୍ଷ କୋଟି ଟଙ୍କା ରହିଛି।

ଜିଏସ୍‌ଟି ସଂଶୋଧନ ପରେ ମାରୁତିକୁ ଫାଇଦା

ଭାରତରେ ଛୋଟ କାର ବିକ୍ରିରେ ୬୦% ରୁ ଅଧିକ ଯୋଗଦାନ ମାରୁତି ସୁଜୁକିର ରହିଛି। ତେବେ ନିକଟରେ ଜିଏସ୍‌ଟି ସଂଶୋଧନ ପରେ ଏହାର ବିକ୍ରି ବଢ଼ିଯାଇଥିବାରୁ କମ୍ପାନୀର ଭାଲ୍ୟୁ ମଧ୍ୟ ବଢ଼ିଛି। ସେପ୍ଟେମ୍ବର ୨୨ ତାରିଖରେ କାର୍ଯ୍ୟକାରୀ ହୋଇଥିବା ନୂଆ ଜିଏସ୍‌ଟି ନିୟମ ଛୋଟ କାର ଉପରେ ଟିକସ ହ୍ରାସ କରିଛିଯାହା ଫଳରେ ମାରୁତି ସୁଜୁକି ଯାନଗୁଡ଼ିକ ଅଧିକ ସୁଲଭ ହୋଇଛି। ଫଳସ୍ୱରୂପ, କମ୍ପାନୀ ଏହାର ଅନେକ କାର୍‌ର ମୂଲ୍ୟ ୧.୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛି। ଯାହା ଗ୍ରାହକଙ୍କୁ ବି ସୁହାଇଛି।

ନୂଆ GST ନିୟମ କାର୍ଯ୍ୟକାରୀ ହେବା ପରଠାରୁ ମାରୁତିର ବିକ୍ରୟରେ ଏକ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। କମ୍ପାନୀ ଦୈନିକ ୧୫,୦୦୦ ବୁକିଂ ପାଉଛି। ବିଶେଷକରି, ନବରାତ୍ରିର ପ୍ରଥମ ଦିନ, ସେପ୍ଟେମ୍ବର ୨୨ରେ, ମାରୁତି ୩୦,୦୦୦ ଯାନ ଡିଷ୍ଟ୍ରିବ୍ୟୁଟ କରିଥିଲା। ଯାହା ଭାରତୀୟ ବଜାର ପାଇଁ ଛୋଟ କାରର ଚାହିଦାକୁ ଦର୍ଶାଇଥିଲା।