LIVE TV

ପଶ୍ଚିମବଙ୍ଗ ଦୁର୍ଗାପୁର ଗଣଦୁଷ୍କର୍ମ ଅଭିଯୋଗ ମାମଲା, ପୀଡିତାଙ୍କ ପରିବାର ସହ କଥା ହେଲେ ମନମୋହନ ସାମଲ

NEWS7
Manmohan Samal

ଭୁବନେଶ୍ୱର ୧୪।୧୦ : ପଶ୍ଚିମବଙ୍ଗ ଦୁର୍ଗାପୁର ଗଣଦୁଷ୍କର୍ମ ଅଭିଯୋଗ ମାମଲା । ପୀଡିତାଙ୍କ ପରିବାର ସହ କଥା ହେଲେ ମନମୋହନ ସାମଲ । ଫୋନ୍‌ ଯୋଗେ କଥା ହେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

ପଶ୍ଚିମବଙ୍ଗ ଦୁଷ୍କର୍ମ ଘଟଣା ସାରା ଦେଶକୁ ଆଘାତ ଦେଇଛି । ପୀଡିତାଙ୍କ ପରିବାର ସହ ରାଜ୍ୟ ସରକାର ଅଛନ୍ତି ।  ଏହି ଜଘନ୍ୟ ଅପରାଧର ପୀଡିତା ଜଣେ ଓଡ଼ିଆ ଝିଅ ହୋଇଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ୍ର ଯନ୍ତ୍ରଣାଦାୟକ । ଆଜି ମୁଁ ପୀଡିତାଙ୍କ ପରିବାର ସହିତ ଫୋନ୍ ମାଧ୍ୟମରେ ସିଧାସଳଖ କଥା ହୋଇ ସେମାନଙ୍କୁ ଏହି କଠିନ ସମୟରେ ଆଶ୍ୱାସନା ଦେଇଛି । ଏହାସହ ପୁରା ରାଜ୍ୟ ସେମାନଙ୍କ ସହିତ ଅଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି ଏବଂ ସମସ୍ତ ପ୍ରକାର ସହାୟତା-ସହଯୋଗ ସହ ନ୍ୟାୟିକ ଲଢେଇ ପୁରା ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏଭଳି ଅପରାଧକୁ ସହ୍ୟ କରାଯିବନାହିଁ । ପୀଡିତା ଓ ତାଙ୍କ ପରିବାରକୁ ଶୀଘ୍ର ନ୍ୟାୟ ମିଳିବା ଦରକାର । ମହିଳାଙ୍କ ନିରାପତ୍ତା ଆମର ସର୍ବୋଚ୍ଚ ପ୍ରାଥମିକତା । ଏହି ଜଘନ୍ୟ ଅପରାଧର ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳିବା ଦରକାର ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି ।