LIVE TV

ସର୍ବାଧିକ ଶତକ ମାରିବାରେ ଦ୍ୱିତୀୟ ମହିଳା ବ୍ୟାଟର ହେଲେ ସ୍ମୃତି ମନ୍ଧାନା, ପ୍ରତିକାଙ୍କ ସହ ରେକର୍ଡ ଦ୍ୱିଶତକୀୟ ପାର୍ଟନରଶିପ୍

NEWS7
cricket

ନୂଆଦିଲ୍ଲୀ: ମହିଳା ବିଶ୍ୱକପ୍ ୨୦୨୫ର କର ବା ମର ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଖେଳାଳି ଅନେକ ରେକର୍ଡ କରିଛନ୍ତି । ଦୁଇ ଓପନର ସ୍ମୃତି ମନ୍ଧାନା ଓ ପ୍ରତିକା ରାୱଲ ଅତି ଚମତ୍କାର ବ୍ୟାଟିଂ କରି ପାର୍ଟନରଶିପରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଦୁଇ ବ୍ୟାଟର ନିଜର ବ୍ୟକ୍ତିଗତ ଶତକ ପୂରଣ କରିବା ସହ ପ୍ରଥମ ୱିକେଟ୍ ପାଇଁ ୨୦୧୨ ରନ୍‌ର ପାର୍ଟନରଶିପ୍ କରିଥିଲେ । ମହିଳା ବିଶ୍ୱପକରେ ଏହା ଚତୁର୍ଥ ସର୍ବବୃହତ ପାର୍ଟନରଶିପ୍ ହୋଇଥିବା ବେଳେ ଭାରକ ପାଇଁ ସର୍ବବୃହତ ପାର୍ଟନରଶିପ୍ । ଉଲ୍ଲେଖଯୋଗ୍ୟ ଯେ ମହିଳା ବିଶ୍ୱକପ୍‌ର ଆଜି ୨୪ତମ ମ୍ୟାଚ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ କିୱି ଟିମ୍ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ।

ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ଏବଂ ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ଗୁରୁବାର ନ୍ୟୁଜିଲାଣ୍ଡ ବିପକ୍ଷରେ ମହିଳା ବିଶ୍ୱକପ୍ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ଶତକ ହାସଲ କରିଛନ୍ତି । ଦିନିକିଆ କ୍ୟାରିୟରର ୧୪ତମ ଶତକ ସହିତ ମନ୍ଧାନା ମହିଳା କ୍ରିକେଟ୍‌ରେ ସର୍ବାଧିକ ଶତକ ହାସଲ କରିଥିବା ଦ୍ୱିତୀୟ ବ୍ୟାଟର ହୋଇଛନ୍ତି ।

ମନ୍ଧାନ ଚମତ୍କାର ପ୍ରଦର୍ଶନ କରି ୯୫ ବଲ୍‌ରେ ୧୦୯ ରନ୍ କରି ଆଉଟ୍ ହୋଇଥିଲେ । ସେ ୮୮ ବଲ୍‌ରେ ତାଙ୍କର ଶତକ ପୂରଣ କରିଥିଲେ । ତାଙ୍କର ଏହି ଇନିଂସରେ ୧୦ ଚୌକା ଏବଂ ୪ ଛକା ମାରିଥିଲେ । ମନ୍ଧାନା ପ୍ରଥମ ୱିକେଟ୍ ପାଇଁ ପ୍ରତୀକା ରାୱଲଙ୍କ ସହିତ ୨୧୨ ରନ୍‌ର ରେକର୍ଡ ପାର୍ଟନରଶିପ୍ କରିଥିଲେ । ଏହା ବିଶ୍ୱକପ୍‌ରେ ଭାରତୀୟ ମହିଳା ଦଳର ଯେକୌଣସି ୱିକେଟ୍ ପାଇଁ ସବୁଠାରୁ ବଡ଼ ପାର୍ଟନରଶିପ୍ । ଏହା ପୂର୍ବରୁ ୨୦୨୨ ମସିହାରେ ହାମିଲଟନ୍‌ରେ ହରମନପ୍ରୀତ କୌର ଏବଂ ସ୍ମୃତି ମନ୍ଧାନାଙ୍କ ମଧ୍ୟରେ ୧୮୪ ରନ୍‌ର ପାର୍ଟନରଶିପ୍ ହୋଇଥିଲା ।

ମନ୍ଧାନା ଆଜିର ଶତକ ସହ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଶତକ ପାଇଁ ତାଜମିନ୍ ବ୍ରିଟ୍ସଙ୍କ ସହ ସମକକ୍ଷ ହୋଇଛନ୍ତି । ଉଭୟ ୨୦୨୫ ମସିହାରେ ପାଞ୍ଚଟି ଲେଖାଏଁ ଶତକ ହାସଲ କରିଛନ୍ତି । ମନ୍ଧାନା ୨୦୨୪ ମସିହାରେ ଚାରୋଟି ଶତକ କରିଥିଲେ । ସେହିପରି ପ୍ରତିକା ରାୱଲ ମଧ୍ୟ ନିଜ କ୍ୟାରିୟରର ଦ୍ୱିତୀୟ ଶତକ ମାରିଥିଲେ । ୧୩୪ ବଲରୁ ୧୨୨ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଜେମିମାହ ରଡ୍ରିଗ୍ସ ୫୫ ବଲରେ ଧୂଆଁଧାର ୭୬ ରନ୍ କରିଥିଲେ । ଭାରତ ୪୯ ଓଭରରେ ୩ ୱିକେଟ୍ ହରାଇ ୩୪୦ ରନ୍ କରିଛି । ବର୍ଷା ଯୋଗୁ ନ୍ୟୁଜିଲାଣ୍ଡକୁ ଡିଏଲ୍‌ଏସ୍‌ରେ ୪୪ ଓଭରରେ  ରନ୍ ଟାର୍ଗେଟ୍ ମିଳିଛି ।