ନୂଆଦିଲ୍ଲୀ, ୦୪/୦୫: ପାଞ୍ଚୋଟି ରାଜ୍ୟର ଫଳାଫଳ ସାମ୍ନାକୁ ଆସିଛି । ଫାଇନାଲ୍ ରେଜଲ୍ଟ୍ ନଆସିଲେ ବି ଅନେକ ପର୍ଯ୍ୟାୟର ଗଣନା ସରିଲାଣି । ଧିରେ ଧିରେ ଚିତ୍ର ସ୍ପଷ୍ଟ ହେବାକୁ ଲାଗିଛି । ପଶ୍ଚିମବଙ୍ଗରେ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ଗଡ ଧ୍ୱଂସ ହୋଇଯାଇଛି । ଦକ୍ଷିଣରେ ତାମିଲନାଡୁରେ ଏମକେ ଷ୍ଟାଲିନ ସରକାରର ପଚନ ନିଶ୍ଚିତ । ଆସାମରେ ବିଜେପି ଲଗାତାର ତିନି ଥର ସରକାର ଗଠନ କରିବାକୁ ଯାଉଛି ।

୨୦୨୪ରେ ଇଣ୍ଡି ମେଣ୍ଟ ଏକଜୁଟ୍ ହୋଇ ରହିବ ବୋଲି ଶପଥ ନେଇଥିଲା । ହେଲେ ୨୦୨୬ ନିର୍ବାଚନରେ ଇଣ୍ଡି ମେଣ୍ଟର ଡଙ୍ଗା ନିର୍ବାଚନୀ ବୈତରଣୀ ପାର୍ କରିବାରେ ବିଫଳ ହୋଇଛି । ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ମେଣ୍ଟ ମାଟି କାମୁଡିଛି । ଯେଉଁ ଜାଗାରେ ବିରୋଧୀଙ୍କ ଏକତା ସବୁଠୁ ମଜବୁତ ଥିଲା ସେଠାରେ ମେଣ୍ଟ ମୁହଁ ମାଡି ପଡିଛି ।

ତାମିଲନାଡୁରେ ସଦାବେଳେ ଡିଏମକେ ଏବଂ ଆଇଏଡିଏମକେ ମଧ୍ୟରେ ଫାଇଟ୍ ହେଉଥିଲା । ଏଥର ବିଜୟଙ୍କ ଟିଭିକେ ଉଭୟଙ୍କ ଫାଇଟରେ ଧସେଇ ପଶିଛି । ଦଳ ୧୦୦ରୁ ଅଧିକ ଆସନ ଜିତିବା ପାଇଁ ଯାଉଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏଠାରେ ଅଣ ବିଜେପି ମେଣ୍ଟର ବଡ ଚେହେରା ଥିଲେ । କିନ୍ତୁ ଏବେ ତାଙ୍କ ଦଳ ତୃତୀୟ ନମ୍ବରରେ ପହଁଚିଛି ।

ପଶ୍ଚିମବଙ୍ଗରେ ଦିଦି ଏବେ ଗାଦି ଛାଡିବେ । ୨୨୬ ସିଟ୍ ଜିତିବ ବୋଲି ମମତା ବାନାର୍ଜୀ ଦାବି କରୁଥିଲେ । କିନ୍ତୁ ଏଠାରେ ପଦ୍ମ ଫୁଟିଛି । ବିଜେପି ୧୯୦ରୁ ଅଧିକ ଆସନରେ ଆଗୁଆ ରହିଛି । ଟିଏମସି ୧୦୦ ସିଟ୍ ଭିତରେ ସୀମିତ ରହିଯାଉଛି । କଂଗ୍ରେସ ଏବଂ ଅନ୍ୟ ବାମଦଳ ଏଠାରେ ମାଟି କାମୁଡିଛନ୍ତି । ଉଭୟ ଦଳ ମାତ୍ର ଗୋଟିଏ ସିଟ୍ ଜିତିଛନ୍ତି । ଆସାମରେ ମଧ୍ୟ ବିଜେପି ସରକାର ଗଠନ କରିଛି । ଦଳକୁ ଆସାମରେ ପ୍ରଚଣ୍ଡ ବହୁମତ ମିଳିଛି ।

ତେବେ ଏହି ନିର୍ବାଚନ ଫଳାଫଳ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡି ମେଣ୍ଟ ପାଇଁ ଏକ ବଡ ଚେତାବନୀ ଅଟେ । ମେଣ୍ଟର ସର୍ଦ୍ଦାର କଂଗ୍ରେସ ହେଲେ ମଧ୍ୟ ଅନେକ ରାଜ୍ୟରେ ଦଳ ନିଜର ସହଯୋଗୀଙ୍କ ବିରୋଧରେ ଲଢୁଛି । ଯଦି ବିପକ୍ଷ ଦଳ ଏକାଠି ହୋଇ ଅସ୍ତିତ୍ୱ ନ ରଖିବେ ତାହାଲେ ୫ ରାଜ୍ୟର ନିର୍ବାଚନ ଦେଶର ସମସ୍ତ ବିରୋଧୀଙ୍କ ଅନ୍ତର ଆରମ୍ଭ ହେବ ।