LIVE TV

ଭାଙ୍ଗିଲା ଦେଓ ନଦୀବନ୍ଧର ମୁଖ୍ୟ କେନାଲ, ଏକର ଏକର ଜମିର ଫସଲ ନଷ୍ଟ

NEWS7
canel

କରଞ୍ଜିଆ ୨୧।୧୦ : ଭାଙ୍ଗିଲା ଦେଓ ନଦୀବନ୍ଧର ମୁଖ୍ୟ କେନାଲ । ଯାହାଫଳରେ ପାଣି ପଶି ଏକର ଏକର ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ମୟୁରଭଞ୍ଜ ଜିଲ୍ଲା ହାତିବାରୀ ଠାରୁ ଆରମ୍ଭ ହୋଇଥିବା ଦେଓ ନଦୀବନ୍ଧର ମୁଖ କେନାଲ କଦମବେଡ଼ା ଗାଁ ନିକଟରେ ଦେଖିବାକୁ ମିଳିଛି ଏପରି ଚିତ୍ର ।

ଖବର ଅନୁଯାୟୀ, ଦେଓ ନଦୀବନ୍ଧର ମୁଖ୍ୟ କେନାଲ ଫାଟ ସୃଷ୍ଟି ହୋଇଛି । ଯାହାଫଳରେ ଏକର ଏକର ଧାନ ଫସଲରେ ପାଣି ପଶି ନଷ୍ଟ ହୋଇଯାଇଛି। ପୋଲ ଦୁର୍ବଳ ଥିବାରୁ ପାଣି ପଶିଯାଇ କେନାଲ ଭାଙ୍ଗିଥିବା ଜଣାପଡିଛି । ତେବେ ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ ତୁରନ୍ତ ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଦେଓ ନଦୀବନ୍ଧର ଅଧିକ୍ଷଣ ଯନ୍ତ୍ରୀ ସୁରଜ କୁମାର ପାତ୍ର ।