News7 Logo

କମିଲା Mahindra XUV700ର ଦାମ୍‌; ଶସ୍ତା ହେଲା Bolero, Scorpio, Thar...

NEWS7
mahindra

ନୂଆଦିଲ୍ଲୀ ୧୭।୦୯: SUV କ୍ରେତାମାନଙ୍କ ପାଇଁ ଆସିଛି ଖୁସି ଖବର । ସରକାରଙ୍କ ନୂଆ GST ନୀତି ଆଣିଛି ଲାଭ । କମିବାରେ ଲାଗିଛି ଗାଡିର ଦାମ୍‌ । ସବୁ କମ୍ବାନୀ ପରି Mahindra ମଧ୍ୟ ନିଜ କାର୍‌ ମୂଲ୍ୟରେ ହ୍ରାସ ଆଣିଛି । କମ୍ପାନୀର ପପୁଲାର ମଡେଲ୍ XUV700ର ଦାମ୍‌ରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯେଉଁଥିରୁ ଗ୍ରାହକ ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିପାରିବେ ସଞ୍ଚୟ । Mahindraର XUV700 ଏବେ ପୂର୍ବ ଅପେକ୍ଷା ବହୁତ ଶସ୍ତା ହୋଇଯାଇଛି । GST ହାର ୪୮% ରୁ ୪୦% କୁ ହ୍ରାସ କରାଯିବା ପରେ କ୍ରେତାମାନେ ୮୮,୯୦୦ ରୁ ୧.୪୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ପାଇପାରିବେ । ଏହି ପରିବର୍ତ୍ତନ XUVର ସବୁ ଭାରିଆଣ୍ଟରେ ଲାଗୁ ହେବ।

SUV ସେଗମେଣ୍ଟ୍ ସବୁବେଳେ ଟିକସ ମାମଲାରେ ମହଙ୍ଗା ରହିଥାଏ । ୪ ମିଟରରୁ ଅଧିକ ଲମ୍ବ ଏବଂ ୧୫୦୦ ସିସିରୁ ଅଧିକ ଇଞ୍ଜିନ୍ ଥିବା ଗାଡି ଗୁଡିକ ଉପରେ ପୂର୍ବରୁ ୨୮% GST + ୨୦% ସେସ୍, ଅର୍ଥାତ୍ ମୋଟ ୪୮% ଟିକସ ଲାଗୁ ହେଉଥିଲା। କିନ୍ତୁ ଏବେ GST ୨.୦ ଅଧୀନରେ ଏହି ଟିକସକୁ ୪୦%କୁ ହ୍ରାସ କରାଯାଇଛି। ଏହାର ପ୍ରଭାବ ପୁରା SUV ବଜାରରେ ଦେଖିବାକୁ ମିଳିବ ।  କେବଳ XUV700 ନୁହେଁ, Mahindra ଏହାର ଅନ୍ୟ ଗାଡିଗୁଡ଼ିକର ମୂଲ୍ୟ ମଧ୍ୟ ହ୍ରାସ କରିଛି ।

ବୋଲେରୋ ଏବଂ ବୋଲେରୋ ନିଓର ମୂଲ୍ୟ ୧.୨୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଛି । ସେହିପରି XUV3XOର ପେଟ୍ରୋଲ ମଡେଲ ୧.୪୦ ଲକ୍ଷ ଟଙ୍କା ଏବଂ ଡିଜେଲ ମଡେଲ ୧.୫୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଥାର- ୨ଡବ୍ଲୁଡି ଡିଜେଲ ୧.୩୫ ଲକ୍ଷ ଟଙ୍କା, ୪ଡବ୍ଲୁଡି ଡିଜେଲ ୧.୦୧ ଲକ୍ଷ ଟଙ୍କା ଏବଂ ଥାର ରକ୍ସ ୧.୩୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଛି । ସେହିପରି ସ୍କର୍ପିଓ କ୍ଲାସିକ୍ର ଦାମ୍‌ ୧.୦୧ ଲକ୍ଷ ଟଙ୍କା, ସ୍କର୍ପିଓ-ଏନ୍ - ୧.୪୫ ଲକ୍ଷ ଟଙ୍କା ଶସ୍ତା ହୋଇଛି ।

ତେବେ ଆଗକୁ ଆସୁଛି ପାର୍ବଣ ରୁତୁ । ଏହି ହ୍ରାସର ଜବରଦସ୍ତ ଫାଇଦା ଉଠାଇବେ ଗ୍ରାହକ । ବର୍ତ୍ତମାନ ମହିନ୍ଦ୍ରାର SUV ରେଞ୍ଜ ବହୁତ ଆକର୍ଷଣୀୟ ହୋଇଛି । ବିଶେଷକରି XUV700 ଭଳି ଅଧିକ ଡିମାଣ୍ଡ ଥିବା ଗାଡିର ମୂଲ୍ୟ ହ୍ରାସ ହେବା କମ୍ପାନୀର ବିକ୍ରି ଏବଂ କମ୍ପିଟିସନ ଉଭୟ ଉପରେ ସକାରାତ୍ମକ ପ୍ରଭାବ ପକାଇବ। GST ୨.୦ ଆସିବା ସହିତ ମହିନ୍ଦ୍ରାର SUV ଗୁଡ଼ିକ ଏବେ ଅଧିକ ସୁଲଭ ହୋଇଯାଇଛି । XUV700 ଭଳି ପ୍ରିମିୟମ୍ ଗାଡି ଗୁଡିକ ଉପରେ ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହେବ।