LIVE TV

ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ, ପୀଠରେ ମହାନବମୀ ନୀତିକାନ୍ତି

NEWS7
mahastami

ଭୁବନେଶ୍ୱର ୩୦/୦୯: ଆଜି ପୀଠେ ମହାନବମୀ ଏବଂ ମଣ୍ଡପରେ ମହାଷ୍ଟମୀ ।  କଟକ, ଭୁବନେଶ୍ବର, ବାଲେଶ୍ବର, ରାଉରକେଲା, ସମ୍ବଲପୁର ସବୁଠି ଦୁର୍ଗାପୂଜା ପାଇଁ ଆଧ୍ୟାତ୍ମିକ ପରିବେଶ । ମାଆଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ।  ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ ଭାବ ଭକ୍ତିମୟ ପରିବେଶ ।  ସ୍ବତନ୍ତ୍ର ରୀତିନୀତି ଅନୁସାରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି। ସେପଟେ ପ୍ରକମ୍ପିତ ହେଉଛି କେନ୍ଦୁଝର ଜିଲ୍ଲା ଘଟଗାଁର ମାଆ ତାରିଣୀଙ୍କ ପୀଠ । ସେହିପରି କଟକ ଚଣ୍ଡୀଙ୍କ ସ୍ୱତନ୍ତ୍ର ବେଶ ଦର୍ଶନ କରିବାକୁ ମନ୍ଦିରରେ ଲାଗିଛି ଗହଳି । 

ଆଜି ମହାନବମୀ ଅବସରରେ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ ।  ଅନ୍ୟପଟେ ମନ୍ଦିର ପରିସରରେ ଦଶଭୂଜାଙ୍କର କାନ୍ତ, କମନୀୟ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି । ଦୁର୍ଗାପୂଜା ଅବସରରେ ମହାସପ୍ତମୀରୁ ବିଜୟା ଦଶମୀ ଯାଏ ୪ ଦିନ ଧରି ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ ତାରିଣୀ ।  ଦଶହରାରେ ଗୋଟିଏ ପଟେ, ପୀଠାସୀନ ଦେବୀ ଓ ଅନ୍ୟପଟେ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତିଙ୍କ ମଧ୍ୟରେ ଘଟିଛି ଅପୂର୍ବ ସମନ୍ବୟ  ।  ନବରାତ୍ରରେ ମା’ଙ୍କ ପାଖରେ ଚାଲିଛି ହୋମଯଜ୍ଞ ଓ ଚଣ୍ଡୀପାଠ ।