​​​​​​​ନୂଆଦିଲ୍ଲୀ ୦୫।୦୯: ଭାରତରେ ଟେସଲା କାର କରିଛି ଏଣ୍ଟ୍ରି । ଏବେ ଭାରତରେ କମ୍ପାନୀକୁ ମିଳିଛି ପ୍ରଥମ ଗ୍ରାହକ ବାସ୍ତବରେ ମହାରାଷ୍ଟ୍ରର ପରିବହନ ମନ୍ତ୍ରୀ ପ୍ରତାପ ସରନାୟକ ଟେସଲା ମଡେଲ Y କିଣିଛନ୍ତି । ଏହି କାରଟି ବହୁତ ହାଇଟେକ୍ ଏବଂ ଥରେ ଚାର୍ଜ ହେବା ପରେ ଭଲ ରେଞ୍ଜ ପ୍ରଦାନ କରିଥାଏ  । ପ୍ରତାପ ସରନାୟକ ଟେସଲା କାର କିଣିଥିବା ନେଇ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ତେବେ ମହାରାଷ୍ଟ୍ରର ପରିବହନ ମନ୍ତ୍ରୀ ପ୍ରତାପ ସରନାୟକ ଏହି କାର କିଣିବା ପରେ, ତାଙ୍କ ନାତିକୁ ଉପହାର ଦେଇଛନ୍ତି । ସେ କହିଛନ୍ତି କି ସେ ଅଟୋ ମୋବାଇଲ୍ ଶିଳ୍ପର ଦିଗ ନିର୍ଣ୍ଣୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ତାଙ୍କର ଏକ ଭିଡିଓ Xରେ ଦ୍ରୁତ ଗତିରେ ଟ୍ରେଣ୍ଡ କରୁଛି ।  

ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ଏବଂ ଭାରତର ପ୍ରଥମ ଟେସଲା କାରର ମାଲିକ ପ୍ରତାପ ସରନାୟକ କହିଛନ୍ତି, "ମୁଁ ମୋ ନାତିକୁ ଏକ ଟେସଲା କାର ଉପହାର ଦେଇଛି... କାର ପାଇବା ବଡ଼ କଥା ନୁହେଁ। କିନ୍ତୁ ରାଜ୍ୟର ପରିବହନ ମନ୍ତ୍ରୀ ଏକ ଇଲେକ୍ଟ୍ରିକ୍ ଯାନ ପାଉଛନ୍ତି ବୋଲି ବାର୍ତ୍ତା ଦେବା ପାଇଁ ମୁଁ ଏହି କାର କିଣିଛି।

ସେ ଆହୁରି କହିଛନ୍ତି “ଆଗାମୀ ୧୦ ବର୍ଷ ମଧ୍ୟରେ, ମହାରାଷ୍ଟ୍ରର ଅଧିକାଂଶ ଯାନ ବିଦ୍ୟୁତ୍ ହେବା ଉଚିତ । ଏହା ଆମ ସରକାରଙ୍କ ସ୍ୱପ୍ନ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ, ପରିବହନ ମନ୍ତ୍ରୀ ଭାବରେ, ମୁଁ ଏହି କାର କିଣିଛି ଯାହା ଦ୍ୱାରା ଲୋକମାନେ ଯଥାସମ୍ଭବ ଅଧିକ ଇଲେକ୍ଟ୍ରିକ୍ ଯାନ ପାଇପାରିବେ..."