ଆଇପିଏଲ-୨୦୨୪; ଶନିବାର ସଂଧ୍ୟାରେ ଲକ୍ଷ୍ନୌ-ରାଜସ୍ଥାନ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍

Published By : Prameya-News7 Bureau | April 27, 2024 IST

ଲକ୍ଷ୍ନୌ: ଆଇପିଏଲ-୨୦୨୪ରେ ଶନିବାର ସଂଧ୍ୟାରେ ଖେଳିଯିବ ୪୪ତମ ମୁକାବିଲା । ଲକ୍ଷ୍ନୌର ଏକାନ୍ନା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚକୁ ଜିତି ରାଜସ୍ଥାନ ପ୍ଲେ-ଅଫ୍‌ରେ ପହଞ୍ଚିବାକୁ ଯୋଜନା କରୁଛି । ସେହିପରି ଘରୋଇ ଏଲଏସଜି ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛନ୍ତି ।    

ଉଭୟ ଦଳର ପ୍ରଦର୍ଶନରେ ଅନେକ ସାମଞ୍ଜସ୍ୟ ରହିଛି । ଦୁଇ ଟିମର ଉପରକ୍ରମର ବ୍ୟାଟରମାନେ   ଚମତ୍କାର ଫର୍ମରେ ରହିଛନ୍ତି ଓ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନିର୍ବାହ  କରୁଛନ୍ତି । ତେଣୁ ନିମ୍ନ କ୍ରମ ବ୍ୟାଟରମାନଙ୍କୁ  ପରିଶ୍ରମ କରିବାକୁ ପଡ଼ୁନାହିଁ । ଠିକ୍‌  ସେହିପରି ଉଭୟ ଦଳର ବୋଲିଂ ବିଭାଗ  ଶକ୍ତିଶାଳୀ ଓ ଯଥେଷ୍ଟ ବିଭିନ୍ନତା ରହିଛି ।  ଉଭୟ ଦଳ ମାର୍ଚ୍ଚ ୨୪ ତାରିଖରେ  ପରସ୍ପରକୁ ଭେଟିଥିଲେ । ରାଜସ୍ଥାନ  ରୟାଲ୍ସ ଉକ୍ତ ମ୍ୟାଚ୍‌କୁ ୨୦ ରନ୍‌ରେ  ଜିତିଥିଲା । ଉଭୟ ଦଳର ଏହା ପ୍ରଥମ  ମ୍ୟାଚ୍‌ ରହିଥିଲା । ବର୍ତ୍ତମାନ ସମୟ  ବଦଳିଛି । ସୁପରଜାଏଣ୍ଟ୍‌ସ ଚମତ୍କାର  ଫର୍ମରେ ରହିଛି । ରୟାଲ୍ସ ଦଳ ଟେବୁଲ୍‌  ଟପ୍‌ରେ ରହିଥିବାରୁ ଆସନ୍ତା କାଲିର ମ୍ୟାଚ୍‌  ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।  

ଆଜିର ପ୍ରଦର୍ଶନ ଅପେକ୍ଷା ରଣନୀତି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହେବ । ପେସ୍‌ ବୋଲିଂ ବିସ୍ମୟ   ମୟଙ୍କ ଯାଦବ ପ୍ରତ୍ୟାବର୍ତ୍ତନ କରିବା  ସମ୍ଭାବନା ରହିଛି । ସେ ଫିଟ୍‌ ଘୋଷିତ ହେଲେ ୟଶ ଠାକୁର ଏକାଦଶରୁ   ବାଦ ପଡ଼ିବେ । ସେହିପରି ରାଜସ୍ଥାନ   ରୟାଲ୍ସ ଦଳ ଅପରିବର୍ତ୍ତିତ ରଖିବ ।   ସୱାଇ ମାନସିଂ ଷ୍ଟାଡ଼ିୟମ୍‌ ତୁଳନାରେ ଏକାନ୍ନା ପିଚ୍‌ ସାମାନ୍ୟ ମନ୍ଥର । ନାଲି ମାଟିରେ ପ୍ରସ୍ତୁତ ପିଚ୍‌ରେ  ଖେଳ ହୋଇପାରେ । ସୁପରଜାଏଣ୍ଟ୍‌ସ  ଘରୋଇ ଗ୍ରାଉଣ୍ଡ୍‌ରେ ୩ଟି ମ୍ୟାଚ୍‌ ଖେଳିଛି  ଓ ଏଥିରୁ କଳା ମାଟିରେ ପ୍ରସ୍ତୁତ ପିଚ୍‌ରେ  ୨ଟି ମ୍ୟାଚ୍‌ ଖେଳି ବିଜୟ ହାସଲ କରିଛି ।  ଏହି ପିଚ୍‌ ସ୍ପିନରଙ୍କୁ ସହାୟତା କରିବ ।  

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.