ସାଂସଦ ଅନୁଭବଙ୍କ ବଢିଲା ଅଡ଼ୁଆ, ଖାରଜ ହେଲା ଡିସଚାର୍ଜ ପିଟିସନ

Published By : Prameya-News7 Bureau | May 08, 2024 IST

କଟକ ୦୮/୦୫: ସାଂସଦ ଅନୁଭବ ମହାନ୍ତିଙ୍କ ବଢିଲା ଅଡ଼ୁଆ । ଚାର୍ଜ ଫ୍ରେମ୍ ପାଇଁ ନିର୍ଦେଶ ଦେଲେ ସ୍ୱତନ୍ତ୍ର ଜେ ଏମ ଏଫ୍ ସି କୋର୍ଟ। ଖାରଜ ହେଲା ଅନୁଭବଙ୍କ ଡିସଚାର୍ଜ ପିଟିସନ । ବର୍ଷାଙ୍କ ପକ୍ଷରୁ ଦାୟର ହୋଇଛି ନିର୍ଯାତନା ମାମଲା। ଯାହାକୁ ଖାରଜ କରିବାକୁ ଆବେଦନ କରିଥିଲେ ଅନୁଭବ। ଅନୁଭବଙ୍କ ବିରୋଧରେ ବର୍ଷାଙ୍କ ଘରୋଇ ହିଂସା ଅଭିଯୋଗ ମାମଲାର ରାଯ ଆସିଛି । 

ସୂଚନା ଥାଉକି, ସାଂସଦ ତଥା ଅବିନୋ ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ମାମଲା ରୁଜୁ କରିଥିଲାବେଳେ ଏହାକୁ ରଦ୍ଦ କରିବା ପାଇଁ ପ୍ରାର୍ଥନା କରି ଅନୁଭବ ଏମପି ଏମେଲଏ ସ୍ୱତନ୍ତ୍ର ଅଦାଲତରେ କରିଥିଲେ ପ୍ରାର୍ଥନା । କିନ୍ତୁ ଏହାକୁ ବର୍ଷାଙ୍କ ପକ୍ଷରୁ ବିରୋଧ କରାଯିବା ସହ ଏହି ମାମଲାରେ ଚାର୍ଜଫ୍ରେମ୍ ପାଇଁ ଯୁକ୍ତି ରଖିଥିଲେ । 


କହିବାକୁ ଗଲେ ନିର୍ଯାତନା ଅଭିଯୋଗ ନେଇ ଅନୁଭବଙ୍କ ବିରୋଧରେ ବର୍ଷା ଏକ ମାମଲା ଦାଏର କରିଛନ୍ତି । ଏହି ମାମଲାକୁ ରଦ୍ଦ ପାଇଁ ଅନୁଭବ ଅଦାଲତରେ ପ୍ରାର୍ଥନା କରିଥିଲେ । ଏହା ଉପରେ ବର୍ଷାଙ୍କ ପକ୍ଷରୁ ଏପିପି ଅଫରାଜ୍ ଅହମ୍ମଦ ଜବାବ ରଖି ଦର୍ଶାଇଥିଲେ ଯେ, ଅନୁଭବ ନିର୍ଯାତନା ଦେଇଥିଭା ନେଇ ଯଥେଷ୍ଟ ପ୍ରମାଣ ରହିଛି । 

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ୍ ପାଇଁ ମଧ୍ୟ ଯଥେଷ୍ଟ ତଥ୍ୟ ରହିଛି । ଅଦାଲତ ଏସବୁକୁ ଗ୍ରହଣ ଅନୁଭବଙ୍କ ବିରୋଧରେ ଏହି ମାମଲାରେ ଚାର୍ଜଫ୍ରେମ ପାଇଁ ମଧ୍ୟ ଯଥେଷ୍ଟ ତଥ୍ୟ ରହିଛି । ଅଦାଲତ ଏସବୁକୁ ଗ୍ରହଣ କରି ଅନୁଭବଙ୍କ ବିରୋଧରେ ଏହି ମାମଲାରେ ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ ଦେବାକୁ ସେ ପ୍ରାର୍ଥନା କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.