ଭଟଲି ୮।୫: ବରଗଡରେ ବିଜେଡି ନେତା ଭି.କେ. ପାଣ୍ଡିଆନ୍ଙ୍କ ମାରାଥନ୍ ପ୍ରଚାର । ପ୍ରଥମେ ପଦ୍ମପୁର, ବିଜେପୁର, ଅତାବିରା ପରେ ଭଟଲିରେ ପ୍ରଚାର କରିଛନ୍ତି ପାଣ୍ଡିଆନ୍ । ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କଲେ ପାଣ୍ଡିଆନ୍ ।
ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି, ଆମେ ଯେଉଁ ଦରଖାସ୍ତ ପାଇଛୁ, ସବୁର ହିସାବ ଦେଇଛୁ । ନିର୍ବାଚନ ଆସିଛି, ତେଣୁ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କିଛି ଲୋକ ଷଡ଼ଯନ୍ତ୍ର କରିଛନ୍ତି । କ୍ଷମତାକୁ ଆସିଲେ ମିଶନ ଶକ୍ତି ବନ୍ଦ କରିବେ ଏଣୁ ସତର୍କ ରୁହନ୍ତୁ । ଗରିବ ଜନସାଧାରଣଙ୍କ ଉପକାରରେ ଆସୁଥିବା ଯୋଜନାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ସୋହେଲାକୁ ଏନ୍ଏସି ଘୋଷଣା କରିଛନ୍ତି । ଭଟଲିର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । କୃଷକଙ୍କ ପାଇଁ ଉନ୍ନତିମୂଳକ ପଦକ୍ଷେପ ନେଉଛନ୍ତି ସିଏମ୍ । ନିର୍ବାଚନ ସମୟରେ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦିବେ । ଭଟଲିକୁ ନବୀନ ନକ୍ସଲ ମୁକ୍ତ କରିଛନ୍ତି ବୋଲି ପାଣ୍ଡିଆନ୍ କହିଛନ୍ତି ।
You Can Read :