LIVE TV

ଦଶହରା ପୂର୍ବରୁ ଗ୍ରାହକଙ୍କୁ ଝଟକା, ମହଙ୍ଗା ହେଲା ଏଲପିଜି ସିଲିଣ୍ଡର  

NEWS7
gas

ନୂଆଦିଲ୍ଲୀ ୦୧।୧୦:  ଜିଏସଟିରେ ରିହାତି ପରେ ଲୋକଙ୍କୁ ଲାଗିଛି ମହଙ୍ଗା ଝଟକା । ଦଶହରା ପୂର୍ବରୁ ବଢିଲା ଏଲପିଜି ସିଲିଣ୍ଡର ଦାମ୍‌ । ଏହି ନୂଆ ଦାମ୍‌ ୧ ଅକ୍ଟୋବର ୨୦୨୫ ରୁ ଲାଗୁ ହୋଇଛି । ୧୯ କିଲୋଗ୍ରାମର କମର୍ସିଆଲ୍ ଏଲପିଜି ସିଲିଣ୍ଡର ଆଜିଠାରୁ ମହଙ୍ଗା ହୋଇଛି । ତୈଳ ବିପଣନ କମ୍ପାନୀଗୁଡ଼ିକ କମର୍ସିଆଲ୍ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୫.୫୦ ଟଙ୍କା ବୃଦ୍ଧି କରିଛନ୍ତି ଯାହା ଫଳରେ ଦିଲ୍ଲୀରେ ୧୯ କିଲୋଗ୍ରାମର ସିଲିଣ୍ଡରର ଦାମ୍‌ ୧୫୯୫.୫୦ ଟଙ୍କା ହୋଇଛି।

ଚଳିତ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ କମର୍ସିଆଲ୍‌ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି । ଏହି ସିଲିଣ୍ଡରଗୁଡ଼ିକ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ବିବାହ ପାର୍ଟିରେ ବ୍ୟବହୃତ ହୁଏ । ନୂ ମୂଲ୍ୟ ବୁଧବାର ଠାରୁ ଲାଗୁ ହୋଇଛି । ତଥାପି ୧୪.୨ କିଲୋଗ୍ରାମର ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ ଘରୋଇ ସିଲିଣ୍ଡରର ଦାମ୍‌ ୮୫୩ ଟଙ୍କା ରହିଛି ।

ଦିଲ୍ଲୀରେ ଅକ୍ଟୋବର ୧ରୁ ଗ୍ରାହକମାନଙ୍କୁ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୧୫୯୫.୫୦ ଟଙ୍କାରେ ମିଳୁଛି । ପୂର୍ବରୁ ଏହା ୧୫୮୦ ଟଙ୍କାରେ ଉପଲବ୍ଧ ଥିଲା।  କୋଲକାତାରେ ବର୍ତ୍ତମାନ ସମାନ ସିଲିଣ୍ଡରର ମୂଲ୍ୟ ୧୭୦୦ ଟଙ୍କା। ସେପ୍ଟେମ୍ବରରେ ଏହା ୧୬୮୪ ଟଙ୍କାରେ ଉପଲବ୍ଧ ଥିଲା। ଏହା ୧୬ ଟଙ୍କା ବୃଦ୍ଧି ହୋଇଛି

ମୁମ୍ବାଇରେ ଏକ କମର୍ସିଆଲ୍‌ ସିଲିଣ୍ଡର ୧୫୩୧.୫୦ ଟଙ୍କାରୁ ୧୫୪୭ ଟଙ୍କାରେ ମିଳିବ । ମୁମ୍ବାଇରେ ଏହି ଏଲପିଜି ସିଲିଣ୍ଡରର ମୂଲ୍ୟ ୧୫.୫୦ ଟଙ୍କା ବୃଦ୍ଧି ପାଇଛି । ଚେନ୍ନାଇରେ ବର୍ତ୍ତମାନ ସମାନ ସିଲିଣ୍ଡର ୧୭୫୪ ଟଙ୍କାରେ ଉପଲବ୍ଧ ହେବ । ସେପ୍ଟେମ୍ବରରେ ଏହା ୧୭୩୮ ଟଙ୍କାରେ ଉପଲବ୍ଧ ଥିଲା। ୧୬ ଟଙ୍କା ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି।

ତେବେ ୮ ଏପ୍ରିଲ, ୨୦୨୫ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ ହୋଇଥିଲା। ସେତେବେଳେ ୫୦ ଟଙ୍କା ହୋଇଥିଲା ବୃଦ୍ଧି । ସେବେଠାରୁ ଗ୍ରାହକମାନଙ୍କୁ ସମାନ ହାରରେ ମିଳିଛି ଘରୋଇ ସିଲିଣ୍ଡର । ପୂର୍ବରୁ ୩୦ ଅଗଷ୍ଟ ୨୦୨୩ରେ କେନ୍ଦ୍ର ସରକାର ଘରୋଇ ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରିଥିଲେ ଯାହା ଜନସାଧାରଣଙ୍କୁ ବହୁତ ଆଶ୍ୱସ୍ତି ଦେଇଥିଲା।