ରକ୍ଷାବନ୍ଧନ ପୂର୍ବରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି; ଶସ୍ତା ହେଲା LPG ସିଲିଣ୍ଡର, ପ୍ରଭାବିତ ହେବ ୟୁପିଆଇ-ବ୍ୟାଙ୍କ ନେଣଦେଣ

Published By : Prameya-News7 Bureau | August 01, 2025 IST

ନୂଆଦିଲ୍ଲୀ ୦୧।୦୮; ଆଜି ଠାରୁ ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ ।  କିଛି ନିୟମରେ ପରିବର୍ତ୍ତନ ହେଉଥିବା ବେଳେ ଏହା ଜନସାଧାରଣଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ପରିବର୍ତ୍ତନ ଗୁଡ଼ିକ ମଧ୍ୟରେ ୟୁପିଆଇରେ ବାଲାନ୍ସ ଚେକ୍ କରିବା ଠାରୁ ନେଇ ଏଲପିଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ ଓ  ବ୍ୟାଙ୍କିଂ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ଅନ୍ତର୍ଭୁକ୍ତ । ଜାଣନ୍ତୁ କେଉଁ ସବୁ ନିୟମରେ ଆଜିଠୁ ହେବ ବଡ ପରିବର୍ତ୍ତନ।

ଅଗଷ୍ଟ ୦୧ରୁ ନୂଆ ନିୟମ
-ୟୁପିଆଇ କାରବାରରେ ପରିବର୍ତ୍ତନ
-ଦିନକୁ ସର୍ବାଧିକ ୫୦ଥର ଯାଏ ବାଲାନ୍ସ ଯାଞ୍ଚ କରିପାରିବେ
-ଅଟୋ ପେ କାରବାରରେ କିଛି ପରିବର୍ତ୍ତନ ହୋଇଛି
-ନିର୍ଦ୍ଦିଷ୍ଟ ସମୟରେ ଅଟୋ ପେ କାରବାର ହେବ
-ୟୁପିଆଇ ପେମେଣ୍ଟ ବିଫଳ ହେଲେ, ସ୍ଥିତି ଯାଞ୍ଚ ପାଇଁ ୩ଟି ସୁଯୋଗ ମିଳିବ
-ପ୍ରତ୍ୟେକ ପ୍ରୟାସ ମଧ୍ୟରେ ୯୦ସେକେଣ୍ଡ ସମୟ ଅପେକ୍ଷା କରିବାକୁ ପଡିବ
-ବ୍ୟାଙ୍କିଂ ଆଇନ-୨୦୨୫ ଆଜିଠାରୁ କାର୍ଯ୍ୟକାରୀ ହେବ
-ଆଜିଠାରୁ କମର୍ସିଆଲ ଗ୍ୟାସ ଦର ହ୍ରାସ ହେବ

ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ହ୍ରାସ

ତୈଳ ମାର୍କେଟିଂ କମ୍ପାନୀ ଗୁଡ଼ିକ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୩୩.୫୦ ଟଙ୍କା ହ୍ରାସ ପାଇଛି। ଯାହା ୧ ଅଗଷ୍ଟ, ୨୦୨୫ ରୁ ଲାଗୁ ହୋଇଛି। ନୂତନ ମୂଲ୍ୟ ଲାଗୁ ହେବା ପରେ, ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧ ଅଗଷ୍ଟ ଠାରୁ ୧୬୩୧.୫୦ ଟଙ୍କା ହେବ। ଯାହା ବର୍ତ୍ତମାନ ୧୬୬୫.୦୦ ଟଙ୍କା ରହିଛି।

ତଥାପି, ସାଧାରଣ ଗ୍ରାହକଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରାଯାଏ। ଏଥର ପରିବର୍ତ୍ତନ କେବଳ ବାଣିଜ୍ୟିକ ସିଲିଣ୍ଡର ପର୍ଯ୍ୟନ୍ତ ସୀମିତ ହୋଇଛି।

କାହିଁକି ଚାର୍ଜ ଲାଗୁ କରାଯାଉଛି?

ସରକାର କୌଣସି ବ୍ୟବସାୟୀଙ୍କଠାରୁ (ମର୍ଚ୍ଚାଣ୍ଟ ଡିସକାଉଣ୍ଟ ହାର) ଆଦାୟ କରେ ନାହିଁ। କିନ୍ତୁ NPCI ବ୍ୟାଙ୍କ ଗୁଡ଼ିକରୁ ସ୍ୱିଚ୍ ଫି ଆଦାୟ କରେ। କିଛି ବ୍ୟାଙ୍କ ପେମେଣ୍ଟ ଏଗ୍ରିଗେଟରଙ୍କଠାରୁ ଏହି ଫି ଆଦାୟ କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ପେମେଣ୍ଟରେ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି। ସମ୍ପ୍ରତି, UPI ପେମେଣ୍ଟ କରିବା ସମୟରେ ବ୍ୟବହାରକାରୀମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। UPI ସର୍ଭର ପ୍ରତିଦିନ ଡାଉନ୍ ହେଉଥିଲା। NPCI ଏହି ସମସ୍ୟାର ଏହି ସମାଧାନ ଖୋଜି ବାହାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.