ତୃତୀୟ ପର୍ଯ୍ୟାୟ ମତଦାନ; ଅହମ୍ମଦାବାଦରେ ମତାଧିକାର ସାବ୍ୟସ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | May 07, 2024 IST

ଅହମ୍ମଦାବାଦ: ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ । ୧୦ ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୯୩ଟି  ଲୋକସଭା ଆସନରେ ଭୋଟିଂ ଜାରି । ତେବେ ତୃତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ୍ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆଜି ଅହମ୍ମଦାବାଦର ନିଶାନ ବିଦ୍ୟାଳୟରେ ହୋଇଥିବା ମତଦାନ କେନ୍ଦ୍ରରେ ପହଞ୍ଚି ମତାଧିକାର ସାବ୍ୟସ୍ତ କରିଛନ୍ତି । ଏହି ସମୟରେ ଗୃହମନ୍ତ୍ରୀ ଅମିତ୍ ଶାହ ମଧ୍ୟ ଉପସ୍ଥିତ ଥିଲେ । ତୃତୀୟ ପର୍ଯ୍ୟାୟରେ ଅଧିକରୁ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବାକୁ ପିଏମ୍ ମୋଦି ଅପିଲ୍ କରିଛନ୍ତି । ଗଣତନ୍ତ୍ରର ମହାପର୍ବରେ ସାମିଲ୍ ହୋଇ ବିଶ୍ବର ସବଠୁ ବଡ଼ ଗଣନ୍ତ୍ରଣର ମାନ ବଢ଼ାଇବାକୁ କହିଛନ୍ତି । 


ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ । ସକାଳ ୭ଟାରୁ ଭୋଟ୍ ଦେଉଛି ଭାରତ । ୧୦ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ଆରମ୍ଭ ହୋଇଛି । ୯୩ଟି ଲୋକସଭା ଆସନରେ ମୋଟ୍ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହେବ । ତୃତୀୟ ପର୍ଯ୍ୟାୟରେ ୧୭.୨୪ କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରୁ ପୁରୁଷ ଭୋଟ ୮.୮୫ କୋଟି ରହିଥିବା ବେଳେ ମହିଳା ଭୋଟର ୮.୩୯ କୋଟି ରହିଛନ୍ତି । ତୃତୀୟ ପର୍ଯ୍ୟାୟରେ ନିର୍ବାଚନ କମିଶନଙ୍କ ପକ୍ଷରୁ ମୋଟ୍ ୧.୮୫ ଲକ୍ଷ ମତଦାନ କେନ୍ଦ୍ର ହୋଇଛି । ଆସନ୍ତା ଜୁନ୍ ୪ ତାରିଖରେ ନିର୍ବାଚନ ଫଳ ବାହାରିବ ।   

 

 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.