LIVE TV

ଜୀବିତଙ୍କୁ ମୃତ ଦର୍ଶାଇ ତିନି ମାସ ହେବ ଭତ୍ତାରୁ ବାଦ ଦେଇଥିଲା ପ୍ରଶାସନ, ନ୍ୟୁଜ୭ ରେ ଖବର ପ୍ରସାରଣ ପରେ ଆକ୍ସନ

NEWS7
kendrapada

କେନ୍ଦ୍ରାପଡ଼ା : ଜୀବିତଙ୍କୁ ମୃତ ଦର୍ଶାଇ ତିନି ମାସ ହେବ ଭତ୍ତାରୁ ବାଦ ଦେଇଥିଲା ପ୍ରଶାସନ। ଏହି ଖବର ନ୍ୟୁଜ୭ ରେ ଗତକାଲି ଖବର ପ୍ରସାରଣ ହୋଇଥିଲା। ପ୍ରସାରଣ୨୪ ଘଣ୍ଟା  ପୂରୁନୁ ବୈଷ୍ଣବ ଦାସଙ୍କ ଘରେ ପହଂଚି ତିନି ମାସର ଭତ୍ତା ପ୍ରଦାନ କରିଛନ୍ତି ଦଶିପୁର ଗ୍ରାମ ପଂଚାୟତ ସରପଞ୍ଚ।

ଜଣେ ଜୀବିତ ବ୍ୟକ୍ତିଙ୍କୁ କିଭଳି ମୃତ ଦର୍ଶାଇ ଥିଲା ପ୍ରଶାସନ।  ବାର୍ଦ୍ଧକ୍ୟ ଭତ୍ତା ଯୋଜନାରୁ ତିନି ମାସ ହେବ କେମିତି ବାଦ ଦେଇଥିଲା ପ୍ରଶାସନ।  ଯିଏ ପୂର୍ବରୁ ଭତ୍ତା ପାଇ ଆସୁଥିଲେ ସେହି ବ୍ୟକ୍ତିଙ୍କୁ କିଏ ମୃତ ବୋଲି ଘୋଷଣା କଲା । ଏ ସବୁ ଭିତରେ ଯେମିତି ଆମ ବିଧିବ୍ୟବସ୍ତା, ଆମ ଯୋଜନା ପ୍ରଦାନ କରିବା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏହା ଜାଣି ହତବା ହୋଇଯାଇ ଥିଲେ ବୈଷ୍ଣବ।  ଏହି ବ୍ୟକ୍ତି ଜଣଙ୍କ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଦଶିପୁର ପଂଚାୟତ ବାଲଣା ଗ୍ରାମର ୭୫ବର୍ଷୀୟ ବୈଷ୍ଣବ ଦାସ।

ରବିବାର ନ୍ୟୁଜ୍ ସେଭେନରେ ଏହି ଖବର ପ୍ରସାରଣ କରିବା ପରେ ସୋମବାର ବୈଷ୍ଣବଙ୍କ ଘରେ ପହଞ୍ଚି ତିନି ମାସର ଭତ୍ତା ପ୍ରଦାନ କରିଛନ୍ତି ଦଶିପୁର ଗ୍ରାମ ପଂଚାୟତର ସରପଞ୍ଚ।  ଆଉ ଏହି ଭତ୍ତା ପାଇବା ପରେ ବୈଷ୍ଣବ ବେଶ୍ ଖୁସି ହୋଇଥିଲେ। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଖବର ପ୍ରସାରଣ ପ୍ରର୍ଯ୍ୟନ୍ତ କଣ ପାଇଁ ଅପେକ୍ଷା କରୁଛି ପ୍ରଶାସନ।  ପ୍ରକୃ ହିତାଧିକାରୀ କିଭଳି ଞ୍ଚିତ ହେଉଛନ୍ତି ଏହି ସରକାରୀ ଯୋଜନାରୁ।  ଏଥିରୁ ସ୍ପଷ୍ଟ ଏଥିରେ କିଛି ନା କିଛି ତ୍ରୁଟି ରହିଛି।  ଯାହାକୁ ଲୁଚାଇବା ପାଇଁ ପ୍ରଶାସନ ପ୍ରଣାପ୍ରାଣେ ଚେଷ୍ଟା ଚଳାଇଛି।  ତେବେ ଯଦି ଏହା ଉପରେ ତଦନ୍ତ କରାଯାଆନ୍ତା ତାହା ହେଲେ ସତ ପଦାକୁ ଆସିବା ସହ ପ୍ରକୃ ହିତାଧିକାରୀ ଭତ୍ତାରୁ ବଞ୍ଚିତ ହୋଇ ନଥାନ୍ତେ।