ରତ୍ନଭଣ୍ଡାରର ପ୍ରାଥମିକ ଯାଞ୍ଚ ସରିଛି, ଖୁବ୍‌ଶୀଘ୍ର ମରାମତି କାମ ଆରମ୍ଭ କରିବ ଏଏସଆଇ : ଆଇନ ମନ୍ତ୍ରୀ

Published By : Prameya-News7 Bureau | July 28, 2024 IST

ଭୁବନେଶ୍ବର ୨୮: ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ରତ୍ନଭଣ୍ଡାରର ମରାମତି କାମ ଖୁବ୍‌ଶୀଘ୍ର ଆରମ୍ଭ କରିବ ଏଏସଆଇ । ପ୍ରାଥମିକ ଯାଞ୍ଚ ସରିଛି । ଏସଓପିରେ କିଛି ସଂଶୋଧନ ଆବଶ୍ୟକତା ଥିଲା । ସେନେଇ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ଅସୁବିଧା ନହୁଏ ତାକୁ ପ୍ରାଥମିକତା ଦିଆଯାଉଛି । ସେ ବାବଦରେ ସେବାୟତଙ୍କ ସହ ଆଲୋଚନା ହୋଇଛି । ତେଣୁ ମରାମତି କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ । ପ୍ରାଥମିକ ଯାଞ୍ଚ ଏବଂ ଆକଳନ ହୋଇଛି । କେବଳ କାମ ଆରମ୍ଭ ହେବାର ପ୍ରକ୍ରିୟା ବାକି ଅଛି । ଆଗ ବାହାର ରତ୍ନଭଣ୍ଡାର ମରାମତି କାମ ହୋଇ ସରିଲା ପରେ ଭିତର ରତ୍ନଭଣ୍ଡାର ମରାମତି କାମ ପାଇଁ ଲେଜର ସ୍କାନିଂ ହେବ କି ନହେବ ନିଷ୍ପତ୍ତି ନିଆଯିବ ।

ଚାବି ହଜିବାର ତଦନ୍ତ ରିପୋର୍ଟ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ନେବେ ସରକାର । ଚାବି ପ୍ରହେଳିକା ଗତ ସରକାରର ବାବୁମାନେ ଆରମ୍ଭ କରିଥିଲେ । କିଏ ଦାୟୀ ଜଣା ପଡିନି । ଚାବିର ପ୍ରହେଳିକା କରି ରତ୍ନ ଭଣ୍ଡାର ନଖାଲିବା ପାଇଁ ଯେଉଁମାନେ ଷଡଯନ୍ତ୍ର କରିଥିଲେ ତାର ଖୁଲାସା ହେବ । ଯେଉଁମାନେ ଏଭଳି ଚଞ୍ଚକତା କରିଛନ୍ତି ସେମାନଙ୍କ ବିରୋଧରେ ଦଣ୍ଡ ବିଧାନ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । 

You Can Read:

କଳାହାଣ୍ଡିରେ ସ୍ଥିତି ଜାହିର କଲେ ମାଓବାଦୀ, ରାସ୍ତା କଡ଼ରେ ଲାଗିଲା ମାଓ ପୋଷ୍ଟର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.