LIVE TV

‘ବଚ୍‌କେ ରେହେନାରେ ବାବା…’: ASEAN ସମ୍ମିଳନୀ ପାଇଁ ମାଲେସିଆ ନଯିବାରୁ ପିଏମ୍‌ ମୋଦିଙ୍କୁ କଂଗ୍ରେସର କଟାକ୍ଷ

NEWS7
Congress claims

ନୂଆଦିଲ୍ଲୀ: ମାଲେସିଆରେ ହେବାକୁ ଥିବା ASEAN ସମ୍ମିଳନୀରେ ଯୋଗଦେବେ ନାହିଁ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ୍ ଭାବରେ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ଖବରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡ଼ା ସମାଲୋଚନା କରିଛି କଂଗ୍ରେସ। ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏଡାଇବାକୁ ଚାହୁଁଛନ୍ତିଯେଉଁଥିପାଇଁ ସେ ସମ୍ମିଳନୀରେ ଯୋଗ ଦେଉନାହାଁନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି କଂଗ୍ରେସ ନେତା କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି ଯେ ମୋଦୀ ଯୋଗଦେବେ କି ନାହିଁ ସେ ବିଷୟରେ ଗଣମାଧ୍ୟମରେ ଦୀର୍ଘ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ସମ୍ମିଳନୀରେ ଯୋଗଦେବେ ନାହିଁ ଏହା ଏବେ ପ୍ରାୟ ନିଶ୍ଚିତ। ଏହା କରିବା ଦ୍ୱାରା ବିଶ୍ୱ ନେତାମାନଙ୍କୁ ଭେଟି ନିଜକୁ ବିଶ୍ୱ ନେତା ଭାବରେ ପ୍ରଦର୍ଶନ କରିବାର ସୁଯୋଗ ହରାଇଛନ୍ତି।

କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି ଯେ ସୋସିଆଲ ମିଡିଆରେ ଟ୍ରମ୍ପଙ୍କୁ ପ୍ରଶଂସା କରିବା ଗୋଟିଏ କଥାକିନ୍ତୁ ମୋଦି ତାଙ୍କୁ ମୁହାଁମୁହିଁ ଭେଟିବାକୁ ଚାହୁଁନାହାନ୍ତି। ଟ୍ରମ୍ପ ବାରମ୍ବାର ଦାବି କରିଛନ୍ତି ଯେ ସେ ଭାରତକୁ ରୁଷରୁ ତେଲ କିଣିବା ବନ୍ଦ କରିବାକୁ କହିଥିଲେ, ଏବଂ ମୋଦି ଏହି ବିବାଦରେ ଫସିବାକୁ ଚାହାଁନ୍ତି ନାହିଁ।

ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ଗସ୍ତରେ କାର୍ଯ୍ୟସୂଚୀ ସମସ୍ୟା ବୋଲି କୁହାଯାଇଛି। ସେଥିପାଇଁ ଭାରତ ପ୍ରତିନିଧିତ୍ୱ କରିବେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ପ୍ରଧାନମନ୍ତ୍ରୀ ମୋଦୀ ଶିଖର ସମ୍ମିଳନୀର କିଛି ଅଧିବେଶନରେ ଭର୍ଚୁଆଲ୍ ଭାବରେ ଅଂଶଗ୍ରହଣ କରିପାରନ୍ତି।

ଆସିଆନ ସମ୍ମିଳନୀ ଅକ୍ଟୋବର ୨୬ ରୁ ୨୮ ପର୍ଯ୍ୟନ୍ତ ମାଲେସିଆର କୁଆଲାଲମ୍ପୁରରେ ଅନୁଷ୍ଠିତ ହେବଥିରେ ଟ୍ରମ୍ପଙ୍କ ସମେତ ଅନ୍ୟ ଅନେକ ଦେଶର ନେତାମାନେ ଅଂଶଗ୍ରହଣ କରିବେ। ଭାରତ ଏବଂ ଆସିଆନ ବାଣିଜ୍ୟ, ନିବେଶ, ସୁରକ୍ଷା ଏବଂ ପ୍ରତିରକ୍ଷା ଭଳି କ୍ଷେତ୍ରରେ ସେମାନଙ୍କର ସମ୍ପର୍କକୁ ମଜବୁତ କରୁଛନ୍ତି। କାରଣ ଭାରତ ଏବଂ ଆସିଆନ ମଧ୍ୟରେ ସହଯୋଗ ୧୯୯୨ ମସିହାରୁ ଜାରି ରହିଛି ଏବଂ ବର୍ତ୍ତମାନ ଏହା ଏକ ରଣନୈତିକ ସହଭାଗୀତାରେ ପରିଣତ ହୋଇଛି। ଆସିଆନ ସଦସ୍ୟ ଦେଶଗୁଡ଼ିକରେ ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ବ୍ରୁନେଇ, ଭିଏତନାମ, ଲାଓସ, ମିଆଁମାର ଏବଂ କାମ୍ବୋଡିଆ ରହିଛି।