LIVE TV

ସତ ହେବ ସ୍ୱର୍ଣ୍ଣ ତ୍ରିଭୂଜର ସ୍ୱପ୍ନ: ପର୍ଯ୍ୟଟନ ସାଂଗକୁ ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା, ବେଦାନ୍ତର ବଡ଼ ଘୋଷଣା

NEWS7
Vedanta Group to invest additional Rs 1 lakh crore in Odisha

ଓଡ଼ିଶାର ଫୋକସରେ ଶିଳ୍ପ ଓ ପର୍ଯ୍ୟଟନର ବିକାଶ...। ରାଜ୍ୟକୁ ଏହି ଦୁଇଟି ଦିଗରେ ସମୃଦ୍ଧ କରିବା ପଇଁ ମୋହନ ମାଝୀଙ୍କ ସରକାର ଜୋରସୋରରେ ଲାଗିପଡ଼ିଛନ୍ତି। ଯାହାକୁ ସମର୍ଥନ ଜଣାଇ ବେଦାନ୍ତ ୧ ଲକ୍ଷ କୋଟି ଟଙ୍କାର ନିବେଶ ଘୋଷଣା କରିଛି। ସେପଟେ ସ୍ୱର୍ଣ୍ଣ ତ୍ରିଭୁଜର ପରିକଳ୍ପନା ସତ କରିବା ଦିଗରେ କାମ ଆରମ୍ଭ ହୋଇଯାଇଛି। ଦୀର୍ଘଦିନ ହେଲା କେବଳ କଳ୍ପନାରେ ରହି ଆସିଥିବା ଏହି ଗୋଲ୍ଡେନ୍ ଟ୍ରାଙ୍ଗଲ ଏବେ ବାସ୍ତବ ରୂପ ନେବା ଅପେକ୍ଷାରେ । ବିଜନେଶ ବିଶେଷରେ ପଢ଼ନ୍ତୁ ଫୋକସରେ ଶିଳ୍ପ ଓ ପର୍ଯ୍ୟଟନ

ଦେଶର ଅନ୍ୟ ଅଗ୍ରଣୀ ରାଜ୍ୟଗୁଡ଼ିକ ଭଳି ଓଡ଼ିଶା ବି କିଭଳି ଶିଳ୍ପ ସମୃଦ୍ଧ ହୋଇପାରିବ ସେ ଦିଗରେ ତତ୍ପରତାର ସହ କାର୍ଯ୍ୟ ଜାରି ରଖିଛନ୍ତି ରାଜ୍ୟ ସରକାର। ଏ ଦିଗରେ ବେଦାନ୍ତ ମଧ୍ୟ ବଡ଼ ଘୋଷଣା କରିଛି। କମ୍ପାନୀ ରାଜ୍ୟରେ ୧ ଲକ୍ଷ କୋଟି ନିବେଶ କରିବ, ଯେଉଁଥିରେ ଢେଙ୍କାନାଳରେ ଆଲୁମିନିୟମ ସ୍ମେଲଟର, କେନ୍ଦୁଝର ଫେରୋ ଆଲଏଜ୍ ପ୍ଲାଣ୍ଟ, ଦୁଇଟି ଆଲୁମିନିୟମ ପାର୍କ ଆଦି ପ୍ରତିଷ୍ଠା ହେବ। ଏଥିରେ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି  ମିଳିବ। ଯାହା ରାଜ୍ୟର ଭବିଷ୍ୟତ ପାଇଁ ଏକ ଗେମ୍‌ଚେଞ୍ଜର ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଓଡ଼ିଶାରେ ଦୌଡ଼ିବ ଶିଳ୍ପାୟନବେଦାନ୍ତ ଗ୍ରୁପ୍‌ ରାଜ୍ୟରେ ଲକ୍ଷେ କୋଟି ନିବେଶ କରିବଏହି ପୁଞ୍ଜି ନିବେଶରୁ ପ୍ରାୟ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସମୃଦ୍ଧ ଓଡ଼ିଶା ଗଠନରେ ବେଦାନ୍ତର ଏହି ସବୁ ପ୍ରକଳ୍ପ ଗେମଚେଞ୍ଜର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବେଦାନ୍ତ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେରାଜ୍ୟରେ ବେଦାନ୍ତ ପକ୍ଷରୁ ପୁଞ୍ଜି ନିବେଶ ନେଇ ବିଶଦ ଆଲୋଚନା ହୋଇଥିଲାବେଦାନ୍ତର ପ୍ରକଳ୍ପଗୁଡ଼ିକ ପାଇଁ ଜମିରୁ ପାଣି ଯାଏ ସବୁ ସୁବିଧା ସରକାର ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି

ବେଦାନ୍ତ ଢେଙ୍କାନାଳରେ ବାର୍ଷିକ ୩ ନିୟୁତ ଟନ କ୍ଷମତା ବିଶିଷ୍ଟ ଏକ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ ପ୍ରତିଷ୍ଠା କରିବଏହି ବୃହତ୍‌ ପ୍ରକଳ୍ପରେ କଂପାନୀ ୧ ଲକ୍ଷ କୋଟି ନିବେଶ କରିବମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ମୁଖ୍ୟ ଏହି ସୂଚନା ଦେଇଛନ୍ତି ଆସନ୍ତା ମାସେ ମଧ୍ୟରେ ଜମି ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତିଜମି ମିଳିଲେ ୩ରୁ ୪ ମାସ ଭିତରେ କାମ ଆରମ୍ଭ ହେବ ବୋଲି ଶ୍ରୀ ଅଗରୱାଲ କହିଛନ୍ତିଏହି କାରଖାନା ହେଲେ ୩୦ରୁ ୪୦ ହଜାର ଲୋକ କାମ ପାଇବେସାଢ଼େ ୩ ବର୍ଷରେ ଏ ପ୍ରକଳ୍ପ କାମ ସରିବ

ସେହିପରି କେନ୍ଦୁଝର ଠାରେ ଏକ ଅତ୍ୟାଧୁନିକ ଫେରୋ-ଆଲଏଜ୍‌ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏଥିରେ ବେଦାନ୍ତ ୨ ହଜାର କୋଟି ଟଙ୍କା ନିବେଶ କରିବଏହାଛଡ଼ା ବେଦାନ୍ତ ପକ୍ଷରୁ ଓଡ଼ିଶାରେ ଦୁଇଟି ନୂଆ ଆଲୁମିନିୟମ୍‌ ପାର୍କ ମଧ୍ୟ ପ୍ରତିଷ୍ଠା କରାଯିବଝାରସୁଗୁଡ଼ାରେ ଥିବା ଆଲୁମିନିୟମ୍‌ ପ୍ଲାଣ୍ଟ ନିକଟରେ ଗୋଟିଏ ନୂଆ ପାର୍କ ହେବଏହାସହ ରାଜ୍ୟର ଅନ୍ୟ ଯେଉଁଠି ରାଜ୍ୟ ସରକାର ଜମି ଯୋଗାଇଦେବେ, ସେଠାରେ ମଧ୍ୟ ଆଉ ଏକ ଆଲୁମିନିୟମ୍‌ ପାର୍କ ପ୍ରତିଷ୍ଠା କରାଯିବ ବୋଲି କମ୍ପାନୀ କହିଛିଏହି ଦୁଇଟି ଅତ୍ୟାଧୁନିକ ପାର୍କରେ ଉନ୍ନତ ଗ୍ରେଡର ଆଲୁମିନିୟମ୍‌ ଆଲୟ ପ୍ରସ୍ତୁତ ହେବଏହି ଆଲୁମିନିୟମ୍‌ ଆଲୟ ଏରୋସ୍ପେଶ୍‌, ଇଲେକ୍ଟ୍ରିକ୍‌ ଭେହିକିଲ୍‌ସ ଓ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର ହେବଏହାଦ୍ୱାରା ରାଜ୍ୟକୁ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ଆସିବରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ ଶିଳ୍ପରେ ଅଭିବୃଦ୍ଧି ହେବଏହା ସହ ବିଶ୍ୱର ମେଟାଲ ଭାଲ୍ୟୁ- ଚେନରେ ଓଡ଼ିଶା ଆଗଧାଡ଼ିରେ ରହିବ

ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିକଶିତ ଭାରତର ପରିକଳ୍ପନାର ସଫଳ ରୂପାୟନ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା ପାଇଁ କ୍ଷେତ୍ରରେ ଗ୍ଲୋବାଲ୍‌ ହବ୍‌ ହେବାପାଇଁ ଓଡ଼ିଶା ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୨୦୩୬ ସୁଦ୍ଧା ୫୦୦ ବିଲିଅନ୍‌ ଡଲାର ଅର୍ଥନୀତିରେ ପରିଣତ ହେବାପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ବେଦାନ୍ତ ରାଜ୍ୟରେ ଏକ ବିଶ୍ୱ ବିଦ୍ୟାଳୟ ଖୋଲିବାକୁ ଘୋଷଣା କରିଛି। ଜମି ଅଛି ଲୋକଙ୍କ ସମର୍ଥନ ମିଳିଲେ ଆମେ ଏହାକୁ ପୁରୀରେ କରିବୁ କିମ୍ବା ଅନ୍ୟ କେଉଁଠି, ଏହା ଜନମତ ଆଧାରରେ ହେବ ବୋଲି ବେଦାନ୍ତ ମୁଖ୍ୟ କହିଛନ୍ତି।  

ସେପଟେ ସତ ହେବାକୁ ଯାଉଛି ସ୍ୱର୍ଣ୍ଣ ତ୍ରୀଭୁଜର ପରିକଳ୍ପନା। ପୁରୀ ଭୁବନେଶ୍ୱର ଓ କୋଣାର୍କକୁ ଯୋଡ଼ିବ ରେଳପଥ। ପ୍ରଥମେ ପୁରୀ-କୋଣାର୍କ ରେଳ ପ୍ରକଳ୍ପ ଓ ପରେ ଯୋଡ଼ି ହେବ ରାଜଧାନୀ ଭୁବନେଶ୍ୱର। ସମୁଦ୍ରକୂଳରେ ଏହି ପ୍ରକଳ୍ପ କରାଗଲେ ପର୍ଯ୍ୟଟନ ବିକାଶରେ ଏହା ମାଇଲ୍‌ ଖୁଣ୍ଟ ହେବ। 

ପୁରୀ-କୋଣାର୍କକୁ ଯୋଡ଼ି ସୁମୁଦ୍ର କୂଳେ କୂଳେ ଦୌଡ଼ିବ ଟ୍ରେନ୍ପରେ ରାଜଧାନୀ ଭୁବନେଶ୍ୱରରେ ବି ପହଞ୍ଚିବ ଏହି ଟ୍ରେନ୍ ଟ୍ରାକ୍। ବୁଧବାର ଲୋକସେବା ଭବନରେ ପୁରୀ-କୋଣାର୍କ ରେଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରକଳ୍ପର ପରିକଳ୍ପନାକୁ ପ୍ରଶଂସା କରିବା ସହ ଐତିହ୍ୟସ୍ଥଳକୁ ଯୋଗାଯୋଗ ନିମନ୍ତେ ଏହି ପ୍ରକଳ୍ପ ମଡେଲ ହେବ ବୋଲି କହିଛନ୍ତି

ତେବେ ଏଥିପାଇଁ ଜମି ଅଧିଗ୍ରହଣକୁ ଗୁରୁତ୍ୱ ଦିଆଯାଉଛି। ପୁରୀ ବାଲୁଖଣ୍ଡ ସଂରକ୍ଷିତ ଜଙ୍ଗଲ ଓ ଇକୋ ସେନ୍ସଟିଭ୍‌ ଜୋନ୍‌କୁ ବାଦ୍‌ ଦେଇ ପ୍ରକଳ୍ପ କରିବା ନିମନ୍ତେ ପରିବର୍ତ୍ତିତ ନିଷ୍ପତ୍ତି ଯୋଗୁ ବିଳମ୍ବ ହେଉଛି ବୋଲି ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର କହିଛନ୍ତିଭୁବନେଶ୍ୱର-ପୁରୀ-କୋଣାର୍କକୁ ନେଇ ଗୋଲଡେନ୍‌ ଟ୍ରାଙ୍ଗେଲ କରାଯାଇପାରିବ ବୋଲି ରେଳ କମିଶନର କହିଛନ୍ତି।

ଏହି ପ୍ରକଳ୍ପର ପ୍ରଭାବ ଭୁବନେଶ୍ୱର-କଟକ-ପାରାଦୀପ ଇକୋନୋମିକ୍‌ ରିଜନ ବା ବାଣିଜ୍ୟ ଅଞ୍ଚଳ ବିକାଶ ଦିଗରେ ସହାୟ ହେବ। ପର୍ଯ୍ୟଟନର ବିକାଶ ସହିତ ସ୍ଥାନୀୟ ଅଞ୍ଚଳର ଜୀବନ ଜୀବିକାର ବିକାଶ ହେବ।

ଏହି ପ୍ରକଳ୍ପ ହେଲେ ଯାତ୍ରୀମାନେ ଟ୍ରେନ୍‌ରେ ବସି ସମୁଦ୍ର କୂଳର ସୁନ୍ଦର ଦୃଶ୍ୟ ଦେଖିବାର ମଜା ପାଇବେଯାହା ପର୍ଯ୍ୟଟକଙ୍କୁ ଏଠାକୁ ଆକର୍ଷିତ କରିବ୩୨.୦୨ କିଲୋମିଟର ଲମ୍ବା ଏହି ରେଳ ଲାଇନ୍‌ ଭିତରେ ଦୁଇଟି ଷ୍ଟପେଜ୍‌ ରହିବବାଲୁଖଣ୍ଡ ଜଙ୍ଗଲ ଦେଇ ଯାଇଥିବା କୋଣାର୍କ ବାଇପାସ୍‌ (ମେରାଇନ ଡ୍ରାଇଭ୍‌ ରୋଡ୍‌) ଭିତରେ ଏହି ଷ୍ଟପେଜ୍‌ ରହିବ। ବାଲୁଖଣ୍ଡ ସଂରକ୍ଷିତ ଜଙ୍ଗଲକୁ ଯଥା ସମ୍ଭବ କମ୍‌ ପ୍ରଭାବିତ କରିବା ଓ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରାସ୍ତାକୁ ଲାଗି ପ୍ରକଳ୍ପ କରିବାକୁ ଆଲୋଚନା ହୋଇଛିଦରକାର ପଡ଼ିଲେ ଯେପରି ଏହି ଲାଇନ୍‌ ଦେଇ ମେଟ୍ରୋ ରେଳ, ମନୋରେଳ, କେବୁଲ କାର ଚଳାଚଳ କରିହେବ ସେନେଇ ବ୍ୟବସ୍ଥା କରିବାକୁ ସୁବିଧା କରାଯିବ। ଏହାକୁ ପ୍ରକଳ୍ପ ଅନ୍ତର୍ଗତ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ବାଣିଜ୍ୟ ଓ ପରିବହନ, ଇଷ୍ଟ କୋଷ୍ଟ ରେଲୱେ ଓ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ୱ ଦିଆଯାଇଛି

ଏହି ରେଳ ଲାଇନ୍‌ ସିପସରୁବାଲି ଠାରେ ପରିକଳ୍ପିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସଂଯୋଗ କରିବାକୁ ଆଲୋଚନା ହୋଇଛିପୁରୀ ରେଳ ଷ୍ଟେସନରୁ ଭାୟା ମାଳତିପାଟପୁର ଦେଇ ବିମାନବନ୍ଦରକୁ ରେଳ ଲାଇନ୍‌ ସଂଯୋଗ ଯୋଜନା ହୋଇଛିବିମାନବନ୍ଦର ମଲ୍ଟି ମଡେଲ ଯୋଗାଯୋଗ ବ୍ୟବସ୍ଥା ଏହା ଦ୍ୱାରା ହୋଇପାରିବ । ଏଥିନେଇ ସର୍ଭେ କରିବାକୁ ଇଷ୍ଟକୋଷ୍ଟ ରେଲୱେ, ପର୍ଯ୍ୟଟନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗକୁ ୧୫ ଦିନ ସମୟ ଦିଆଯାଇଛି ।

ଅସ୍ତରଙ୍ଗ ବନ୍ଦରର ବିକାଶ ନିମନ୍ତେ ଭୁବନେଶ୍ୱର-କୋଣାର୍କ ଲାଇନ୍‌ ସଂଯୋଗୀକରଣ ସର୍ଭେକୁ ଅନୁମତି ମିଳିଥିବାରୁ ଏହାକୁ ମଧ୍ୟ ନିର୍ଦ୍ଧାରିତ ସମୟ ଭିତରେ ସାରିବାକୁ ଇଷ୍ଟକୋଷ୍ଟ ରେଲୱେ, ବାଣିଜ୍ୟ ଓ ଶିଳ୍କ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରଥଯାତ୍ରା ସମୟରେ ପୁରୀ ରେଳ ଷ୍ଟେସନକୁ ଟ୍ରେନ୍‌ ଯାତାୟାତ ସଂକୀର୍ଣ୍ଣ ହେଉଥିବାରୁ ନିକଟସ୍ଥଳ ଷ୍ଟେସନ ଭାବେ କୋଣାର୍କ ଓ ଅନ୍ୟ ଷ୍ଟେସନ ସାଟେଲାଇଟ୍‌ ଷ୍ଟେସନ/କୋଚିଂ ଡିପୋ ଭାବେ ବ୍ୟବହାର ହୋଇପାରିବଏହା ଟ୍ରେନ୍‌ ଟ୍ରାଫିକ୍‌ ଜାମ୍‌ ଓ ଯାତାୟାତ ବ୍ୟବସ୍ଥାକୁ ସୁଗମ କରିବଏ ବାବଦରେ ଆବଶ୍ୟକ ପଦକ୍ଷେପ ନେବାକୁ ଇଷ୍ଟ କୋଷ୍ଟ ରେଲୱେକୁ ଦାୟିତ୍ୱ ଦିଆଯାଇଛିଏ ସମସ୍ତ ପ୍ରସ୍ତାବକୁ ଯୋଜନାରେ ରଖି ଅନୁମତି ହାସଲ ନିମନ୍ତେ ବାଣିଜ୍ୟ ଓ ପରିବହନ ବିଭାଗକୁ ମାସେ ସମୟ ଦିଆଯାଇଛି ।

କୋଣାର୍କ ଭୁବନେଶ୍ୱର ନୂଆ ରେଳପଥ ନିମାପଡ଼ା ଓ ଗୋପ ହୋଇଯିବା ନିମନ୍ତେ ଫାଇନାଲ ଲୋକେସନ ସର୍ଭେକୁ ଅନୁମୋଦନ ମିଳିଛି ବୋଲି ଗତ ମାସ ୧୦ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚିଠି ଲେଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଜଣାଇଥିଲେ ଏ ଦିଗରେ ଜମି ଅଧିଗ୍ରହଣ ଜାରି ରହିଛି ବୋଲି ରେଳମନ୍ତ୍ରୀ କହିଥିଲେ।