News7 Logo

ଶ୍ରୀମନ୍ଦିର ଭିତରକୁ ଗଳାବାଟ ଦେଇ ପ୍ରବେଶ ପ୍ରସଙ୍ଗ, ମନ୍ତ୍ରୀ କହିଲେ ନିଆଯିବ କଠୋର ପଦକ୍ଷେପ

NEWS7
minister

ପୁରୀ ୦୪/୦୯: ଶ୍ରୀମନ୍ଦିର ଭିତରକୁ ଗଳାବାଟ ଦେଇ ପ୍ରବେଶ ପ୍ରସଙ୍ଗ । ଏହାକୁ ସରକାର କଠୋରତାର ସହିତ ବିଚାର କରୁଛନ୍ତି ବୋଲି ସ୍ପଷ୍ଟ କରୁଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଚୋରାରେ ମନ୍ଦିର ଭିତରେ ଫୋଟୋ ଉତ୍ତୋଳନକୁ ମଧ୍ୟ କଠୋରତାର ସହିତ ବିଚାର କରୁଛନ୍ତି ସରକାର । ସେବାୟତମାନେ ସେବାରେ ଅବହେଳା କଲେ ଏବଂ ଭକ୍ତମାନେ ଚଞ୍ଚକତା କଲେ, କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ ।

ଆକ୍ଟ ଓ ରୁଲରେ ଯାହା ଯାହା ପରିବର୍ତ୍ତନ କରିବା କଥା କରାଯିବ । ମନ୍ତ୍ରୀ ଆହୁରି କହିଛନ୍ତି ଏଭଳି ଘଟଣା ଆମ କାନକୁ ଆସିଛି । ମନ୍ଦିର ପ୍ରଶାସନ ସେ ବାବଦରେ ଅବଗତ ରହିଛି । କଠୋରତାର ସହିତ ପଦକ୍ଷେପ ଦିଆଯିବ । ଚୋରାରେ ମନ୍ଦିର ଭିତରେ ଫୋଟୋ ଉତ୍ତୋଳନକୁ ମଧ୍ୟ କଠୋରତାର ସହିତ ବିଚାର କରାଯାଉଛି । ଏ ବାବଦରେ ମଧ୍ୟ ଦଣ୍ଡବିଧାନକୁ ଆହୁରି କଠୋର କରିବାକୁ ଚିନ୍ତା କରାଯାଉଛି ।

ସେବାୟତମାନେ ସେବା ଏବଂ ପୂଜାରେ ବେନିୟମ କଲେ, ଶ୍ରୀ ମନ୍ଦିର ନୀତିକୁ ଭକ୍ତମାନେ ମାନିବାର ଆବଶ୍ୟକତା ରହିଛି । ଏସବୁର ବ୍ୟତିକ୍ରମ ହେଲେ କଠୋର ଦଣ୍ଡବିଧାନ କରାଯିବ । ଏଥିପାଇଁ ଆକ୍ଟରେ ପରିବର୍ତନ ଦରକାର ପଡିଲେ କରାଯିବ । ସେବାୟତମାନେ ସେବାରେ ଅବହେଳା କଲେ ଏବଂ ଭକ୍ତମାନେ ଚଞ୍ଚକତା କଲେ, କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ । ଆକ୍ଟ ଓ ରୁଲରେ ଯାହା ଯାହା ପରିବର୍ତ୍ତନ କରିବା କଥା କରାଯିବ କହିଛନ୍ତି ମନ୍ତ୍ରୀ ।