ମାଓବାଦୀଙ୍କ ବଡ଼ ଯୋଜନା ପଣ୍ଡ; ୨୫ କିଲୋ ଓଜନର ଆଇଇଡି ଠାବ

Published By : Prameya-News7 Bureau | February 03, 2025 IST

ମାଲକାନଗିରି: ଛତିଶଗଡ ସୀମାନ୍ତ ବିଜାପୁରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା । ନକ୍ସଲଙ୍କ ଯୋଜନା ପୁଣି ଥରେ ପଣ୍ଡ କଲେ ଯବାନ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ମାଓବାଦୀ ସଂଗଠନ ରାସ୍ତାରେ ଲ୍ୟାଣ୍ଡମାଇନ ବିଛାଇଥିଲା । ମାତ୍ର ଯବାନମାନେ ଏହାକୁ ଡିଟେକ୍ଟରରେ ଠାବ କରିନେଇଥିଲେ । ପରେ ୨୫ କିଲୋ ଓଜନର ଆଇଇଡିକୁ ଉଦ୍ଧାର କରି ନିସ୍କ୍ରିୟ କରିଛନ୍ତି ।   

ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲା ଉସୁର ଥାନା ଅନ୍ତର୍ଗତ ଆବାପାଲି ରାସ୍ତାରେ ଡିଆରଜି ଓ ସିଆରପିଏଫ ବାହିନୀ ମିଳିତ ଭାବେ କୁମ୍ବିଂ ଅପରେସନ କରିଥିଲା । ଉସୁର ଠାରୁ ୩ କିଲୋମିଟର ଦୂରରେ ଥିବା ଏକ ଧାନ ମଣ୍ଡି ନିକଟସ୍ଥ ମୁଖ୍ୟ ରାସ୍ତାରେ ମାଓବାଦୀମାନେ ଆଇଇଡି ଖଞ୍ଜିଥିଲେ । ଏହାକୁ ଡିଟେକ୍ଟର ସାହାଯ୍ୟରେ ଠାବ କରିଥିଲା ସୁରକ୍ଷା ବାହିନୀ । ଏହା ସହିତ ନକ୍ସଲଙ୍କ ଏକ ବଡ଼ ଯୋଜନାକୁ ପଣ୍ଡ କରିଦେଇଛନ୍ତି । ଉଦ୍ଧାର ହୋଇଥିବା ଆଇଇଡିର ଓଜନ ୨୫ କିଲୋଗ୍ରାମ ହେବା ବୋଲି ଅନୁମାନ କରାଯାଉଛି । ଏହାକୁ ଏକ ପ୍ଲାଷ୍ଟିକ୍ କଣ୍ଟେନରରେ ମାଟିତଳେ ପୋତିଥିଲେ ମାଓବାଦୀମାନେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.