ନୂଆଦିଲ୍ଲୀ ୨୪/୦୯:  ଲଦାଖରେ ନେପାଳ ଭଳି ସ୍ଥିତି । ରାସ୍ତାକୁ ଓହ୍ଲାଇଲେ ଯୁବ ପିଢ଼ି । ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ଲେହରେ ଛାତ୍ରମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବଡ଼ ଧରଣର ପ୍ରତିବାଦ କରୁଛନ୍ତି । ପୋଲିସ ଗାଡ଼ିକୁ ପୋଡ଼ି ଦେଇଛନ୍ତି ପ୍ରତିବାଦକାରୀ । ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ପ୍ରଦର୍ଶନ କରିଥିଲେ । ଏହି ସମୟରେ ଛାତ୍ରମାନେ ପୋଲିସ ସହିତ ସଂଘର୍ଷ କରିଥିଲେ । ସଂଘର୍ଷ ସମୟରେ ଏକ ସିଆରପିଏଫ୍ ଗାଡ଼ି ପୋଡ଼ିଦେଲେ ।

ଘଟଣାସ୍ଥଳରେ ସିଆରପିଏଫ୍ କର୍ମଚାରୀ ଓ ପୋଲିସ ମୁତୟନ ଅଛନ୍ତି, କିନ୍ତୁ ପରିସ୍ଥିତି ଗୁରୁତର ହେଉଥିବା ପରି ମନେହେଉଛି । ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ଏହି ପ୍ରଦର୍ଶନ କରାଯାଉଛି । ପୋଲିସ ଏବଂ ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଥିଲା । ୱାଙ୍ଗଚୁକ୍ କିଛି ମାସ ଧରି ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ଆସୁଛନ୍ତି, କିନ୍ତୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନେଇନାହାଁନ୍ତି।

ସୂଚନା ଥାଉକି, ଜଳବାୟୁ କର୍ମକର୍ତ୍ତା ସୋନମ ୱାଙ୍ଗଚୁକ୍ ଗତ ୧୫ ଦିନ ଧରି ଅନଶନରେ ବସିଛନ୍ତି । ତାଙ୍କ ସହିତ ବସିଥିବା ଦୁଇ ପ୍ରତିବାଦକାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲଦାଖକୁ ଷଷ୍ଠ ଅନୁସୂଚୀରେ ସାମିଲ କରିବା ଓ ରାଜ୍ୟ ମାନ୍ୟତା ଦାବି କରି ଜାରି ରହିଛି ଆନ୍ଦୋଳନ । ୧୫ ଦିନ ଧରି ଜାରି ରହିଥିବା ଆନ୍ଦୋଳରେ ଦୁଇ ମହିଳା ପ୍ରତିବାଦକାରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା।