ମଣିପୁରରେ କୁକି ଉପଦ୍ରବୀଙ୍କ ଉତ୍ପାତ, ୨ CRPF ଯବାନ ସହିଦ୍

Published By : Prameya-News7 Bureau | April 27, 2024 IST

ନୂଆଦିଲ୍ଲୀ: ମଣିପୁରରେ ପୁଣି ହିଂସା । ରାଜ୍ୟରେ ଥମୁନି କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ । ଶୁକ୍ରବାର କୁକି ଉପଦ୍ରବୀ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଉପରେ ଆକ୍ରମଣ କରିଛନ୍ତି । ଏହି ଆତ୍ମଘାତୀ ହମଲାରେ ଦୁଇ ଯବାନ ସହିଦ୍ ହୋଇଛନ୍ତି ।

ମଣିପୁର ପୋଲିସର ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ କିଛି କୁକି ଉପଦ୍ରବୀମାନେ CRPF କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ ।  ୧୨୮ ବାଟାଲିୟନର ୨ଜଣ ଯବାନ ସହିଦ୍ ହୋଇଛନ୍ତି । ଦୁଇ ଯବାନ ମଣିପୁରର ବିଷ୍ଣୁପୁର ଜିଲ୍ଲାର ନାରାନସେନା ଅଞ୍ଚଳରେ ମୁତୟନ ଥିଲେ ।

ଏହା ପୂର୍ବରୁ ଉପଦ୍ରବୀମାନେ ୩ ଜିଲ୍ଲା ତଥା କାଙ୍ଗପୋକପୀ, ଉଖରୁଲ୍ ଏବଂ ଇମ୍ଫାଲ ପୂର୍ବର ଟ୍ରାଞ୍ଜାକ୍ସନ ଜିଲ୍ଲାରେ ଉଭୟ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଗୁଳିକାଣ୍ଡରେ ୨ଜଣ ମୃତ୍ୟୁ ହୋଇଥିଲା । ଏହା ପରେ ଥୌବଲ ଜିଲ୍ଲା ହୈଇରୋକ ଏବଂ ତାଙ୍ଗନୌପାଲ ମଧ୍ୟରେ କ୍ରସ୍ ଫାୟାରିଂ ହୋଇଥିଲା । ଏହାପରେ ଇମ୍ପାଲ ପୂର୍ବ ଜିଲ୍ଲାରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା ।  

ଗତ ବର୍ଷ ମେ’ ୩ ତାରିଖରୁ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳୁଛି । ମୈତେଇ ସମ୍ପ୍ରଦାୟର ଅନୁସୂଚୀତ ଜନଜାତି ଦାବିକୁ ନେଇ ଉତ୍ତେଜନା ହୋଇଥିଲା । ଦୁଇ ସମୁଦାୟର ସଂଘର୍ଷରେ ୧୮୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.