୬୬୬ କୋଟି ଟଙ୍କାର ସୁନା ଗହଣା ନେଇ ଯାଉଥିବା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ୨ ଆହତ

Published By : Prameya-News7 Bureau | May 08, 2024 IST

indiatoday

ଚେନ୍ନାଇ: ମାଲ୍‌ ନେଇ ଯାଉଥିବା ହଠାତ୍ ଦୁର୍ଘଟଣାର ଶିକାର ହେଲା ଟ୍ରକ୍। ଯାଞ୍ଚ ପରେ ଜଣାପଡ଼ିଲା ଟ୍ରକ୍‌ରେ ଯାଉଥିଲେ ୬୬୬ କୋଟି ଟଙ୍କାର ସୁନା। ବୁଧବାର ତାମିଲନାଡୁର ଇରୋଡ୍‌ଠାରେ ଏଭଳି ଘଟଣା ଘଟିଛି। ଘଟଣାରେ ଟ୍ରକ୍ ଡ୍ରାଇଭର ସମେତ ସିକ୍ୟୁରିଟି ଗାର୍ଡ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ମିଳିଥିବା ରିପୋର୍ଟ ଅନୁସାରେ, ଟ୍ରକ୍‌ରେ ୮୧୦ କେଜିର ସୁନା ଗହଣା ଲୋଡ୍ ହୋଇ କୋଏମ୍ବାତୁରରୁ ସାଲେମ୍‌କୁ ଯାଉଥିଲା। ହେଲେ ରାସ୍ତାରେ ଅନ୍ୟ ଏକ ଗାଡ଼ି ତାର୍‌ପୋଲିନ୍ ଛିଡ଼ି ଟ୍ରକ୍‌  ଆଗ କାଚ(ୱିଣ୍ଡ ସ୍କ୍ରିନ୍) ଉପରେ ପଡିଯିବାରୁ ଡ୍ରାଇଭରଙ୍କୁ କିଛି ଦେଖାଗଲା ନାହିଁ। ଭାରାସାମ୍ୟ ହରାଇବାରୁ ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 
ଘଟଣାରେ ଡ୍ରାଇଭର ଶଶି କୁମାର ଓ ସିକ୍ୟୁରିଟି ଗାର୍ଡ ପୌଲରାଜ୍‌ଙ୍କୁ ଉଦ୍ଧାର କରି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହାପରେ ପୁଲିସ ପହଞ୍ଚି ମାମଲାରେ ଯାଞ୍ଚ୍ କରି ଆଉ ଏକ ଗାଡ଼ିରେ ସୁନା ସବୁକୁ ଲୋଡ୍‌ କରି ଗନ୍ତବ୍ୟ ସ୍ଥଳକୁ ପଠାଇ ଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.