ମୁମ୍ଵାଇ ୧୯।୦୬; ୨୦ ଜୁନରେ ଭାରତୀୟ ସିନେମା ହଲରେ ଦୁଇଟି ଭାରତୀୟ ଚଳଚ୍ଚିତ୍ର 'କୁବେର' ଏବଂ 'ସୀତାରେ ଜମିନ୍ ପର' ମୁକ୍ତିଲାଭ କରିବାକୁ ଯାଉଛି । ଦର୍ଶକ ଉଭୟ ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି । ଧନୁଷ-ନାଗାର୍ଜୁନ ଏହି ଚଳଚ୍ଚିତ୍ର ମାଧ୍ୟମରେ ଅମୀର ଖାନଙ୍କ ସହ ପ୍ରତିଯୋଗିତା କରିବେ । କିନ୍ତୁ ଏହା ପୂର୍ବରୁ ମଧ୍ୟ ଧନୁଷଙ୍କ 'କୁବେର'କୁ ଏକ ଝଟକା ଲାଗିଛି ।କାରଣ ସେନ୍ସର ବୋର୍ଡ ଫିଲ୍ମର ୧୯ଟି ସିନ୍ କାଟି ଦେଇଛି । ଏହା ସହିତ ଫିଲ୍ମର ରନ୍ ଟାଇମ୍ ମଧ୍ୟ କମ୍ କରାଯାଇଛି ।
ସେନ୍ସର ୧୯ଟି ସିନ୍ କାଟିଛି
ଦର୍ଶକ 'କୁବେର'ର ଟ୍ରେଲରକୁ ବହୁତ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି । ଧନୁଷ, ନାଗାର୍ଜୁନ, ରଶ୍ମିକା, ଜିମ୍ ସର୍ବ, ଦଲିପ୍ ତାହିଲଙ୍କ ଭଳି ଚମତ୍କାର ଅଭିନେତାଙ୍କ ଦ୍ୱାରା ସଜ୍ଜିତ ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକ ବହୁତ ଉତ୍ସାହିତ । କିନ୍ତୁ ଫିଲ୍ମ ମୁକ୍ତିଲାଭ ପୂର୍ବରୁ ସେନ୍ସର ବୋର୍ଡ ଫିଲ୍ମର ୧୯ଟି ସିନ୍ କାଟି ଏହାର ରନ୍ ଟାଇମ୍ କିଛି ସେକେଣ୍ଡ ହ୍ରାସ କରିଛି ।
ଏହି ଫିଲ୍ମକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ଦ୍ୱାରା UA ପ୍ରମାଣପତ୍ର ସହ ଅନୁମୋଦନ କରାଯାଇଛି ଏବଂ ଏହାର ତେଲୁଗୁରେ 181 ମିନିଟ୍ ଏବଂ ତାମିଲରେ 182 ମିନିଟ୍ ରନ୍ ସମୟ ରହିଛି । ତଥାପି, CBFC ଫିଲ୍ମରୁ ୧୯ଟି ସିନ୍ କାଟି ଦେଇଛି,। ଯାହା ମୂଳ ପ୍ରଦର୍ଶନ ସମୟକୁ ପ୍ରାୟ ୧୪ ମିନିଟ୍ ହ୍ରାସ କରିଛି । ଏହି ପ୍ୟାନ୍ ଇଣ୍ଡିଆ ଫିଲ୍ମଟି ତେଲୁଗୁ ଏବଂ ତାମିଲ ଭାଷାରେ ଏକକାଳୀନ ସୁଟିଂ କରାଯାଇଛି ଏବଂ ଏହା ତିନୋଟି ଭାଷାରେ ମୁକ୍ତିଲାଭ କରିବ - ତେଲୁଗୁ, ତାମିଲ ଏବଂ ହିନ୍ଦୀ ।