LIVE TV

ବାଲେଶ୍ବରରେ ଖୋଲିଲା ଫାବ୍‌ ଇଣ୍ଡିଆର ନୂଆ ଶୋ’ରୁମ୍, ଉଦ୍‌ଘାଟନ ବଲିଉଡ୍ ତାରକା ସୋନୁ ସୁଦ୍‌

NEWS7
FabIndia's new showroom opens in Balasore

ବାଲେଶ୍ୱର: ପାରମ୍ପରିକ କାରିଗରୀ ଏବଂ ଉତ୍କୃଷ୍ଟ ଫ୍ୟାଶନ୍ ପାଇଁ ପରିଚିତ ଭାରତର ଲୋକପ୍ରିୟ ଲାଇଫଷ୍ଟାଇଲ୍ ବ୍ରାଣ୍ଡ୍‌ ଫାବ୍‌ଇଣ୍ଡିଆ, ବାଲେଶ୍ବରରେ ଏହାର ନୂଆ ଷ୍ଟୋର ଖୋଲିଛି। ବାଲେଶ୍ୱର ଆଇଟିଆଇ ଛକ ଠାରେ ଥିବା ଷ୍ଟୋରକୁ ମଙ୍ଗଳବାର ଲୋକପ୍ରିୟ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଉଦଘାଟନ କରିଛନ୍ତି।

ନୂଆ ଫାବଇଣ୍ଡିଆ ଷ୍ଟୋରରେ ଗ୍ରାହକଙ୍କୁ ପୋଷାକ, ଘର ସଜା, ଜୈବିକ ଖାଦ୍ୟ ଓ ଆକସେସୋରୀଜର ଭିନ୍ନ ଭିନ୍ନ କଲେକ୍ସନ ମିଳିବ। ଫାବ୍‌ ଇଣ୍ଡିଆର ପ୍ରତ୍ୟେକ ଉତ୍ପାଦ ଭାରତୀୟ ଶିଳ୍ପର ସୌନ୍ଦର୍ଯ୍ୟ ଓ ଆଧୁନିକ ଡିଜାଇନ୍‌ର ପ୍ରତିପାଦନ କରେ। ଏହି ଷ୍ଟୋର ରେ ପୁରୁଷ, ନାରୀ ଓ ଶିଶୁଙ୍କ ପାଇଁ ପାରମ୍ପରିକ ଓ ଆଧୁନିକ ପୋଷାକ, ଯଥା କୁର୍ତ୍ତା, ଶାଢ଼ି, ଟ୍ୟୁନିକ୍, ସର୍ଟ ଓ ଉତ୍ସବ ପାଇଁ ସ୍ବତନ୍ତ୍ର କଲେକ୍ସନ ରହିଛି।

ଘର ସଜାଣି ବିଭାଗରେ ହସ୍ତଶିଳ୍ପ ଫର୍ନିଚର୍, ବେଡଲିନେନ୍, ପରଦା, ରଗସ୍ ଓ ସାଜ ସଜ୍ଜା ସାମଗ୍ରୀ ଦେଖିବାକୁ ମିଳିବ। ସେହିଭଳି ୱେଲନେସ୍ ଓ ପର୍ସନାଲ୍ କେୟାର ଶ୍ରେଣୀରେ ପ୍ରାକୃତିକ ଉତ୍ପାଦ ସାମଗ୍ରୀ ମିଳିଥାଏ। ଜୈବିକ ଖାଦ୍ୟ ବିଭାଗରେ ଡାଲି, ମସଲା, ଚା, ତେଲ ଓ ଅନ୍ୟାନ୍ୟ ପ୍ରାକୃତିକ ଖାଦ୍ୟସାମଗ୍ରୀ ଉପଲବ୍ଧ। ସେହିପରି ଜେୱେଲେରି,  ବ୍ୟାଗ ଓ ଆସେସୋରିଜ ଆଦି ରହିଛି।

ଏହି ଅବସରରେ ଫାବଇଣ୍ଡିଆ ବାଲେଶ୍ୱରର ଫ୍ରାଞ୍ଚାଇଜ ମାଲିକ ଓ ଷ୍ଟୋର ପାର୍ଟନର ସଞ୍ଜୀବ ମହାନ୍ତି କହିଛନ୍ତି ‘‘ବାଲେଶ୍ୱର ଲୋକଙ୍କ ନିକଟକୁ ଫାବଇଣ୍ଡିଆର ପାରମ୍ପରିକତା ଓ ଆଧୁନିକତାର ସମନ୍ୱୟ ଆଣିପାରିଥିବାରୁ ଆମେ ଗର୍ବିତ। ଏହି ଷ୍ଟୋରଟି ଗ୍ରାହକମାନଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ସାମଗ୍ରୀ ଯୋଗାଇଦେବାକୁ ଚେଷ୍ଟା କରିବ।’’ ଫାବ୍‌ଇଣ୍ଡିଆ ଏହି ନୂଆ ପଦକ୍ଷେପ ମାଧ୍ୟମରେ ଭାରତୀୟ ଶିଳ୍ପ ପରମ୍ପରାକୁ ସଂଯୋଗ କରି ସ୍ଥାୟୀ ମନଲୋଭା ଓ ସଚେତନ ଜୀବନଶୈଳୀକୁ ପ୍ରେରିତ କରୁଛି।