​​​​​​​ମେଷ- ଦିନରେ ମିଶ୍ର ଫଳ ମିଳିବ। ସକାଳେ ମାନସିକ ଅସ୍ଥିରତା ରହିପାରେ। ପରେ ଧନ ଓ କାର୍ଯ୍ୟରେ ସୁଧାର ଆସିବ। ବ୍ୟବସାୟରେ ନୂଆ ଗ୍ରାହକ ମିଳିବ। ପରିବାରର ସହଯୋଗ ପାଇବେ। ଅଟକିଥିବା କାମ ଆଗକୁ ବଢ଼ିବ। ଅନାବଶ୍ୟକ ରାଗ ଏଡ଼ାନ୍ତୁ।

ବୃଷ- ଚନ୍ଦ୍ର ଆପଣଙ୍କ ରାଶିକୁ ଆସିବାରୁ ଭାଗ୍ୟ ସାଥ ଦେବ। ଧନଲାଭର ଯୋଗ ରହିଛି। ବ୍ୟବସାୟରେ ବିକ୍ରୟ ବଢ଼ିବ। ଚାକିରିରେ ପ୍ରଶଂସା ମିଳିବ। ପରିବାରରେ ଶୁଭ ଖବର ଆସିବ। ନୂଆ ଯୋଜନା ସଫଳ ହେବ।

ମିଥୁନ- ମଧ୍ୟମ ଫଳ ମିଳିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସହକର୍ମୀଙ୍କ ସହଯୋଗ ମିଳିବ। ପଢ଼ା ଓ ପରୀକ୍ଷାରେ ଉନ୍ନତି ହେବ। ଯାତ୍ରା ଶୁଭ ରହିବ। ବନ୍ଧୁଙ୍କ ସହାୟତାରେ ଲାଭ ମିଳିବ। ସ୍ୱାସ୍ଥ୍ୟରେ ବିଶ୍ରାମ ନିଅନ୍ତୁ।

କର୍କଟ- ଶୁଭ ଫଳ ମିଳିବ। ଆୟରେ ବୃଦ୍ଧି ହେବ। ବ୍ୟବସାୟରେ ଲାଭଜନକ ଅର୍ଡର ମିଳିବ। ଜମି ସମ୍ବନ୍ଧୀୟ କାମ ସଫଳ ହେବ। ପରିବାରରେ ଆନନ୍ଦ ବଢ଼ିବ। ମାନସମ୍ମାନ ପ୍ରାପ୍ତ ହେବ। ନୂଆ ସମ୍ପର୍କ ଲାଭଦାୟକ ହେବ।

ସିଂହ- ପରିଶ୍ରମରେ ସଫଳତା ମିଳିବ। କାର୍ଯ୍ୟଭାର ମଧ୍ୟ ବଢ଼ିବ। ଅଧିକାରୀଙ୍କ ସହଯୋଗ ପାଇବେ। ପରିବାରରେ ମତଭେଦ ଦୂର ହେବ। ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ନିବେଶରେ ସତର୍କ ରୁହନ୍ତୁ।

କନ୍ୟା- ବ୍ୟବସାୟ ବିସ୍ତାର ପାଇଁ ଭଲ ଦିନ। ଅଟକିଥିବା ପେମେଣ୍ଟ ମିଳିପାରେ। ଧନ ସଞ୍ଚୟରେ ସଫଳତା ଆସିବ। ଚାକିରିରେ ଉନ୍ନତିର ଯୋଗ ରହିଛି। ପରିବାରର ସମର୍ଥନ ମିଳିବ। ଚୁକ୍ତି କରିବା ପୂର୍ବରୁ ଦଲିଲ ଯାଞ୍ଚ କରନ୍ତୁ।

ତୁଳା- ବ୍ୟବସାୟରେ କାଗଜପତ୍ର ସତର୍କତାର ସହ ଦେଖନ୍ତୁ। ଧାର ଦେବାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟରେ କ୍ଳାନ୍ତି ଅନୁଭବ କରିପାରନ୍ତି। ସନ୍ଧ୍ୟାରେ ପରିସ୍ଥିତି ଭଲ ହେବ। ଧୈର୍ଯ୍ୟ ରଖିଲେ କ୍ଷତି ଟଳିବ।

ବିଛା- ଅଟକିଥିବା କାମରେ ଗତି ଆସିବ। ବ୍ୟବସାୟରେ ଲାଭ ବଢ଼ିବ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ପୁରୁଣା ବିବାଦର ସମାଧାନ ହେବ। ଧନ ଆଦାୟରେ ସଫଳତା ମିଳିବ।

ଧନୁ- କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ରଖନ୍ତୁ। ଆୟ ସହ ଖର୍ଚ୍ଚ ମଧ୍ୟ ବଢ଼ିପାରେ। ଦୂରସ୍ଥାନରୁ ଶୁଭ ସମ୍ବାଦ ଆସିବ। ପରିବାରରେ ବୁଝାମଣା ବଢ଼ିବ। ଯାତ୍ରାରୁ ଲାଭ ହେବ। ଶିକ୍ଷାରେ ସଫଳତା ମିଳିବ।

ମକର- ଲାଭ ଫଳ ମିଳିବ। ବ୍ୟବସାୟରେ ଅର୍ଥ ଆଗମନ ବଢ଼ିବ। ସରକାରୀ କାମରେ ଅଗ୍ରଗତି ହେବ। ଚାକିରିରେ ନୂଆ ସୁଯୋଗ ମିଳିବ। ପରିବାରରେ ଶାନ୍ତି ବଜାୟ ରହିବ। ନିବେଶରୁ ଲାଭ ମିଳିବ। ପଦମର୍ଯ୍ୟାଦା ବଢ଼ିବ।

କୁମ୍ଭ- ଆତ୍ମବିଶ୍ୱାସ ବଢ଼ିବ। ପୁରୁଣା ସମସ୍ୟାର ସମାଧାନ ମିଳିପାରେ। ବ୍ୟବସାୟରେ ପ୍ରଚାରରୁ ଲାଭ ହେବ। ପରିବାରରେ ସମ୍ମାନ ବଢ଼ିବ। ମିତ୍ରଙ୍କ ସହଯୋଗ ମିଳିବ। ଧନ ପ୍ରାପ୍ତିର ଭଲ ଯୋଗ ରହିଛି।

ମୀନ- ଗୁପ୍ତ ଶତ୍ରୁଙ୍କୁ ନେଇ ସତର୍କ ରୁହନ୍ତୁ। ବ୍ୟବସାୟରେ ନୂଆ ଯୋଜନା ଲାଭଦାୟକ ହେବ। ଅନାବଶ୍ୟକ ଖର୍ଚ୍ଚ କମାନ୍ତୁ। ଧ୍ୟାନ ଓ ପ୍ରାର୍ଥନାରେ ଶାନ୍ତି ମିଳିବ। ପରିବାରର ସହଯୋଗ ବଢ଼ିବ। ସନ୍ଧ୍ୟାରେ ଶୁଭ ସୁଯୋଗ ଆସିପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682