LIVE TV

ଜାଣନ୍ତୁ ହ୍ୱାଟସ୍ ଆପ୍, ଗୁଗଲ ମ୍ୟାପ୍, ଜିମେଲ ଓ ପାୱାର ପଏଣ୍ଟର ଭାରତୀୟ ବିକଳ୍ପ କ’ଣ?

NEWS7
apps

ନୂଆଦିଲ୍ଲୀ ୨୬।୯:  ଟେକ୍ନିକାଲ ଆତ୍ମନିର୍ଭରତାକୁ ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟଙ୍କୁ ବୈଶ୍ୱିକ ଟେକ୍ନୋଲଜି ଦିଗ୍ଗଜଙ୍କ ବିକଳ୍ପ ରୂପେ ସ୍ୱଦେଶୀ ଡିଜିଟାଲ ପ୍ଲାଟଫର୍ମ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ‘ସ୍ୱଦେଶୀ ଟେକନିକ୍’ର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦି ଦେଶର ଡିଜିଟାଲ ଇକୋ ସିଷ୍ଟମକୁ ମଜଭୁତ କରିବା ପାଇଁ ଭାରତୀୟ ଆବିଷ୍କାରକୁ ସମର୍ଥନ ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହା ଏପରି ସମୟରେ ହେଉଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତ୍ୟଧିକ ଟାରିଫ ଲଗାଇବା ସହିତ ଏଚ-୧ବି ଭିସା ଶୁଳ୍କ ୧ଲକ୍ଷ ଡଲାର ଘୋଷଣା କରିଛନ୍ତି। ତେବେ ଆସନ୍ତୁ ଜାଣିବା ବୈଶ୍ୱିକ ଟେକ୍ନୋଲଜିର ଭାରତୀୟ ବିକଳ୍ପ ସମ୍ପର୍କରେ

ଗୁଗଲ ମ୍ୟାପସ୍ ର ମ୍ୟାପଲସ୍
ମ୍ୟାପ୍ ମାଇଁ ଇଣ୍ଡିଆ ଦ୍ୱାରା ନିର୍ମିତ ମ୍ୟାପଲସ୍ ଗୁଗଲ ମ୍ୟାପସ୍ ର ଏକ ଭଲ ବିକଳ୍ପ। ଏହା ଭାରତୀୟ ନେଭିଗେସନ ପ୍ଲାଟଫର୍ମ ଭାରତର ବିବିଧ ଭୂଗୋଳ ଅନୁରୂପ ବିସ୍ତୃତ ମାନଚିତ୍ର, ରିୟଲ ଟାଇମ୍ ଟ୍ରାଫିକ ଅପଡେଟ୍ ଓ ସ୍ଥାନ ଆଧାରିତ ସେବା ପ୍ରଦାନ କରିଥାଏ। ସହରାଞ୍ଚଳର ସଡ଼କରୁ ଆରମ୍ଭ କରି ଗ୍ରାମାଞ୍ଚଳର ଡଗର ପର୍ଯ୍ୟନ୍ତ ମ୍ୟାପଲ ସଠିକ ନେଭିଗେସନ ଓ ସ୍ଥାନୀୟ ସୂଚନା ପ୍ରଦାନ କରୁଥିବାର ଦାବି କରେ।

ହ୍ୱାଟସ୍ ଆପର ଅରାଟାଇ
ଜୋହୋ କର୍ପୋରେସନ ଦ୍ୱାରା ବିକଶିତ ଅରାଟାଇ ହ୍ୱାଟସ୍ ଆପକୁ ଟକ୍କର ଦେବା ପାଇଁ ଡିଜାଇନ କରାଯାଇଥିବା ଏକ ସୁରକ୍ଷିତ ମ୍ୟାସେଜିଂ ଆପ୍। ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ, ଗ୍ରୁପ ଚାଟ୍ ଓ ମଲ୍ଟି ମିଡିଆ ସେୟାରିଂ ସୁବିଧା ପ୍ରଦାନ ସହିତ ଅରାଟାଇ ଭାରତୀୟ ଉପଯୋଗକର୍ତ୍ତାଙ୍କ ନିମନ୍ତେ ଗୋପନୀୟତା ଓ ନିର୍ବାଧ ସଞ୍ଚାର ସେବା ପ୍ରଦାନ କରୁଥିବାର ଦାବି କରେ। ଡାଟା ସୁରକ୍ଷା ଓ ସ୍ଥାନୀୟ ସର୍ଭର ଉପରେ ଧ୍ୟାନ କେନ୍ଦ୍ରିତ କରି ଏହା ଆତ୍ମନିର୍ଭର ଭାରତ ଅନୁରୂପ ଅଟେ। ତେବେ ଏହା ଭାରତରେ ହ୍ୱାଟସ୍ ଆପର ସ୍ଥାନ ନେଇ ପାରିବ କି ତାହା ଏବେ ଦେଖିବାକୁ ବାକି।

ମାଇକ୍ରୋସଫ୍ଟ ୱାର୍ଡ/ ଗୁଗଲ ଡକସର ବିକଳ୍ପ ଜୋହରାଇଟର
ଜୋହ କର୍ପୋରେସନର ଆଉ ଏକ ଅବଦାନ ଜୋହ ରାଇଟର ଏକ ଶକ୍ତିଶାଳୀ ୱାର୍ଡ ପ୍ରୋସେସିଂ ଟୁଲ ଅଟେ। ଏହା ମାଇକ୍ରୋସଫ୍ଟ ୱାର୍ଡକୁ ଟକ୍କର ଦେଉଛି। ଏହା କ୍ଲାଉଡ ଆଧାରିତ ପ୍ଲାଟଫର୍ମ ସହଯୋଗୀ ଏଡିଟର, ଉନ୍ନତ ପର୍ମାଟିଂ ଓ ଅନ୍ୟ ଜୋହ ଆପସ୍ ସହିତ ଇଣ୍ଟିଗ୍ରେସନର ସମର୍ଥନ କରିଥାଏ। ଯାହା ଏହାକୁ ସ୍ୱଦେଶୀ ବିକଳ୍ପ ସନ୍ଧାନ କରୁଥିବା ପ୍ରଫେସନାଲ ଓ ବ୍ୟବସାୟୀଙ୍କ ନିମନ୍ତେ ଆଦର୍ଶ କରିଛି।

ମାଇକ୍ରୋସଫ୍ଟ ଏକ୍ସେଲର ବିକଳ୍ପ ଜୋହ ସିଟ୍
ଜୋହ ସିଫ୍ଟ ମାଇକ୍ରୋସଫ୍ଟ ଏକ୍ସେଲର ଭାରତୀୟ ଜବାବ। ଏହା ସ୍ପ୍ରେଡସିଟ୍, ସଫ୍ଟୱେର, ସହଜ ଡାଟା ବିଶ୍ଲେଷଣ, ଚାଟିଂ ଟୁଲ ଓ ରିୟଲ ଟାଇମ ସହଯୋଗ ସୁବିଧା ପ୍ରଦାନ କରୁଛି। ବ୍ୟବସାୟ ଓ ବ୍ୟକ୍ତିଗତ ଆବଶ୍ୟକତା ପୁରଣ କରିବା ପାଇଁ ଏହାକୁ ଡିଜାଇନ କରାଯାଇଛି। ଜୋହ ସିଟ୍ ଏକ ବହୁମୁଖୀ ଓ ସ୍ଥାନୀୟ ରୂପେ ବିକଶିତ ଏକ ସମାଧାନ।

ମାଇକ୍ରୋସଫ୍ଟ ପାୱାର ପଏଣ୍ଟର ବିକଳ୍ପ ଜୋହ ସୋ
କୌଣସି ଉପସ୍ଥାପନା ନିମନ୍ତେ ଜୋହ ସୋ ମାଇକ୍ରୋସଫ୍ଟ ପାୱାର ପଏଣ୍ଟର ମଜଭୁତ ବିକଳ୍ପ ଭାବେ ଏବେ ବ୍ୟବହୃତ ହେଉଛି। ଏହା ଭାରତୀୟ ପ୍ଲାଟଫର୍ମ ୟୁଜରଙ୍କ ଉପଯୋଗ ଲାଗି ସହଜ ଟେମ୍ପଲେଟ୍  ଓ ସହଯୋଗୀ ସୁବିଧା ସହିତ ଆକର୍ଷକ ସ୍ଲାଇଡ ସୋ ପ୍ରସ୍ତୁତ କରିବାକୁ ସକ୍ଷମ କରୁଛି। ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିକଟରେ ତାଙ୍କ କ୍ୟାବିନେଟ୍ ବ୍ରିଫିଙ୍ଗରେ ପାୱାର ପଏଣ୍ଟ ବଦଳେ ଜୋହ ସୋ ଉପଯୋଗ କରିଥିଲେ।

ଜି-ମେଲର ବିକଳ୍ପ ଜୋହ ମେଲ୍
ଜୋହ ମେଲ ଜି ମେଲର ଏକ କୁଶଳ ବିକଳ୍ପ ଅଟେ। ଏକ ସହଜ ଇଣ୍ଟରଫେସ୍, କିଛି ଇ-ମେଲ ପ୍ରବନ୍ଧନ ଟୁଲ ଓ ଜୋହର ପ୍ରଡକ୍ଟିଭ ଇଣ୍ଟିଗ୍ରେସନ ସହିତ ଏହା ଭାରତୀୟ ସର୍ଭରରେ ଡାଟା ଗୋପନୀୟତାକୁ ପ୍ରାଥମିକତା ଦେଇ ବ୍ୟକ୍ତିଗତ ଓ ବ୍ୟବସାୟୀକ ଉଭୟ ୟୁଜରଙ୍କ ଆବଶ୍ୟକତା ପୂରଣ କରୁଛି।

ଏଡୋବ ସାଇନର ବିକଳ୍ପ ଜୋହ ସାଇନ୍
ଜୋହ ସାଇନ ଭାରତରେ ଏଡୋବ ସାଇନର ବିକଳ୍ପ, ଯାହା ଡିଜିଟାଲ ସ୍ୱାକ୍ଷର ଓ ଡକ୍ୟୁମେଣ୍ଟ ସତ୍ୟାପନ ନିମନ୍ତେ ଏକ ସୁରକ୍ଷିତ ପ୍ଲାଟଫର୍ମ ପ୍ରଦାନ କରୁଛି। ଆଇନତଃ ବାଧ୍ୟକାରୀ ଇ-ସ୍ୱାକ୍ଷର, ସହଜ ୱାର୍କ ଫ୍ଲୋ ଇଣ୍ଟିଗ୍ରେସନ ଓ ଭାରତୀୟ ନୀତିନିୟମର ଅନୁପାଳନ ସହିତ ଡିଜିଟାଲ ବ୍ୟବସାୟ ନିମନ୍ତେ ଭାରତରେ ଏକ ବୈକଳ୍ପିକ ବିକଳ୍ପ ହୋଇପାରେ।

ଆମାଜନର ବିକଳ୍ପ ଫ୍ଲିପକାର୍ଟ
ଇ-କମର୍ସ ଆମ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇସାରିଲାଣି ଓ ଆମାଜନ ବି। ଏହାର ପ୍ରତିଯୋଗୀ ଫ୍ଲିପକାର୍ଟ ଭାରତରେ ଆମାଜନର ସ୍ୱଦେଶୀ ବିକଳ୍ପ ଭାବେ ଉଭା ହୋଇଛି। ଇଲେକ୍ଟ୍ରୋନିକ୍ସରୁ ନେଇ ଫ୍ୟାସନ ପର୍ଯ୍ୟନ୍ତ ଉତ୍ପାଦର ବିସ୍ତୃତ ସୃଙ୍ଖଳା ଉପସ୍ଥାପନ କରି ଫ୍ଲିପକାର୍ଟ ସ୍ଥାନୀୟ ବିକ୍ରେତାଙ୍କୁ ସମର୍ଥନ କରିଥାଏ ଓ ଭାରତୀୟ ଉପଭୋକ୍ତାଙ୍କ ନିମନ୍ତେ ୟୁଜର ଅନୁକୂଳ କ୍ରୟ ସୁବିଧା ପ୍ରଧାନ କରିଥାଏ।