"ପ୍ରତୀକ୍ଷାର ଅନ୍ତ! ପରଦାରେ ରିଲିଜ ହୋଇଛି ସୁପରଷ୍ଟାର୍ ୟଶଙ୍କ ବହୁପ୍ରତୀକ୍ଷିତ ଫିଲ୍ମ 'ଟକ୍ସିକ'। ଏହି ଡାର୍କ ଗ୍ୟାଙ୍ଗଷ୍ଟର ଡ୍ରାମାକୁ ନେଇ ଦର୍ଶକଙ୍କ ମଧ୍ୟରେ ଜୋରଦାର କ୍ରେଜ୍ ଦେଖିବାକୁ ମିଳିଛି। ଏଥିରେ କିଆରା ଆଡଭାନୀ ଲିଡ୍ ଭୂମିକାରେ ଅଛନ୍ତି। ଗର୍ଭବତୀ ଥିବା ସମୟରେ ଏହି ଅଭିନେତ୍ରୀ ଫିଲ୍ମର ସୁଟିଂ ଶେଷ କରିଥିଲେ। ନିକଟରେ, ଚେନ୍ନାଇରେ ଟକ୍ସିକର ପ୍ରି-ରିଲିଜ୍ କାର୍ଯ୍ୟକ୍ରମରେ, ହୁମା କିଆରାଙ୍କ କାମ ଏବଂ ଡେଡିକେସନକୁ ନେଇ ଭୁରି ଭୁରି ପ୍ରଶଂସା କରିଥିଲେ।

ଚେନ୍ନାଇ ପ୍ରି-ରିଲିଜ୍ କାର୍ଯ୍ୟକ୍ରମରେ କୋ-ଷ୍ଟାର ହୁମା କୁରେଶୀ କିଆରାଙ୍କ କାମକୁ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ, ହୁମା ବର୍ଣ୍ଣନା କରି କହିଥିଲେ ଯେ କିପରି ସୁଟିଂ ସମୟରେ ତାଙ୍କର ପ୍ରବଳ ମୁଣ୍ଡବିନ୍ଧା ହୋଇଥିଲା, କିନ୍ତୁ କିଆରା ଅଭିଯୋଗ ନକରି ସୁଟିଂ ଜାରି ରଖିଥିଲେ। ହୁମା କହିଥିଲେ, " ବର୍ଷା ସିକ୍ୱେନ୍ସର ଏକ ସିନ୍ ଥିଲା ଯେଉଁଠାରେ ପ୍ରବଳ ବର୍ଷା ହେଉଥିଲା। କିଆରା ସେତେବେଳେ ଗର୍ଭବତୀ ଥିଲେ। ସେହି ବର୍ଷା ସିକ୍ୱେନ୍ସ ଏତେ କଷ୍ଟକର ଥିଲା ଯେ ମୋର ମୁଣ୍ଡବିନ୍ଧା ଆରମ୍ଭ ହୋଇଥିଲା। ମୁଁ ସେହି ସିକ୍ୱେନ୍ସ ବିଷୟରେ ମନା କରିବାକୁ ଚାହୁଁଥିଲି। ତା'ପରେ ମୁଁ କିଆରାଙ୍କୁ ଦେଖିଲି, ଯିଏ ସେହି ସମୟରେ ଛଅ ମାସର ଗର୍ଭବତୀ ଥିଲେ... ମୁଁ ଦେଖିଲି ଯେ କିଆରା ସେହି ସ୍ଥାନରେ ଠିଆ ହୋଇ ସିନ୍ କରୁଛନ୍ତି। କିଆରା ଅତ୍ୟନ୍ତ ଦୃଢ଼ ଥିଲେ, ସେହି କଷ୍ଟକର ସିନ୍କୁ କମ୍ପଲିଟ କରିଥିଲେ। ମୁଁ କିଆରାଙ୍କୁ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲି।" ତାଙ୍କର କାମ ପ୍ରତି ଡେଡିକେସନ ମୋତେ ପ୍ରେରଣା ଦେଇଥିଲା। ମୁଁ ଜାଣେ କିଆରା ଏହି ଫିଲ୍ମ ମାଧ୍ୟମରେ ଅପାର ପ୍ରେମ ପାଇବେ।

ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଅଗଷ୍ଟ ୨୬ ଅର୍ଥାତ୍ ଆଜି ସାରା ବିଶ୍ୱର ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି। ରକ୍ଷା ବନ୍ଧନ ୱେକେଣ୍ଡରେ ଫିଲ୍ମଟି ପାଇଁ ବହୁତ ଲାଭଦାୟକ ହେବ। ୟଶ ଫିଲ୍ମରେ ଡବଲ ରୋଲ୍ ଅଭିନୟ କରୁଥିବାର ଦେଖାଯିବେ। ଟିଜରରେ ୟଶ ଏବଂ କିଆରାଙ୍କ ମଧ୍ୟରେ ଥିବା ରୋମାଣ୍ଟିକ କେମେଷ୍ଟ୍ରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏତିକି ହିଁ ନୁହେଁ ଏହାର ଇଣ୍ଟିମେଣ୍ଟ ସିନ୍ ପାଇଁ କିଆରା ପ୍ରବଳ ଟ୍ରୋଲ ହୋଇଛନ୍ତି। ବିବାହିତ ମହିଳା ଏବଂ ଗୋଟିଏ ପିଲାର ମାଆଙ୍କୁ ଏଭଳି ସିନ୍ କରୁଥିବାର ଦେଖି ଲୋକମାନେ ବିଶେଷ ଭାବରେ କ୍ରୋଧିତ ହୋଇଛନ୍ତି। ହେଲେ, କିଆରା ନକାରାତ୍ମକତାକୁ ଅଣଦେଖା କରି ତାଙ୍କର ଧ୍ୟାନ ଫିଲ୍ମର ମୁକ୍ତିଲାଭ ଉପରେ ରହିଛି। ୟଶଙ୍କ ଆକ୍ସନ ଅବତାର ଏବଂ କିଆରାଙ୍କ ଡେଡିକେସନ ପରଦାରେ କିପରି ଯାଦୁ ଦେଖାଉଛି, ତାହା ଦେଖିବାକୁ ବାକି ରହିଲା।