ଘରୋଇ ସହାୟକଙ୍କ ଘରୁ ୩୭ କୋଟି ଜବତ ପରେ କଂଗ୍ରେସ ମନ୍ତ୍ରୀଙ୍କୁ ସମନ କଲା ଇଡି

Published By : Prameya-News7 Bureau | May 12, 2024 IST

indiatoday

ନୂଆଦିଲ୍ଲୀ: ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରୋଇ ସହାୟକଙ୍କ ଘରୁ ପାଖାପାଖି ୩୭ କୋଟିରୁ ଅଧିକ ଟଙ୍କା ମିଳିବା ଘଟଣାରେ ଝାଡ଼ଖଣ୍ଡର ବରିଷ୍ଠ କଂଗ୍ରେସ ମନ୍ତ୍ରୀ ଅଲାମଗିରି ଆଲମଙ୍କୁ ଇଡି ସମନ କରିଛି। ମେ ୧୪ ତାରିଖରେ ରାଞ୍ଚିର ଥିବା ଇଡି ଅଫିସ୍‌ରେ ହାଜର ହେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  

ସୋମବାର (ମେ ୬) ଜାହାଙ୍ଗିର ଆଲାମଙ୍କ ଆପାର୍ଟମେଣ୍ଟରେ ଇଡି ଚଢ଼ାଉ କରିଥିଲା। ଜାହାଙ୍ଗୀର ହେଉଛନ୍ତି ଆଲାମଗିରି ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକ। ଜାହାଙ୍ଗୀର ଘରୁ ୩୭ କୋଟି ଟଙ୍କା ନଗଦ ଜବତ କରାଯାଇଥିଲା। ଘଟଣାରେ ଉଭୟ ଆଲମ ଓ ସଞ୍ଜୀବ ଲାଲ୍‌ଙ୍କୁ ଗିରଫ କରାଯାଇଛି।   

ପଢ଼ନ୍ତୁ-କେଜ୍ରିଓ୍ବାଲଙ୍କୁ ଜାମିନ୍ ପ୍ରଦାନ କରିଥିବା ଜଷ୍ଟିସ୍ ଖାନ୍ନା କିଏ ? ହେବାକୁ ଯାଉଛନ୍ତି ପରବର୍ତ୍ତୀ ସିଜେଆଇ

ଇଡି ଚଢ଼ାଉ ସମୟରେ ଏକାଧିକ ଟଙ୍କା ଗଣିବା ପାଇଁ ମେସିନ୍ ବ୍ୟବହାର କରିଥିଲା। ସବୁଗୁଡ଼ିକ ନୋଟ୍ ୫୦୦ ଟଙ୍କିଆ ନୋଟ୍ ଥିଲା। ଏଥିସହିତ ଇଡି ଜାହାଙ୍ଗୀର ଆଲାମ ଘରୁ କିଛି ସୁନା ଗହଣା ମଧ୍ୟ ଜବତ କରିଛି। ୭୦ ବର୍ଷୀୟ କଂଗ୍ରେସ ନେତା ଆଲମଗିରି ଆଲମ ଝାଡ଼ଖଣ୍ଡ ପାକୁର ଆସନରୁ ବିଧାୟକ ହୋଇଥିବା ବେଳେ ବର୍ତ୍ତମାନ ସେ ରାଜ୍ୟର ଆଞ୍ଚଳିକ ବିକାଶ ମନ୍ତ୍ରୀ ଅଛନ୍ତି।

ସୂଚନା ଥାଉକି ଝାଡ଼ଖଣ୍ଡ ଆଞ୍ଚଳିକ ବିକାଶ ବିଭାଗର ପୂର୍ବତନ ଚିଫ୍ ଇଞ୍ଜିନିୟର ବିରେନ୍ଦ୍ର କେ ରାମଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗରେ ଏହି ରେଡ୍ କରାଯାଇଥିଲା। ବିରେନ୍ଦ୍ର ସରକାରଙ୍କ ଏକାଧିକ ସ୍କିମ୍‌କୁ ଲାଗୁ ନ କରି ଟଙ୍କା ହଡ଼ପ କରିଥିଲେ ବୋଲି ଅଭିଯୋଗ ପରେ ଗତବର୍ଷ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ବିରେନ୍ଦ୍ର କେ ରାମଙ୍କ ସହଯୋଗୀଙ୍କ ଘରୁ ମଧ୍ୟ ବହୁ ପରିମାଣରେ ଟଙ୍କା ମଧ୍ୟ ଜବତ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.