ଖଡ୍‌ଗେଙ୍କ ହେଲିକପ୍ଟର ଯାଞ୍ଚକୁ ନେଇ ବର୍ଷିଲା କଂଗ୍ରେସ, କେବଳ ବିରୋଧୀଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ

Published By : Prameya-News7 Bureau | May 12, 2024 IST

ଦିଲ୍ଲୀ ୧୨/୫: ରାଲି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ହେଲିକପ୍ଟର ଯାଞ୍ଚକୁ ନେଇ ବିବାଦ। ବିହାରର ସମସ୍ତିପୁର ଓ ମୁଜଫରପୁରରେ ଲୋକସଭା ନିର୍ବାଚନ ପାଇଁ ରାଲି ସମୟରେ ଖଡ୍‌ଗେଙ୍କ ହେଲିକପ୍ଟର ଯାଞ୍ଚ ହେବା ପରେ ବର୍ଷିଛି କଂଗ୍ରେସ । କେବଳ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ଆଣିଛି କଂଗ୍ରେସ । 

ବିଜେପିକୁ ଦୋଷାରପ କରି କଂଗ୍ରେସ କହିଛି ନିର୍ବାଚନ ଅଧିକାରୀ କେବଳ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରୁଛନ୍ତି ।ହେଲେ ବିଜେପି ନେତୃତ୍ବାଧୀନ ଏନଡିଏର ନେତାମାନଙ୍କୁ ଫ୍ରିରେ ବୁଲିବାକୁ ଦିଆଯାଉଛି ।  କଂଗ୍ରେସ ନେତା ରାଜେଶ ରାଠୋର ଦାବି କରିଛନ୍ତି କେରଳରେ ପ୍ରଥମେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଥିଲା । ଏବେ ଦଳର ସଭାପତିଙ୍କ ହେଲିକପ୍ଟର ଯାଞ୍ଚ କରାଯାଉଛି । 

ପ୍ରତିଦିନ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରି କାହିଁକି ତାଙ୍କର ହେଲିକପ୍ଟର ଯାଞ୍ଚ କରାଯାଉଛି । ଏନଡିଏର ବରିଷ୍ଠ ନେତାମାନଙ୍କ ଉପରେ ମଧ୍ୟ ସମାନ ଯାଞ୍ଚ କରାଯାଉଛି କି ନାହିଁ ତାହା ନିର୍ବାଚନ ଆୟୋଗ ସ୍ପଷ୍ଟ କରିବା ଉଚିତ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.