ସୋନପୁର ୦୫।୧୧ : କାର୍ତ୍ତିକ ପୂର୍ଣ୍ଣିମା । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଆଉ ପୌରାଣିକ କଥା ଅନୁସାରେ ମନେ ପକାଇ ଆଜି ଚାରିଆଡେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ପ୍ରତ୍ୟେକ ବର୍ଷ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ସୋନପୁର ଜିଲ୍ଲା ବିନିକାର ମୁକ୍ତିତିର୍ଥ ପର୍ଯ୍ୟଟନ ସ୍ଥଳୀ ପାପକ୍ଷୟ ଘାଟ ମହାନଦୀରେ ହଜାର ହଜାର ସଂଖ୍ୟାରେ ପୁରୁଷ, ମହିଳା ପହଞ୍ଚି ସମସ୍ତେ ପୂଜାର୍ଚ୍ଚନା କରି ଡଙ୍ଗା ଭସାଇଛନ୍ତି । ବିନିକା ଅଞ୍ଚଳର ନଦୀ ପୁଷ୍କରଣୀ ଜଳାଶୟରେ ଭଳିକି ଭଳି ଡଙ୍ଗା ଭସାଉଥିବାର ଦେଖିବାକୁ ମିଳିଛି ।

ତେବେ ଆଜି କାର୍ତ୍ତିକ ମାସରେ ଶେଷ ଦିନ।କାର୍ତ୍ତିକ ପୂର୍ଣ୍ଣିମାକୁ ଉତ୍କଳୀୟ ସଂସ୍କୃତିର ବିଧିକୁ ଲୋକେ ଆଜିବି ବଞ୍ଚାଇଛନ୍ତି l କାର୍ତ୍ତିକ ମାସରେ ବ୍ରତୀ ମାନେ ବ୍ରତ କରି ଆଜି ବ୍ରତ ଭାଙ୍ଗିଥାଆନ୍ତି l ...କା...ମା..ବୈ ପାନ ଗୁଆ ଥୋଇ , ପାନ ଗୁଆ ତୋର ମାସିକ ଧରମ ମୋର... କହି ସମସ୍ତେ ଡ଼ଙ୍ଗା ଭସାଉଥିବା ଦେଖିବାକୁ ମିଳିଛି l ପପକ୍ଷୟ ଘାଟ କମିଟି,ବିନିକା ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।