ବେଙ୍ଗାଲୁରୁ: ସାଇବର ଠକଙ୍କ ଠକେଇର ନୂଆ ତରିକା । ସ୍କ୍ରାଚ୍ କାର୍ଡ ମାଧ୍ୟମରେ ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ସାଧାରଣ ଲୋକଙ୍କ ମୋବାଇଲକୁ ଆନଲାଇନ ସ୍କ୍ରାଚ୍ କାର୍ଡ ପଠାଇ ଟଙ୍କା ଲୁଟି ନେଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ବେଙ୍ଗାଲୁରୁ ସିଟି ଅଞ୍ଚଳରୁ । ୪୫ ବର୍ଷିୀୟା ଡେକାନ ହେରାଲ୍ଡ ସାଇବର ଠକେଇର ଶିକାର ହୋଇଛନ୍ତି । ତାଙ୍କ ଠାରୁ ସ୍କାମର ମାନେ ୧୮ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏନେଇ ସେ ସାଇବର ଥାନରେ ରିପୋର୍ଟ କରିଛନ୍ତି ।
ରିପୋର୍ଟ ମୁତାବକ, ସ୍କାମର ମାନେ ଡେକାନ ହେରାଲ୍ଡଙ୍କ ପାଖକୁ ଅନଲାଇନ ଇ-କମର୍ସ ସଂସ୍ଥା ମେସୋରୁ ଏକ ସ୍କ୍ରାଚ୍ କାର୍ଡ ପଠାଇଥିଲେ । ଏହି କାର୍ଡକୁ ସ୍କ୍ରାଚିଂ କରିବା ପରେ ଏଥିରେ ୧୫.୫୧ଲକ୍ଷ ଟଙ୍କା ଜିତିଥିବା ନେଇ କୁପନ ମିଳିଥିଲା । ଏହି ଲଟେରୀ ପ୍ରାପ୍ୟକୁ ପାଇବାକୁ ହେଲେ ଲେଖାଥିବା ମୋବାଇଲ ନମ୍ବରକୁ ଫୋନ କରି ନିର୍ଦ୍ଦେଶକୁ ଅନୁକରଣ କରିବାକୁ କୁହାଯାଇଥିଲା । ଡେକାନ ହେରାଲ୍ଡ ଏହି ନମ୍ବରରେ ଫୋନ କରିବା ପରେ ତାଙ୍କୁ ପରିଚୟ ପତ୍ର ମାଗିଥିଲେ ସ୍କାମର । ସ୍କାମରଙ୍କ ନିର୍ଦ୍ଦେଶକୁ ଅନୁକରଣ କରିବାରୁ ତାଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଲୁଟି ନେଇଥିଲେ ଠକ । ପରେ ଜାଣିବାକୁ ପାଇଥିଲେ ସେ ସାଇବର ଠକେଇର ଶିକାର ହୋଇଛନ୍ତି ।
ଠକେଇର ନୂଆ ତରିକା ଆପଣାଇଛନ୍ତି ସ୍କାମର । ସ୍କ୍ରାଚ୍ କାର୍ଡ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ଯାଉଛନ୍ତି ଠକ । ଆନଲାଇନ୍ ସମ୍ପିଂର ଫେକ୍ ସ୍କ୍ରାଚ୍ କାର୍ଡ ଦେଇ ଲଟେରୀ ଜିତି ଥିବା କୁହାଯାଉଛି । ଲଟେରୀ ପାଉଣା ପାଇବା ପାଇଁ ସେଥିରେ ଲେଖାଯାଇଥିବା ନିର୍ଦ୍ଦେଶାବଳୀକୁ ଅନୁକରଣ କରିବାକୁ କୁହାଯାଉଛି । ଏହାକୁ ସାଧାରଣ ଲୋକ ଅନୁକରଣ କରିବା ମାତ୍ରେ ସ୍କାମର ଆକାଉଣ୍ଟ ଖାଲି କରିଦେଉଛନ୍ତି । ବେଙ୍ଗାଲୁରୁରେ ଏଭଳି ଘଟଣା ସାମ୍ନାକୁ ଆସିବେ ପରେ ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ୍ ।