ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ କପିଲ ଶିବଲ ସୋମବାର ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କାବ୍ୟିକ ଢଙ୍ଗରେ କହିଛନ୍ତି ଯେ ‘ବିଜେପି ଭଗବାନ ରାମ ଓ ଦେଶ ଉଭୟକୁ ଲୁଟିଛି’। ଅଯୋଧ୍ୟା ରାମ ମନ୍ଦିର ପାଣ୍ଠିରେ କଥିତ ବିଭ୍ରାଟ ବିବାଦ ମଧ୍ୟରେ ସିନିୟର ଆଡଭୋକେଟ୍ ଏକ୍ସ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୦୧୪ ‘ଆଛେଦିନ’ ସ୍ଲୋଗାନ ମିଥ୍ୟା ବୋଲି କହିଛନ୍ତି। ଏ ନେଇ ପୋଷ୍ଟରେ ଶିବଲ ଲୋକଙ୍କୁ ଭୋଟ ମାଧ୍ୟମରେ ଦେଶରୁ ବିଜେପିକୁ ହଟାଇବାକୁ ନିବେଦନ କରିଛନ୍ତି।

ସେ କବିତାରେ କବିତାରେ ଉଲ୍ଲେଖ କରିଛନ୍ତି ଯେ ‘ଏପରି ଶାସନ ଭାଙ୍ଗିବା, ଦେଶକୁ ପୁଣି ଯୋଡିବା’। ସେ ଜୋର ଦେଇ କହିଛନ୍ତି ଯେ ଏପରି ସରକାରଙ୍କୁ ହରାଇବା ଉଚିତ ଓ ଦେଶକୁ ଭାଗଭାଗ ନକରି ଏକଜୁଟ କରାଯିବା ଦରକାର। ଅଯୋଧ୍ୟାରେ ରାମ ମନ୍ଦିର ନିମନ୍ତେ ସଂଗୃହୀତ ଦାନର କଥିତ ଚୋରିକୁ ନେଇ ବିରୋଧୀଙ୍କ ସମାଲୋଚନା ମଧ୍ୟରେ ନିର୍ଦ୍ଦଳୀୟ ରାଜ୍ୟସଭା ସାଂସଦଙ୍କ ଏପରି ଟିପ୍ପଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିରୋଧୀ ଦଳ ଏହାକୁ ପ୍ରସଙ୍ଗ କରି ମାମଲାରେ ପ୍ରଧାନମନ୍ତ୍ରୀଙ୍କ ନିରବତା ଉପରେ ଏବେ ପ୍ରଶ୍ନ ଉଠାଉଛନ୍ତି ଓ ଏଥି ପାଇଁ ଦାୟି ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।