ବାଲିଗୁଡାରେ କୃଷି ଭିତ୍ତିକ ଗଣପର୍ବ କାନ୍ଦୁଲ ଭଜାଯାତ୍ରା ସହ ଭେଟଘାଟ

Published By : Prameya-News7 Bureau | March 26, 2024 IST

ବାଲିଗୁଡା ୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଆରାଧ୍ୟ ଦେବୀ ମା’ ପାଟ୍ଟଖଣ୍ଡାଙ୍କ କୃଷିଭିତ୍ତିକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା ଏବଂ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । କାନ୍ଦୁଲ ଭଜା ଯାତ୍ରା ଶହ ଶହ ବର୍ଷର ପରମ୍ପରା । ଏହି ପରମ୍ପରା ଆଜି ବି ଅତୁଟ ରହିଛି । ଏହି ଯାତ୍ରା ଫାଲଗୁଣ ମାସରେ ପାଳିତ ହୋଇଥାଏ l ମା’ ପାଟ୍ଟଖଣ୍ଡାଙ୍କ ପ୍ରମୁଖ ପର୍ବ ଭାବରେ ଜଣାଶୁଣା l ବର୍ଷର ପ୍ରଥମ ଉତ୍ପାଦିତ ନୂଆଁ କାନ୍ଦୁଲ ଶିମ୍ବକୁ ଭାଜି ଗଜ ମୁଆଁ, ନଡିଆ, ଧୂପ-ଦୀପ, ନୈବେଦ୍ୟ, ପଳାଶ ଫୁଲ, ମହୁଲ ଫୁଲ, ଧାଧୁନ ଫୁ, ଆମ୍ବ କଷି ମା’ ପାଟ୍ଟଖଣ୍ଡା ବରାଳ ଦେବୀ ଗ୍ରାମ ଦେବତୀଙ୍କୁ ଅର୍ପଣ କଲାପରେ ଘରେ ସମସ୍ତେ ମିଳିମିଶି ପ୍ରସାଦ ସେବନ କରିଥାଆନ୍ତି l ମାନସିକଧାରୀ ଭକ୍ତ ଶ୍ରଦ୍ଧାଳୁମାନେ ମା’ଙ୍କ ନିକଟରେ ବୋଦା-କୁକୁଡ଼ା ବଳି ଦେବାର ପ୍ରଥା କେଉଁ ପ୍ରାଚୀନ କାଳରୁ ଅଦ୍ୟାବଧି ରହି ଆସିଛି l କନ୍ଧମାଳର ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରିବା ଏବଂ ଏହି ସର୍ବ ପ୍ରାଚୀନ ଗଣ ପର୍ବକୁ ସାର୍ବଜନୀନ କରିବା ପାଇଁ ପୂର୍ବରୁ ବହୁ ଦାବି ହୋଇ ଆସୁଥିଲା । ତତକାଳୀନ ଉପ-ଜିଲ୍ଲାପାଳ ଅନୁପମ ସାହା ମନ୍ଦିର ପରି ଚାଳନା କମିଟିକୁ ଏହି ଯାତ୍ରା ଯାକ ଯାକମରେ ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଫଳପ୍ରଦ ହୋଇ ନଥିଲା l ସ୍ଥାନୀୟ ଲୋକଙ୍କ ବହୁ ଦାବି ପରେ ଚଳିତ ବର୍ଷ ଦୁର୍ଗା ପୂଜା ସମିତିର ନୂତନ କମିଟି ନିଆରା ଢଙ୍ଗରେ ଯାତ୍ରା ପାଳନ କରିଥିବାରୁ ବାଲିଗୁଡ଼ାବାସୀ ଖୁସି ପ୍ରକଟ କରିଛନ୍ତି l

You Can Read :

ଜମିବାଡି ବିବାଦକୁ କେନ୍ଦ୍ରକରି ଟାଙ୍ଗିଆରେ ଆକ୍ରମଣ, ବାପା-ପୁଅ ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.