ଭଦ୍ରକ: ଭଦ୍ରକ ବିଜେପି ବିଧାନସଭା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଜେପିର ଭଦ୍ରକ ବିଧାନସଭା ପ୍ରାର୍ଥୀ ତଥା ବିଜେପି ନେତା ସୀତାଂଶୁ ମହାପାତ୍ରଙ୍କୁ ସମର୍ଥନ କରି କେଦାରପୁର ଗ୍ରାମପଞ୍ଚାୟତରୁ ୫୦ରୁ ଅଧିକ କର୍ମୀ ଅନ୍ୟଦଳ ପରିତ୍ୟାଗ କରି ବିଜେପି ଦଳରେ ଯୋଗଦେଇଛନ୍ତି ।
ଭଦ୍ରକ ବିଧାନସଭା ପ୍ରାର୍ଥୀ ସୀତାଂଶୁ ଶେଖର ମହାପାତ୍ର, ବିରିଷ୍ଠ ରାଜନେତା ଅଜୟ ନାୟକ, ଭାସ୍କର ଚଦ୍ର ସାହୁ ପ୍ରମୁଖ ଯୋଗଦେଇ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବେ ବୋଲି ଶପଥ ନେଇଥିଲେ । ଅନ୍ୟଦଳ ପରିତ୍ୟାଗ କରିଥିବା କର୍ମୀ ମାନେ ହେଲେ କୈଳାସ ଚନ୍ଦ୍ର ସେନାପତି, ମଧୁସୁଦନ ସେନାପତି, ସୁଲୋଚନା ସେନାପତି, ପଦ୍ମିନୀ ସେନାପତି, ନିରୁପମା ସେନାପତି, ସେବତୀ ସେନାପତି, ସୁଭଦ୍ରା ଜେନା, ଦୌପଦି ସାହୁ, ମଞ୍ଜୁଲତା ଜେନା, ଶାନ୍ତିଲତା ଜେନା, ସାବିତ୍ରୀ ଜେନା, ବିଷ୍ଣୁପ୍ରିୟା ଜେନାଙ୍କ ସମେତ ଅନ୍ୟ କର୍ମୀ ମାନେ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।