ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ, ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁପ୍ରିମୋଙ୍କ ଆକ୍ସନ

Published By : Prameya-News7 Bureau | May 12, 2024 IST

ଭୁବନେଶ୍ବର: ବିଜେଡିରୁ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ନିଲମ୍ବିତ। ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ରାଜ୍ୟ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଭାବରେ କାମ କରୁଥିଲେ। 

ଉଲ୍ଲେଖଯୋଗ୍ୟ, ପ୍ରଫୁଲ୍ଲ ମାଝୀ ୨୦୦୬ରେ ତଳସରା ଉପନିର୍ବାଚନରେ କଂଗ୍ରେସ ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ। ଏହା ପରେ ସେ ସେହି ସିଟ୍‌ରୁ ୨୦୦୯ ଏବଂ ୨୦୧୪ରେ ଲଢ଼ିଥିଲେ। ତେବେ ୨୦୨୧ ଡିସେମ୍ବରରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।ସେତେବେଳେ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ସେ ବହିଷ୍କୃତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.