ବିଜେଡିର ମିଶ୍ରଣ ପର୍ବ, ରାଜ୍ୟ ଯୁବ ବିଜେଡି ଉପସଭାପତି ଓ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କ ଉପସ୍ଥିତିରେ ମିଶିଲେ ଶତାଧିକ ବିଜେପି କର୍ମୀ

Published By : Prameya-News7 Bureau | May 12, 2024 IST

ବିନିକା: ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଏବେବି ଜାରି ରହିଛି ଦଳ ଡିଆଁ ପର୍ବ। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ବିଶାଳପାଳି ଆମ୍ବତୋଟାଠାରେ ବିଜେଡି ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । 

ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ବିଜେପି ଜିଲ୍ଲା ପରିଷଦ ସୁଶାନ୍ତ କୁମାର ପଣ୍ଡା ଭୁବନେଶ୍ୱର ଶଙ୍ଖ ଭବନ ଠାରେ ବିଜେଡି ଦଳରେ ମିଶିଥିଲେ l ଆଉ ସୁଶାନ୍ତ କୁମାର ପଣ୍ଡାଙ୍କ ଅଞ୍ଚଳର ୩୦୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀମାନେ ମିଶ୍ରଣ ପର୍ବରେ ସାମିଲ ହୋଇ ବିଜେଡିରେ ମିଶିଛନ୍ତି l

ଏହି ମିଶ୍ରଣ ପର୍ବରେ ଜିଲ୍ଲା ବିଜେଡି ଯୁବ ସଭପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ, ବିଜେଡି ବିଧାୟକଙ୍କ ପୁଅ ତଥା ରାଜ୍ୟ ଯୁବ ବିଜେଡି ଉପସଭାପତି ମାନଭଞ୍ଜନ ବେହେରା   ଦଳୀୟ ଉତ୍ତରୀୟ ଦେଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ l ଅନ୍ୟ ଦଳ ଛାଡ଼ି ଦିନକୁ ଦିନ ବିଜେଡ଼ି ମୁହାଁ ହେଉଛନ୍ତି କର୍ମୀ ତେଣୁ ବିଜେଡ଼ି ବଳ ଆଗକୁ ଆହୁରି ସୁଦୃଢ ହେବାସହ ଚଳିତ ସାଧାରଣ ନିର୍ବାଚନରେ ବହୁମାତ୍ରାରେ ବିଜୟ ହେବ ବୋଲି ରାଜ୍ୟ ଯୁବ ବିଜେଡି ଉପସଭାପତି ମାନଭଞ୍ଜନ ବେହେରା ଓ ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.