ମୋହନା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ, ପ୍ରବଳ ବର୍ଷା ପବନରେ ଭାଙ୍ଗିଲା ଗଛ

Published By : Prameya-News7 Bureau | April 29, 2024 IST

ମୋହନା ୨୯।୪: ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ l ସୋମବାର ଅପରାହ୍ନ ପ୍ରାୟ ୪ଟାରେ ଅଚାନକ ପ୍ରବଳ ବର୍ଷା ସହ ପବନ ହୋଇଥିଲା l ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଘର ଛପର ଉଡିଯିବା ସହ ଘର ଭାଙ୍ଗିଥିବା ସୂଚନା ମିଳିଛି l ଝିଲିକି ଗାଁ ନିକଟରେ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି l ସେହିପରି ଚନ୍ଦ୍ରଗିରି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ପବନ ଯୋଗୁଁ ଗଛ ପଡି ରାସ୍ତା ଅବରୋଧ ହୋଇଛି l ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଡ଼ିଥିବା ଗଛ ହଟାଇ ରାସ୍ତା ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛନ୍ତି l

You Can Read :

ହିଞ୍ଜିଳି ବିଧାନସଭା ଆସନ ପାଇଁ ମଙ୍ଗଳବାର ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ, ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.