ଭୁବନେଶ୍ୱର: ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର କପିଳାଶ ପର୍ବତମାଳାର ପାଦଦେଶରେ ୩୦ ଏକର ପରିବ୍ୟାପ୍ତ ଶ୍ରୀ ଦତ୍ତାତ୍ରେୟ ସାଇ ଆଶ୍ରମର ଶାନ୍ତ ପରିବେଶରେ ରହିଛି ଏକ ମନ୍ଦିର, ଦେଶୀ ଗିର୍ ଗାଈଙ୍କ ଏକ ଗୋଶାଳା ଏବଂ ଜୈବିକ ଉପାୟରେ ଚାଷ ହେଉଥିବା ୩୦ରୁ ଅଧିକ ଲୋକପ୍ରିୟ ଆମ୍ବ କିସମର ଏକ ବିଶାଳ ଆମ୍ବ ବଗିଚା।

ଜଙ୍ଗଲ ଘେରି ରହିଥିବା ପାହାଡ଼ ପାଦଦେଶର ଏହି ଆଶ୍ରମ ପାଇଁ ନିର୍ଭରଯୋଗ୍ୟ ଯୋଗାଯୋଗ ସାଧନ ବିନା ବାହାର ଅଞ୍ଚଳର ଲୋକଙ୍କ ସଂଗେ ଯୋଗାଯୋଗ କରିବା କଷ୍ଟକର ରହିଥିଲା। କିନ୍ତୁ ଏବେ, ସେହି ସ୍ଥିତିରେ ପରିବର୍ତ୍ତନ ଆସିଛି। ଜିଓଏୟାରଫାଇବରର ହାଇ-ସ୍ପିଡ୍ ଡିଜିଟାଲ୍ ସଂଯୋଗ ଜରିଆରେ ପାହାଡ଼ିଆ ଅଂଚଳରେ ରହିଥିବା ଏହି ଆଶ୍ରମର ଡିଜିଟାଲ୍ ବୈଷମ୍ୟକୁ ଦୂର କରିଛି ଏବଂ ଏହାର କାର୍ଯ୍ୟ ପରିସରକୁ ଆଗକୁ ବଢ଼ାଇ ଭାରତର ୧୦ ରୁ ଅଧିକ ରାଜ୍ୟକୁ ଏହାର ଜୈବିକ ଉପାୟରେ ଚାଷ କରାଯାଇଥିବା ସୁସ୍ୱାଦୁ ଆମ୍ବ ପଠାଇବାରେ ସକ୍ଷମ ହୋଇଛି।

୨୦୦୨ ମସିହାରେ ପ୍ରତିଷ୍ଠିତ ଏହି ଆଶ୍ରମର କୃଷି ଯାତ୍ରା ମନ୍ଦିରର ଦୈନିକ ଅର୍ଥ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଲା ଏବଂ ଟ୍ରଷ୍ଟ ପକ୍ଷରୁ ହଜାର ହଜାର ଫଳ ଏବଂ ଫୁଲ ଗଛ ଲଗାଯାଇଥିଲା। କପିଳାଶ ବନାଞ୍ଚଳର ସମୃଦ୍ଧ ତଥା ପ୍ରାକୃତିକ ମାଟି ଗୁଣବତ୍ତା ଏବଂ ସମ୍ପୂର୍ଣ୍ଣ ଜୈବିକ ଖତ ବ୍ୟବହାର କରି, ଆଶ୍ରମ ପକ୍ଷରୁ ଆମ୍ରପାଲି, କେଶର, ଦଶେରୀ, ଲଙ୍ଗଡ଼ା, ଚୌସା, ମଲ୍ଲିକା ଏବଂ ଆଲଫୋନ୍ସୋ ଭଳି ଲୋକପ୍ରିୟ ଆମ୍ବ ଉତ୍ପାଦନ ଆରମ୍ଭ ହୋଇଥିଲା।

ପ୍ରାରମ୍ଭିକ ଭାବରେ ଆଶ୍ରମ କେବଳ ନିକଟସ୍ଥ ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଥିଲା ଏବଂ ଭରସାଯୋଗ୍ୟ ଇଣ୍ଟରନେଟ୍ ସଂଯୋଗର ଅଭାବ ଯୋଗୁଁ ବ୍ୟବସାୟକୁ ବୃଦ୍ଧି କରିବା ସୀମିତ ରହିଥିଲା, କାରଣ ଦୂରଦୁରାନ୍ତର ବଡ଼ ସହରଗୁଡ଼ିକରେ କ୍ରେତାମାନଙ୍କ ସହିତ ବାସ୍ତବ-ସମୟ ସମନ୍ୱୟ ପ୍ରାୟ ଅସମ୍ଭବ ଥିଲା।

ଜିଓଏୟାରଫାଇବର ଆସିବା ସହିତ ଏହି ଦିଗରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିଛି। ଜିଓଏୟାରଫାଇବରର ନିର୍ଭରଯୋଗ୍ୟ ହାଇସ୍ପିଡ଼ ୱେରଲେସ ବ୍ରଡବ୍ୟାଣ୍ଡ ସଂଯୋଗ ଆଶ୍ରମର ଦୈନନ୍ଦିନ କାର୍ଯ୍ୟ ଏବଂ ଆର୍ଥିକ ସ୍ଥାୟୀତ୍ୱ ଉପରେ ତୁରନ୍ତ ଏବଂ ଗଭୀର ପ୍ରଭାବ ପକାଇଥିବା କହିଛନ୍ତି ଆଶ୍ରମର ଆବାହକ ଅଖିଳ କୁମାର ଜେନା। ଡିଜିଟାଲ୍ ସଶକ୍ତିକରଣ ଆଶ୍ରମର ପାରମ୍ପରିକ ଆମ୍ବ ଅମଳ ଋତୁକୁ ଏକ ସୁଗମ କାର୍ଯ୍ୟରେ ପରିଣତ କରିଥିବା ସେ କହିଛନ୍ତି।

ସେ ଆହୁରି କହିଛନ୍ତି, "ଆମେ ଜିଓଏୟାରଫାଇବର ସଂଯୋଗ ନେବା ପରେ, ଏହା ଆମକୁ ଆମର ଦୂରଦୂରାନ୍ତ ଗ୍ରାହକ ଏବଂ ପରିବହନ ପରିଚାଳନା କରୁଥିବା ଲୋକଙ୍କ ସହିତ ସୁବିଧାରେ ତଥା ସହଜରେ ଯୋଗାଯୋଗ କରିବାରେ ସହାୟକ ହୋଇଛି। ଆମ୍ବ ଅମଳ ଆରମ୍ଭ ହେବା ପରେ ଆମେ ଏବେ ସେମାନଙ୍କୁ ତୁରନ୍ତ ସୂଚନା ଦେଇପାରୁଛୁ। ସଫା ଏବଂ ପୃଥକୀକରଣ ପରେ, ଆମେ ସେମାନଙ୍କୁ ଉଚ୍ଚ-ଗୁଣବତ୍ତାର ଫଟୋ ଏବଂ ଭିଡିଓ ପଠାଇପାରୁଛୁ, ଯାହା ଦ୍ୱାରା ସେମାନେ ଗୁଣବତ୍ତା ଯାଞ୍ଚ କରିପାରିବା ସହିତ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଅର୍ଡରଗୁଡ଼ିକୁ ଚୁଡାନ୍ତ କରିପାରୁଛନ୍ତି।"

ନିରବିଚ୍ଛିନ୍ନ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସହିତ, ସମଗ୍ର ଲଜିଷ୍ଟିକ୍ ବା ପରିବହନ ଚକ୍ରରେ ଏକ ପ୍ରକାରର ବିପ୍ଳବ ଆସିଛି। ଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ ଏବଂ ହରିୟାଣା ଭଳି ବିଭିନ୍ନ ରାଜ୍ୟ ତଥା ସହରଗୁଡିକର କ୍ରେତାମାନେ ଢେଙ୍କାନାଳର ପ୍ରସିଦ୍ଧ ଆମ୍ରପାଲି ଆମ୍ବ କିମ୍ବା କେଶର, ଚୌସା କିମ୍ବା ଆଲଫୋନ୍ସୋ ପରି କିସମଗୁଡ଼ିକୁ ପ୍ୟାକ୍ ହୋଇ ଯାନରେ ଲୋଡ୍ ହେବା ପୂର୍ବରୁ ବାସ୍ତବ ସମୟ ଭିଡିଓ କଲ୍ ମାଧ୍ୟମରେ ଦେଖି ଯାଞ୍ଚ କରିପାରୁଛନ୍ତି।

ହାଇ-ସ୍ପିଡ୍ ଡିଜିଟାଲ୍ ସଂଯୋଗ ସହିତ, ଡିଜିଟାଲ୍ ପେମେଣ୍ଟ ବର୍ତ୍ତମାନ ତୁରନ୍ତ ପ୍ରସେସ ଏବଂ ଯାଞ୍ଚ ହୋଇପାରୁଛି, ଯାହା ଆଶ୍ରମର ନଗଦ ଅର୍ଥ ପ୍ରବାହକୁ ସୁରକ୍ଷିତ ରଖିବା ସହିତ ବିନା ବିଳମ୍ବରେ ଦୈନନ୍ଦିନ ଖର୍ଚ୍ଚକୁ ସୁଗମ କରିଛି। ଏହା ବ୍ୟତୀତ, ବାସ୍ତବ ସମୟ ଅନଲାଇନ ଟ୍ରାକିଂ ଆମ୍ବ ଅମଳ ପରେ ଦକ୍ଷତାର ସହିତ ଶୀଘ୍ର ପଠାଇବା ତଥା ପହଂଚିବା ସୁନିଶ୍ଚିତ କରି ଫଳ ନଷ୍ଟ ହେବା ବେଶ କମ ହୋଇପାରିଛି।

ପ୍ରାରମ୍ଭିକ ଡିଜିଟାଲ୍ ସମନ୍ୱୟର ସଫଳତାରେ ଉତ୍ସାହିତ ଆଶ୍ରମ ପକ୍ଷରୁ ପରବର୍ତ୍ତୀ ସମୟରେ ଆଉ ଏକ ଜିଓଏୟାରଫାଇବର ସଂଯୋଗ ନିଆଯାଇ ଏହାର ୩୦ ଏକର ପରିସରରେ ବିସ୍ତୃତ ସିସିଟିଭି ସୁରକ୍ଷା ନେଟୱାର୍କକୁ ସଶକ୍ତ କରିବା ସହିତ ବଗିଚା, ମନ୍ଦିର ଏବଂ ଗୋଶାଳାର ସୁରକ୍ଷା ସୁନିଶ୍ଚିତ କରାଯାଇଛି। ଏହା ସହିତ, ଡିଜିଟାଲ ସଶକ୍ତିକରଣ ବଳରେ ଆଶ୍ରମର ଅତିଥିଶାଳାରେ ରହୁଥିବା ପରିଦର୍ଶକ ଏବଂ ଆଧ୍ୟାତ୍ମିକ ପର୍ଯ୍ୟଟକଙ୍କ ପାଇଁ ନିରବଛିନ୍ନ ୱାଇଫାଇ ଇଣ୍ଟରନେଟ ସଂଯୋଗ ଉପଲବ୍ଧ ହୋଇଛି।

ଗ୍ରାମୀଣ ଡିଜିଟାଲ ସଶକ୍ତିକରଣର ଏକ ଉଜ୍ଜ୍ୱଳ ଉଦାହରଣ:

ଶ୍ରୀ ଦତ୍ତାତ୍ରେୟ ସାଇ ଆଶ୍ରମର କାହାଣୀ କେବଳ ଆମ୍ବକୁ ନେଇ ଏକ ସଫଳତାର କାହାଣୀ ନୁହେଁ; ଏହା ପ୍ରଯୁକ୍ତି କିପରି ଆର୍ଥିକ ସୁଯୋଗକୁ ଗଣତାନ୍ତ୍ରିକ କରିପାରିବ ତାହାର ଏକ ପ୍ରମାଣ। ଡିଜିଟାଲ ପଥ ସହିତ ଭୌଗୋଳିକ ପ୍ରତିବନ୍ଧକକୁ ବଦଳାଇ, ଏହା ୫୦ ଜଣ ସ୍ଥାନୀୟ ଲୋକଙ୍କ ପାଇଁ ସ୍ଥାୟୀ ଜୀବିକା ସୁରକ୍ଷିତ କରିଛି, ଏବଂ ଏକ ସ୍ଥାନୀୟ ଆଧ୍ୟାତ୍ମିକ ଟ୍ରଷ୍ଟ ଏକ ଆତ୍ମନିର୍ଭରଶୀଳ, ସର୍ବଭାରତୀୟ କୃଷି ବ୍ରାଣ୍ଡରେ ପରିଣତ ହୋଇଛି।

ଜିଓଏୟାରଫାଇବର ସହିତ ନିର୍ଭରଯୋଗ୍ୟ ବ୍ରଡବ୍ୟାଣ୍ଡ ଓଡ଼ିଶାର ଦୂରଦୂରାନ୍ତ କୋଣକୁ ପରିବ୍ୟାପ୍ତ ହୋଇଥିବା ବେଳେ ଏହି ଆଶ୍ରମର ସଫଳତା ଡିଜିଟାଲ ପରିବର୍ତ୍ତନ କିପରି ପରମ୍ପରାକୁ ସଶକ୍ତ କରେ ତାହାର ଏକ ଉଜ୍ଜ୍ୱଳ ଉଦାହରଣ ପାଲଟିଛି।