LIVE TV

ଡେଥ୍ ସିନ୍‌ରେ ଖୁବ୍ ଭାଙ୍ଗି ପଡ଼ିଥିଲେ ଜୟା ବଚ୍ଚନ, ନିର୍ଦ୍ଦେଶକ ତାଙ୍କୁ କହି ଥିଲେ – ଭାବ ଯେ ଏହା ଅଭିଷେକଙ୍କ ମୃତଦେହ

NEWS7
Jaya Bachchan

ମୁମ୍ୱାଇ – ଅଭିନେତା ଅଭିଷେକ ବଚ୍ଚନ , ନିଜର ମାଆ ଜୟା ବଚ୍ଚନଙ୍କୁ ନିଜର ଶକ୍ତି ବୋଲି କୁହନ୍ତି। ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ପୁଅ ଅଭିଷେକ ଦୃଢ ପାରିବାରିକ ମୂଲ୍ୟକୁ ଶିଖାଇବାର ସବୁ ଶ୍ରେୟ ଦେଇ ଆସିଛନ୍ତି। ନିକଟରେ ଏକ ଇଣ୍ଟରଭ୍ୟୁରେ ,ଅଭିଷେକ ମନେପକାଇଛନ୍ତି ଯେ କେମିତି ଜୟା ବଚ୍ଚନ ଥରେ ନିଜର ଫିଲ୍ମ ସୁଟିଂରେ ଚିନ୍ତିତି ହୋଇ ଘରକୁ ଫେରି ଥିଲେ। ଏହାର କାରଣ ତାଙ୍କୁ ଡାଇରେକ୍ଟରଙ୍କ ଏକ ସିନ୍‌କୁ ନେଇ ଡିମାଣ୍ଡ ଥିଲା। ସିନ୍‌ ପାଇଁ ଡାଇରେକ୍ଟର ଜୟାଙ୍କୁ ନିଜ ପିଲା ମରିବାର କଳ୍ପନା କରିବାକୁ କହି ଥିଲେ।

ଇ ଟାଇମ୍ସ ସହ କଥାବାର୍ତ୍ତାରେ ଅଭିଷେକ ସେହି ଘଟଣାକୁ ମନେପକାଇଛନ୍ତି ,ଯେବେ ସେ ନିଜର ମାଆ ଜୟାଙ୍କୁ ସୁଟିଂ ପରେ ଖୁବ୍‌ ଅବସାଦରେ ଥିବାର ଦେଖି ଥିଲେ। ସେ ଏହି କଥା ସେୟାର କରିଛନ୍ତି ,ଯେତେବେଳେ ସେହି ଭାବନାତ୍ମକ ବୋଝ ବିଷୟରେ କଥା ହେଉ ଥିଲେ ,ଯାହା ଆକ୍ଟର କୌଣସି ଚରିତ୍ରରେ ବୁଡ଼ିବା ବେଳେ ଅନୁଭବ କରନ୍ତି। ଅଭିଷେକ କହିଛନ୍ତି ଯେ, ଅନେକ ବର୍ଷ ଯାଏ କ୍ୟାମେରା ଠାରୁ ଦୂରେଇ ରହିବା ପରେ, ଜୟା ବଚ୍ଚନ , ୧୯୯୦ ଦଶକରେ ଗୋବିନ୍ଦା ନିହାଲାନୀଙ୍କ ଫିଲ୍ମ ‘ହଜାର ଚୌରାସି କି ମାଁ’ ସହ ପରଦାକୁ ଫେରି ଥିଲେ। ଏହି ସମୟରେ ଅଭିଷେକ ଏକ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରୁ ଥିଲେ। ତାଙ୍କର ସ୍ପଷ୍ଟ ମନେ ଅଛି ଯେ ତାଙ୍କର ମାଆ ସେହି ଅନୁଭବର ସହ ଘରକୁ ଫେରି ଥିଲେ। 

ଘରକୁ ଫେରି ଜୟା ବଚ୍ଚନ ବହୁତ ଚିନ୍ତିତ ଦେଖାଯାଉ ଥିଲେ, ତ ଅଭିଷେକ ତାଙ୍କୁ ପଚାରି ଥିଲେ ଯେ କଣ ହୋଇଛି। ଜୟା କହିଥିଲେ , ମୋତେ ଗୋଟିଏ ସିନ୍‌ କରିବାର ଥିଲା , ଯେଉଁଥିରେ ମୋତେ ନିଜର ପୁଅର ମୃତଦେହର ଚିହ୍ନଟ କରିବାର ଥିଲା। ମୁଁ ଏହାକୁ ବୁଝି ପାରୁନାହିଁ। ଅଭିଷେକ କହିଛନ୍ତି ଯେ, ଗୋବିନ୍ଦା ନିହାଲାନି ତାଙ୍କର ମାଆଙ୍କୁ ସେହି ସିନ୍‌ ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ସେ କଳ୍ପନା କରନ୍ତୁ କି ସେଠାରେ ଅଭିଷେକଙ୍କ ହିଁ ମୃତଦେହ ପଡ଼ିଛି।

ଅଭିଷେକ ଆହୁରି କହିଛନ୍ତି , ଏହା ବହୁତ କଷ୍ଟକର ଲାଗିଥାଏ , କିନ୍ତୁ ଆକ୍ଟରଙ୍କୁ ଏମିତି ହିଁ ଜିନିଷ ସହ୍ୟ କରିବାକୁ ପଡ଼ିଥାଏ। ଯଦିଓ ସେ ଏହା ନକହିଥାନ୍ତୁ , ତଥାପି ମାଁ ଏହି କଳ୍ପନା କରେ , ଯାହାକି ସେହି ଇମୋସନାଲ ବାସ୍ତବ ଲାଗିବ। ଆପଣ ନିଜର ବ୍ୟକ୍ତିଗତ ଅନୁଭବକୁ ନିଜ କାମକୁ ଆଣି ଥାନ୍ତି। ଅଭିଷେକ ଏହା ମଧ୍ୟ କହିଛନ୍ତି ଯେ, ଜଣେ ଅଭିନେତାଙ୍କର ପରଫର୍ମାନ୍ସ ମୁଖ୍ୟତଃ ନିର୍ଦ୍ଦେଶକଙ୍କ ଉପରେ ନିର୍ଭର କଲେ ଏବଂ ଆକ୍ଟର କେବଳ ଖେଳନା ହୋଇଥାନ୍ତି।