LIVE TV

ନୂଆପଡ଼ାରେ ନୂଆ ଡ୍ରାମା, ବିଜେପିରେ ସାମିଲ ହୋଇପାରନ୍ତି ଜୟ ଢୋଲକିଆ

NEWS7
nuapada

ଭୁବନେଶ୍ୱର ୧୧।୧୦: ନୂଆପଡ଼ାରେ ନୂଆଡ୍ରାମା। ଗୋଟିଏ ପଟେ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦୁଇ ଦଳ ବିଜେଡି-ବିଜେପି ଏବେ ଯାଏଁ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଉଭୟ ଦଳ ମଧ୍ୟରେ ପ୍ରାର୍ଥୀ ଘୋଷଣା ପାଇଁ ଚାଲିଛି ଛକାପଞ୍ଝା । ଘନ ଘନ ବୈଠକ ବସୁଛି, ହେଲେ ପ୍ରାର୍ଥୀଙ୍କ ନାଁରେ ବାଜିପାରୁନି ମୋହର । ଏବେ ନୂଆପଡ଼ା ରାଜନୀତିରେ ଆସୁଛି ନୂଆ ଟ୍ୱିଷ୍ଟ । ବିଜେପିରେ ସାମିଲ ହୋଇପାରନ୍ତି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ।

ନୂଆପଡ଼ା ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ କିଏ ହେବ , ସେନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ଏସବୁ ଭିତରେ ଜୟ ଢୋଲକିଆ ବିଜେପିରେ ସାମିଲ ହେବା ନେଇ ଖବର ଆସୁଛି । ଶନିବାର ଦିନ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ସାମିଲ ହୋଇପାରନ୍ତି । ନୂଆପଡାର ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡାରେ ଉପ ନିର୍ବାଚନ ହେବାକୁ ଯାଉଛି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ବିଜେଡ଼ିରୁ ବିଧାୟକ ଥିବାବେଳେ ତାଙ୍କ ପୁଅ ବିଜେଡ଼ି ଟିକେଟରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜୟ ଢୋଲକିଆ ବିଜେପିରେ ଯୋଗଦାନ କରିବା ନେଇ ସୂଚନା ରହିଛି ଅନ୍ୟପଟେ କଂଗ୍ରେସ ନିଜର ପ୍ରାର୍ଥୀ  ଘୋଷଣା କରିସାରିଛି ଜୟ ଢୋଲକିଆ ବିଜେପିରେ ମିଶିବା ପରେ ଜୟ ହିଁ ବିଜେପି ପ୍ରାର୍ଥୀ ହୋଇପାରନ୍ତି