ଭୁବନେଶ୍ବର ୧୫।୧୧: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ନୂଆପଡ଼ାର ବିକାଶଧାରାକୁ ଆହୁରି ଆଗକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମସ୍ତଙ୍କ ପରିଶ୍ରମରୁ ଏହି ବଡ଼ ସଫଳତା ମିଳିଛି ବୋଲି କହିଛନ୍ତି ମନମୋହନ ସାମଲ । ବିଜୟ ଉତ୍ସବରେ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଲେ ଜୟ ଢୋଲକିଆ । ଏହି ବିଜୟ ନୂଆପଡ଼ାବାସୀ ଓ ବିକାଶର ବିଜୟ ବୋଲି ଢୋଲକିଆ କହିଛନ୍ତି ।