News7 Logo

ଏହି ଦେଶରେ ଦଳର ନିଆରା ପଦକ୍ଷେପ, ପାର୍ଟିର ଅଧ୍ୟକ୍ଷ ପଦ ସମ୍ଭାଳିଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

NEWS7
artificial intelligence leader as founder

ନୂଆଦିଲ୍ଲୀ : ଦୈନିକ କାର୍ଯ୍ୟକୁ ସହଜ କରିବା ପାଇଁ ଏବଂ ଲୋକଙ୍କ ସମୟ ବଞ୍ଚାଇବା ପାଇଁ ବ୍ୟବହୃତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ୍‌ ଏଆଇର ପ୍ରୟୋଗର ପରିସର ବୃଦ୍ଧି ପାଇବାରେ ଲାଗିଛି। ମଣିଷଙ୍କ ପାଇଁ କୋଡ୍‌ ଲେଖିବା ଠାରୁ ନେଇ ଜଣେ ଥେରାପିଷ୍ଟ ସାଜି ପରାମର୍ଶ ଦେବା ଯାଏ କାମ ଆଜି ଏଆଇ ଚ୍ୟାଟବଟ୍‌ ସହଜରେ କରୁଛି। ଏହି ମଧ୍ୟରେ ଗତ ଦିନରେ ଆଲବାନିଆରୁ ଆସିଥିବା ଏକ ଖବର ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା,  ଯେଉଁଥିରେ କୁହାଯାଇ ଥିଲା ଯେ, ଏଠାର ସରକାର ଏକ ଏଆଇକୁ ମନ୍ତ୍ରୀ କରିଛି। ଏହାପରେ ଏବେ ଜାପାନରେ ମଧ୍ୟ ସମାନ ଖବର ସାମ୍ନାକୁ ଆସିଛି। ଏଠାରେ ରାଜନୀତିରେ ଏଣ୍ଟ୍ରି କରିଛି ଏଆଇ ।

ଜାପାନର ଏକ ଛୋଟିଆ ଜାପାନୀ ରାଜନୈତିକ ଦଳ ମଙ୍ଗଳବାର ଘୋଷଣା କରିଛି ଯେ, ଦଳକ ସଂସ୍ଥାପକଙ୍କ ହଠାତ୍‌ ଇସ୍ତଫା ପରେ , ସେ ଏଆଇକୁ ନିଜର ନୂଆ ନେତା ନିଯୁକ୍ତ କରୁଛି। ଏହା ପୂର୍ବରୁ ପଶ୍ଚିମୀ ଜାପାନର ଏକ ଛୋଟିଆ ସହରର ପୂର୍ବତନ ମେୟର ସିଞ୍ଜି ଇଶିମାରୁ ଜାନୁଆରୀରେ “ପାଥ ଟୁ ରିବର୍ଥ” ନାମକ ଏକ ଦଳର ସ୍ଥାପନା କରି ଥିଲେ। ଇଶିମାରୁ ଆରମ୍ଭରେ ପୂରା ଦେଶର ଧ୍ୟାନ ଆକର୍ଷଣ ସେତେବେଳେ କରିଥିଲେ , ଯେତେବେଳେ ସେ ୨୦୨୪ର ଟୋକିଓ ଗଭର୍ଣ୍ଣର ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ହେଲେ ଚଳିତ ବର୍ଷର ଉଚ୍ଚ ସଦନର ନିର୍ବାଚନରେ କୌଣସି ଆସନ ଜିତି ପାରିଲା ନାହିଁ ଏବଂ ଇଶିମାରୁ ନିରାଶାରେ ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଦଳରେ ଏଆଇକୁ ଅଧ୍ୟକ୍ଷ ପଦର ନିଯୁକ୍ତ କରାଯାଇଛି।

ହେଲେ ଇଶିମାରୁଙ୍କ ସ୍ଥାନ ନେବା ପାଇଁ ହୋଇ ଥିବା ଏକ ଆଭ୍ୟନ୍ତରୀଣ ନିର୍ବାଚନରେ କ୍ୟୋଟୋ ବିଶ୍ୱବିଦ୍ୟାଳୟରେ ୨୫ ବର୍ଷିୟ ଡକ୍ଟରେଟ୍‌ ଛାତ୍ର କୋକି ଓକୁମୁରା ବିଜୟୀ ହୋଇଥିଲେ। କିନ୍ତୁ ସେ କହିଥିଲେ କି ନୂଆ ନେତା ଏଆଇ ହିଁ ହେବ। ଓକୁମୁରା କହିଛନ୍ତି ଯେ , ସେ ଏଆଇ ପ୍ରଣାଳୀ ଓ ପାର୍ଟି ମଧ୍ୟରେ ଏକ ମାନବ ସଂଯୋଗ ଭାବ କାମ କରିବ। ସେ ଏକ ବୟାନରେ କହିଛନ୍ତି , ନୂଆ ନେତା ଏଆଇ ହେବ। ମୁଁ କେବଳ ଏକ ସହାୟକ ଭାବେ କାମ କରିବି। ସେ ଏଆଇ ନେତା ବିଷୟରେ ବିସ୍ତୃତ ସୂଚନା ଦେଇ ନାହାନ୍ତି, କିନ୍ତୁ ଓକୁମୁରା ସ୍ପଷ୍ଟ କରିଛନ୍ତି ଯେ, ଏଆଇ ପାର୍ଟି ସଦସ୍ୟଙ୍କର ରାଜନୈତିକ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିବ ନାହିଁ , ବରଂ ପାର୍ଟିର କାର୍ଯ୍ୟକଳାପକୁ ପରିଚାଳନା କରିବାର କାର୍ଯ୍ୟ କରିବ। ଏହିପରି ଟ୍ରେଣ୍ଡସ୍‌କୁ ଦେଖି ଭବିଷ୍ୟତରେ ଏଆଇକୁ ନିର୍ବାଚନ ଲଢିବାର ଦେଖିବାରେ  ମଧ୍ୟ ଆଶ୍ଚର୍ଯ୍ୟ ହେବା ଉଚିତ୍‌ ନୁହେଁ।