News7 Logo

କମୁଛି ଜଳକାର ଜଳସ୍ତର, ମଥାନୀ ଠାରେ ବିପଦ ସଂକେତ ୬.୫୦ ମିଟର

NEWS7
flood

ଜଳେଶ୍ୱର ୦୬/୦୯: ଧିରେ ଧିରେ କମୁଛି ଜଳକା ନଦୀର ଜଳସ୍ତର । ନଦୀର ମଥାନୀ ଠାରେ ବିପଦ ସଂକେତ ୬.୫୦ ମିଟର ରହିଥିବା ବେଳେ ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ରହିଛି । ୬.୫୮ ମିଟର, ଗତକାଲି ୬.୭୯ ପର୍ଯ୍ୟନ୍ତ ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ବସ୍ତା ବ୍ଲକର ମଥାନୀ ଚଟାଣ,ପଳାସିଆ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିଲା । କୁଡ଼ିଆ ଗାଁ ର କିଛି ଲୋକଙ୍କ ଘରେ ପାଣି ପଶିଥିଲା ।

ବର୍ତ୍ତମାନ ଜଳସ୍ତର କମିଯିବାରୁ ଗାଁ ରୁ ପାଣି ଛାଡିଛି । କିନ୍ତୁ ଏବେବି ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟା ପାଣିରେ ବୁଡି ରହିଥିବାରୁ ଚାଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ପାଣି ନିସ୍କାଷନର ବ୍ୟବସ୍ଥା ନଥିବାରୁ ଏବଂ ନୟନଯୋରି ଅବରୋଧ ହୋଇଥିବାରୁ ପାଣି ନିସ୍କାସନ ପାଇଁ ଆହୁରି ୩ ରୁ ୪ ଦିନ ସମୟ ଲାଗିପାରେ । ଯାହା ଫଳରେ ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବାର ଆଶଂକା ଏହିଛି । ତେବେ ଚାରି ଚାରି ଥର ବନ୍ୟା ରେ ଚାଷ ଉଜୁଡି ଯିବା ପରେ ବର୍ଷ ଯାକ କିପରି ଗୁଜୁରାଣ ମେଣ୍ଟାଇବେ ସେହି ଚିନ୍ତାରେ ରହିଛନ୍ତି ଚାଷୀ