LIVE TV

ସୁପ୍ରିମକୋର୍ଟରୁ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ମିଳିଲାନି ଆଶ୍ୱସ୍ତି, ୨୦୦ କୋଟି ଟଙ୍କାର ମାମଲାରେ ଇଡିର ଆକ୍ସନ ଜାରି

NEWS7
jackuline fernandis

ନୂଆଦିଲ୍ଲୀ : ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଇଡି ପକ୍ଷରୁ ରୁଜୁ ଏଫଆଇଆରକୁ ବାତିଲ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କୋର୍ଟ ସୋମବାର ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ ନକରିବାକୁ କହିଛନ୍ତି। ଅଭିନେତ୍ରୀଙ୍କ କହିବାନୁସାରେ , ତାଙ୍କର ସୁକେଶ ଚନ୍ଦ୍ରଶେଖରଙ୍କ ସହ କୌଣସି ନେଣଦେଣ ନାହିଁ ଏବଂ ତାଙ୍କ ବିରୋଧରେ ରୁଜୁ କେସ୍‌କୁ ବନ୍ଦ କରିଦେବା ଉଚିତ୍‌। ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ନିଜର ଆଦେଶରେ ଜ୍ୟାକଲିନ୍‌ଙ୍କ ବିରୋଧରେ ରୁଜୁ ଇଡି ପକ୍ଷରୁ କେସ୍‌କୁ ଖାରଜ କରିବାକୁ ମନା କରି ଦେଇ ଥିଲେ। ସେପଟେ ସୁପ୍ରିମକୋର୍ଟରେ ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍‌ ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ ଫର୍ଣ୍ଣାଣ୍ଡିଜ୍‌ଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀଙ୍କୁ କହିଥିଲେ , ଆମେ ଏହି ସ୍ତରରେ ହସ୍ତକ୍ଷେପ କରିବୁ ନାହିଁ।

ଓକିଲ ସୁମୀର ସୋଢିଙ୍କ ମାଧ୍ୟମରେ ଦାଏର ପିଟିସନରେ ଫର୍ଣ୍ଣାଣ୍ଡିଜ୍‌ ହାଇକୋର୍ଟଙ୍କର ୩ ଜୁଲାଇର ଆଦେଶକୁ ଚ୍ୟାଲେଞ୍ଜ ଦେଇଥିଲେ, ଯେଉଁଥିରେ ମନି ଲଣ୍ଡରିଂ କେସ୍‌ରେ ଇଡି ପକ୍ଷରୁ ରୁଜୁ କେସ୍‌ ବାତିଲ କରିବାକୁ ତାଙ୍କର ପିଟିସନକୁ ଖାରଜ କରି ଦିଆ ଯାଇଥିଲା। ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ରୁଜୁ ମନି ଲଣ୍ଡରିଂ କେସ୍‌ରେ ଫର୍ଣ୍ଣାଣ୍ଡିଜ୍‌ ଜଣେ ଅଭିଯୁକ୍ତ ଏବଂ ତଦନ୍ତ ବିଷୟରେ ପଚରା ପଚରି ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ହାଜର ହୋଇଥିଲେ। ଦିଲ୍ଲୀ ପୁଲିସ ଚନ୍ଦ୍ରଶେଖରଙ୍କ ଉପରେ ରାନବକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହ ଓ ମାଲବିନ୍ଦର ସିଂହଙ୍କ ପତ୍ନୀଙ୍କୁ ୨୦୦ କୋଟି ଟଙ୍କାର ଠକେଇ କରିବାର ଅଭିଯୋଗ ଲଗେଇଛନ୍ତି। 

SC has put judicial service out of reach for many at the margins

କୋର୍ଟରେ ନିଜ ପକ୍ଷ ରଖି ଜ୍ୟାକଲିନ୍ ସବୁ ଅଭିଯୋଗକୁ ମିଥ୍ୟା ଦର୍ଶାଇଛନ୍ତି ଏବଂ କହିଛନ୍ତି ତାଙ୍କୁ ସୁକେଶ ଚନ୍ଦ୍ରଶେଖରଙ୍କ ଅପରାଧିକ ଇତିହାସର କୌଣସି ସୂଚନା ନଥିଲା। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ତାଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ ମନ୍ଦ ଥିଲା ଏବଂ ସେ ନିର୍ଦ୍ଦୋଷ। ଗତ ଦିନରେ ଅନେକ ବିବାଦରେ ଛନ୍ଦି ହୋଇ ଥିବା ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ ଏବେ ନିଜର ଦୟାଳୁତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଜଣେ ଦୁର୍ଲଭ ନ୍ୟୁରୋଲଜିକାଲ ରୋଗରେ ପୀଡ଼ିତ କୋମଳମତି ଶିଶୁକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ମୁମ୍ୱାଇ ସ୍ଥିତ ସମାଜସେବୀ ହୁସୈନ ମନସୁରୀଙ୍କ ଦ୍ୱାରା ସେୟାର କରାଯାଇ ଥିବା ଭିଡ଼ିଓରେ ଜ୍ୟାକଲିନ୍‌ ସେହି ଶିଶୁ ସହ ଖେଳିବାର ନଜର ଆସିଛନ୍ତି।