ଜେରୁସେଲମ: ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କଲା ୟେମେନ। ରବିବାର ଏନେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ସୂଚନା ଦେଇଛି। ୟେମେନ ଇସ୍ରାଏଲୀ ଅଞ୍ଚଳ ଭିତରେ ବଡ଼ ଧରଣର ଡ୍ରୋନ ଆକ୍ରମଣ କରିଛି ବୋଲି ଆଇଡିଏଫ୍ କହିଛି। ୟେମେନ ମାଡ଼ କରିଥିବା ଡ୍ରୋନ ମଧ୍ୟରୁ ଇସ୍ରାଏଲ ସେନା ତିନୋଟି ମାନବହୀନ ବିମାନ (UAV)କୁ ଅଟକାଇଥିବା ଦାବି କରିଛି। ସେଗୁଡ଼ିକୁ ମଧ୍ୟରୁ ଦୁଇଟି ଇସ୍ରାଏଲୀ ଅଞ୍ଚଳରେ ପ୍ରବେଶ କରିବା ପୂର୍ବରୁ ଗୁଳି କରି ଖସାଇ ଦିଆଯାଇଥିଲା ବୋଲି ଆଇଡିଏଫ୍‌ କହିଛି। ଆକ୍ରମଣ ପରେ, ଦକ୍ଷିଣ ଇସ୍ରାଏଲରେ ସାଇରନ ବାଜି ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ଆଶ୍ରୟ ନେବାକୁ ସତର୍କ କରାଯାଇଥିଲା। ହୁତି ଆକ୍ରମଣରେ ଇସ୍ରାଏଲ ବିମାନବନ୍ଦର କ୍ଷତିହ୍ରସ୍ତ ହୋଇଛି। 

ଇରାନ ସମର୍ଥିତ ଗୋଷ୍ଠୀ ହୁତି କହିଛି ଯେ ସାନାରେ ହୁଥି-ନିୟନ୍ତ୍ରିତ ପ୍ରଶାସନର ପ୍ରଧାନମନ୍ତ୍ରୀ ଅହମଦ ଅଲ-ରାହାୱି ଇସ୍ରାଏଲୀ ବିମାନ ଆକ୍ରମଣରେ ନିହତ ହୋଇଥିଲେ। ତେଣୁ ଏହାର ଗୋଟିଏ ସପ୍ତାହ ପରେ ୟେମେନ ଏହି ଆକ୍ରମଣ କରିଛି। ଗତ ସପ୍ତାହରେ ହୁତିମାନେ ଏକ ବିବୃତ୍ତିରେ କହିଥିଲେ ଯେ ଅଲ-ରାହାୱିଙ୍କ ସମେତ ଅନ୍ୟ ଅନେକ ମନ୍ତ୍ରୀ ଏକ ଆକ୍ରମଣରେ ମୃତ୍ୟୁ ହୋଇଛିଗତ ବର୍ଷ ସରକାରଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା କରିବା ପାଇଁ ଅଧିକାରୀମାନେ ଏକ କର୍ମଶାଳାରେ ଯୋଗଦେବା ସମୟରେ ଏହି ଆକ୍ରମଣ ଘଟିଥିଲା।

ଅଲ-ରାହାୱି ଅଗଷ୍ଟ ୨୦୨୪ ଠାରୁ ହୁତି ନେତୃତ୍ୱାଧୀନ ସରକାରଙ୍କ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଉଥିଲେ। ହେଲେ ଇସ୍ରାଏଲ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଇସ୍ରାଏଲୀ ସେନା ମଧ୍ୟ ଏନେଇ ପୂର୍ବରୁ ଘୋଷଣା କରିଥିଲା। ଗାଜାରେ ହମାସ ଓ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହୁତି ବିଦ୍ରୋହୀ ସଂଗଠନ ସବୁବେଳେ ପାଲେଷ୍ଟାଇନର ସମର୍ଥନ କରି ଆସିଛି। ଏମିତିକି ଇସ୍ରାଏଲ ଉପରେ  ଅନେକ ଥର ଆକ୍ରମଣ କରିଛି।