ନିଶା କାରବାରୀଙ୍କ ଉପରେ ଆମେରିକାର ଆକ୍ସନ୍ : ମଝି ସମୁଦ୍ରରେ ବୋମା ପକାଇ ଉଡାଇଦେଲା ଜାହାଜ

NEWS7
israel-strikes-beirut-targeting-hezbollah-commander

ନୂଆଦିଲ୍ଲୀ, ୧୮/୧୨: ନିଶା କାରବାର ରୋକିବାକୁ ଆମେରିକାର ଆକ୍ସନ୍ । ଲଗାତାର ଭାବେ କାରବାରୀଙ୍କୁ କରୁଛି ଟାର୍ଗେଟ୍ । ଗତ ସପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଅପରେସନରେ ୟୁଏସ ସମୁଦ୍ରରେ କାରବାରୀଙ୍କୁ ନିପାତ କରି ଚାଲିଛି । ମଙ୍ଗଳବାର ଡ୍ରଗ୍ସ ନେଇ ଆସୁଥିବା ଏକ ଜାହାଜ ଉପରେ ଏୟାର ଷ୍ଟ୍ରାଇକ୍ କରି ଧ୍ୱଂସ କରିଦେଇଛି ୟୁଏସ ସେନା ।

ଆମେରିକା କହିଛି ଯେ, ସେମାନେ ସମୁଦ୍ରରେ ନିଶା କାରବାର କରୁଥିବା ଏକ ଜାହାଜକୁ ଉଡାଇ ଦେଇଛନ୍ତି । ଯେଉଁଥିରେ ୪ ଜଣ ପ୍ରାଣ ହରାଇଛନ୍ତି । ତେବେ ଭେନେଜୁଏଲାକୁ ସବୁଆଡୁ ଘେରିବା ପାଇଁ ଟ୍ରମ୍ପ୍ ଘୋଷଣା କରିବା ପରେ ଏହି ଖବର ସାମ୍ନାକୁ ଆସିଛି । କାରଣ ସମୁଦ୍ରରେ କୌଣସି ତୈଳ ଟ୍ୟାଙ୍କରରୁ ଭେନେଜୁଏଲାରୁ ପ୍ରବେଶ କରାଇ ଦେଉନି ୟୁଏସ । ଯାହା ଉଭୟ ଦେଶର ସମ୍ପର୍କକୁ ଆହୁରି ଖରାପ କରିଦେଇଛି ।

ୟୁଏସ ସଦର୍ଣ୍ଣ କମାଣ୍ଡ୍ କହିଛି ଯେ, ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେ ଏକ ଜାହାଜ ଠାବ ହୋଇଥିଲା । ଏଥିରେ ନିଶା କାରବାର ଏବଂ ଆତଙ୍କବାଦୀ କାର୍ଯ୍ୟ କଳାପ ଚାଲୁଥିବା ଚୂଚନା ମିଳିଥିଲା । ପୂର୍ବ ପ୍ରଶାନ୍ତ ମହାସାଗରରୁ ଜାହାଜଟି ନିଶାର ଚୋରା ଚାଲାଣ କରୁଥିବା ଜଣାପଡିଥିଲା । ଯାହା ପରେ ଏୟାର ଷ୍ଟ୍ରାଇକ୍ କରାଯାଇ ଜାହାଜକୁ ନଷ୍ଟ କରିଦିଆଯାଇଛି ।

ସୂଚନାଯାଯୋଗ୍ୟ, ଗତ ତିନି ମାସ ହେଲା ନିଶା ବିରୋଧୀ ଲଢେଇରେ ଆମେରିକା ବାଜି ମାରି ନେଇଛି । ସମୁଦ୍ରରେ ପ୍ରାୟ ୨୦ଟି ଏୟାର ଷ୍ଟ୍ରାଇକ୍ କରିଛି ୟୁଏସଏ । ଯେଉଁଥିରେ ୯୦ରୁ ଅଧିକ ଜଣ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ବ୍ୟକ୍ତିମାନେ ନିଶା କାରବାରରେ ସାମିଲ ବୋଲି ୟୁଏସ କହୁଛି ।

ଗତ ସପ୍ତାହରେ ୟୁଏସ ନୌସେନା ଭେନେଜୁଏଲାର ଏକ ତେଲ ଟ୍ୟାଙ୍କରକୁ ସିଜ୍ କରିଥିଲା । ଏହାକୁ ଭେନେଜୁଏଲା ଚୋରାରେ କ୍ରୟ କରିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅଭିଯୋଗ କରିଥିଲେ ।