News7 Logo

ୟେମେନ ପୋର୍ଟ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ : ହୁତି ବିଦ୍ରୋହୀଙ୍କ ବଡ଼ ଦାବି

NEWS7
-

ନୂଆଦିଲ୍ଲୀ – ହୋଦେଦା ସହରର ବନ୍ଦର ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଇରାନ ସମର୍ଥିତ ୟେମେନର ହୁତି ବିଦ୍ରୋହୀମାନେ ଏହି ଦାବି କରିଛନ୍ତି। ଏହି ଅନୁସାରେ, ଉକ୍ତ ଆକ୍ରମଣରୁ ବର୍ତ୍ତବା ପାଇଁ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ୍‌ କରି ଦିଆ ଯାଇଛି। ହୁତି ସଙ୍ଗଠନର ପ୍ରବକ୍ତା ୟାହ୍ୱା ସାରୀ ଏକ୍ସରେ ଲେଖିଥିବା ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ୟାହ୍ୱା ନିଜର ପୋଷ୍ଟରେ ଲେଖିଛନ୍ତି ଯେ, ବର୍ତ୍ତମାନ ଆମର ଏୟାର ଡିଫେନ୍ସ ସିଷ୍ଟମ ଇସ୍ରାଏଲୀୟ ବିମାନକୁ ରୋକିବାରେ ଲାଗିଛି। ଆମ ଦେଶ ଉପରେ ଖୁବ୍‌ ଆକ୍ରମଣାତ୍ମକ ଢଙ୍ଗରେ ଆକ୍ରମଣ ହୋଇଛି। ଅନ୍ୟପଟେ ଇସ୍ରାଏଲ ସେନା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ସେ ପୋର୍ଟ ଅଫ୍‌ ହୋଦେଦାରେ ହୁତିଙ୍କ ଦ୍ୱାରା ବ୍ୟବହୃତ ସାମରିକ କେନ୍ଦ୍ର ଗୁଡ଼ିକୁ ଧ୍ୱଂସ ବିଧ୍ୱଂସ କରି ଦେଇଛି।

ଇସ୍ରାଏଲୀୟ ସେନା ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ, ହୋଦେଦା ପୋର୍ଟକୁ ହୁତି ଆତଙ୍କବାଦୀ ବ୍ୟବହାରରେ ଲଗାଉ ଥିଲେ। ଏଠାରେ ଇରାନ ଠାରୁ ଅସ୍ତ୍ରଶସ୍ତ୍ରକୁ ହୁତି ବିଦ୍ରୋହୀଙ୍କୁ ଟ୍ରାନ୍ସଫର କରାଯାଉ ଥିଲା। ଏହି ଅସ୍ତ୍ରଶସ୍ତ୍ରର ବ୍ୟବହାର ଇସ୍ରାଏଲ ଓ ଏହାର ସହଯୋଗୀ ଦେଶ ଉପରେ ଆକ୍ରମଣ ପାଇଁ କରାଯାଉ ଥିଲା।  ଅନ୍ୟପଟେ ୟାହ୍ୱା ସାରୀ ଏକ ବିବୃତ୍ତିରେ କହିଛନ୍ତି ଯେ, ହୁତି ଏୟାର ଡିଫେନ୍ସ ଇସ୍ରାଏଲୀୟ ବିମାନ ଗୁଡ଼ିକ ପାଇଁ ବଡ଼ ଦ୍ୱନ୍ଦ୍ୱର କାରଣ ସାଜିଥିଲା। ଆକ୍ରମଣ କରିବା ପୂର୍ବରୁ ଏହା କିଛି ଫାଇଟର ବିମାନକୁ ୟେମେନୀ ଏୟାରସ୍ପେସ୍‌ ଛାଡ଼ିବାକୁ ବାଧ୍ୟ କରିଥିଲେ। ହୁତି ମୁଖପାତ୍ରଙ୍କ ମୁତାବିକ , ଏଥିରେ ଇସ୍ରାଏଲର ୟେମେନରେ ଅନୁପ୍ରବେଶର ଉଦ୍ଦେଶ୍ୟ ବିଫଳ ହୋଇଥିଲା।

ଏହି ଆକ୍ରମଣ ସେହି ସମୟରେ ହୋଇଛି , ଯେତେବେଳେ ଶହ ଶହ ଲୋକ ୩୧ ଜଣ ୟେମେନୀ ସାମ୍ୱାଦିକଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଉଥିଲେ। ଏହି ସାମ୍ୱାଦିକଙ୍କ ଗତ ସପ୍ତାହରେ ଇସ୍ରାଏଲୀୟ ବିମାନ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ୟେମେନର ରାଜଧାନୀ , ସନାରେ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କୁ ଲକ୍ଷ୍ୟ କରି କରାଯାଇ ଥିଲା।ବାସ୍ତବରେ ହୁତିମାନେ ଏକ ଡ୍ରୋନ୍‌ ହମଲା  କରିଥିଲେ ,ଯାହା ଇସ୍ରାଏଲର ଏୟାର ଡିଫେନ୍ସକୁ ଭେଦ କରି ଇସ୍ରାଏଲର ବିମାନ ବନ୍ଦର ସହ ଧକ୍କା ହୋଇଥିଲା। ଏଥିରେ କାଚର ଝରକା ଭାଙ୍ଗି ଯାଇଥିଲା ଏବଂ ଜଣେ ବ୍ୟକ୍ତି ଆହତ ହୋଇ ଥିଲେ।

ୟେମେନର ବିଦ୍ରୋହୀଙ୍କ କବଜାରେ ଥିବା ଉତ୍ତରୀ ଭାଗର ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ରାଜଧାନୀ ସନାରେ ହୋଇଥିବା ଇସ୍ରାଏଲୀୟ ବିମାନ ଆକ୍ରମଣରେ ଅନେକ ଲୋକ ମରି ଯାଇଥିଲେ,ଯେଉଁଥିରେ ସାମ୍ୱାଦିକ ମଧ୍ୟ ସାମିଲ ଥିଲେ। ଆବାସିକ ଅଞ୍ଚଳ , ସାମରିକ ମୁଖ୍ୟାଳୟ ଏବଂ ଇନ୍ଧନ ଷ୍ଟେସନଗୁଡ଼ିକୁ ଟାର୍ଗେଟ୍‌ କରି ଏହି ଆକ୍ରମଣ କରାଯାଇ ଥିଲା। ହୁତି ବିଦ୍ରୋହୀଙ୍କ ଦ୍ୱାରା ପରିଚାଳିତ ‘ଅଲ୍‌-ମାସିରାହ’ ଟିଭି ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଅନେକ ଲୋକ ମସଜିଦ୍‌ ଭିତରେ ମୃତଦେହକୁ କଫିନ୍ ବୋହି ନେଉ ଥିବାର ଦେଖାଯାଇଛି।